ETV Bharat / state

ବ୍ୟାଙ୍କ ଟଙ୍କା ହେରଫେର ଚାପରେ ଏଜେଣ୍ଟଙ୍କ ଆତ୍ମହତ୍ୟା ! - investigation under process

ଢେଙ୍କାନାଳ ଜିଲ୍ଲା ବୋରାପଦା ଗହମଖୁଣ୍ଟି ଜଙ୍ଗଲ ରାସ୍ତାରୁ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣକ ବ୍ୟାଙ୍କ ଟଙ୍କା ହେରଫେର ପାଇଁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ପଢନ୍ତୁ...

cfgd
ପୋଲିସର ତଦନ୍ତ ଆରମ୍ଭ
author img

By

Published : Apr 6, 2021, 10:23 AM IST

ଢେଙ୍କାନାଳ: ଜିଲ୍ଲା ବୋରାପଦା ଗହମଖୁଣ୍ଟି ଜଙ୍ଗଲ ରାସ୍ତାରୁ ଜଣେ ବ୍ୟାଙ୍କ ଏଜେଣ୍ଟଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣକ ବ୍ୟାଙ୍କ ଟଙ୍କା ହେରଫେର ପାଇଁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ବ୍ୟାଙ୍କ ଟଙ୍କା ହେରଫେର ଚାପରେ ଏଜେଣ୍ଟଙ୍କ ଆତ୍ମହତ୍ୟା !

ସୂଚନାଅନୁସାରେ, ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମର ବିଭୂତି ଭୂଷଣ ମହାନ୍ତି ସିଣ୍ଡିକେଟ ବ୍ୟାଙ୍କରେ ଏଜେଣ୍ଟ ଭାବେ କାମ କରିନ୍ତି । ସେ ବୋରାପଦା ଅଞ୍ଚଳରେ ରହୁଥିଲେ । ତେବେ ଗତକାଲି ରାତିରେ ବୋରାପଦା ଗହାଖୁଣ୍ଟି ରାସ୍ତାରେ ତାଙ୍କ ମୃତଦେହ ପଡିଥିବା କିଛି ଲୋକ ଦେଖିବାକୁ ଦେଖିବାକୁ ପାଇଥିଲେ । ମୃତ ବିଭୂତିଙ୍କ ଗାଡି ସେହା ସ୍ଥାନରେ ପଡିଥିଲା । ତାଙ୍କ ପାଟିରୁ ଫେଣ ବାହାରୁଥିଲା । ଲୋକେ ଏ ନେଇ ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ବ୍ୟାଙ୍କ ଟଙ୍କା ହେରଫେର ନେଇ ମାନସିକ ଚାର ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.