ଢେଙ୍କାନାଳ: ବେପରୁଆ ବାପା ମାଆଙ୍କ ବିରୋଧରେ ମାମଲା ରୁଜୁ । ବନ୍ଦ କାର ମଧ୍ୟରୁ ଶିଶୁ କନ୍ୟା ଉଦ୍ଧାର ଘଟଣାକୁ ନେଇ ବୁଧବାର ମହିଳା ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ବେପରୁଆ ବାପା ମାଆଙ୍କ ବିରୋଧରେ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉକି, ଗତ ମଙ୍ଗଳବାର କାର ଭିତରେ ଗୋଟିଏ ୨ବର୍ଷର ଶିଶୁକୁ ଶୋଇଥିବା ଅବସ୍ଥାରେ ବନ୍ଦ କରି ଅତି ବେପରୁଆ ଭାବେ ବାପା ମା ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଚାଲିଯାଇଥିଲେ । କାର ଭିତରେ ଏପରି ଏକୁଟିଆ ଶିଶୁଟିଏ ଥିବା ଓ ପାଖରେ କେହି ନଥିବା ଦେଖି ଡାକ୍ତରଖାନା ସୁରକ୍ଷାକର୍ମୀ ଆଖପାଖରେ କେତେକ ଲୋକଙ୍କ ସହାୟତାରେ କାର କାଚ ଭିତରେ ହାତ ପୂରାଇ ଶିଶୁଟିକୁ କାରରୁ ଉଦ୍ଧାର କରି ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ । ତେବେ ଏହି ଘଟଣା ଗତ ମଙ୍ଗବାର ଦିନ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ବେଶ ଆଲୋଡନ ସୃଷ୍ଟି କରିଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ