ETV Bharat / state

ZP Election: ଅର୍ଚ୍ଚନା ପୁହାଣ ହେଲେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା - ଢେଙ୍କାନାଳ ନୂଆ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ଅର୍ଚ୍ଚନା ପୁହାଣ ହେଲେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା । ଅଧିକ ପଢନ୍ତୁ

ZP Election: ଅର୍ଚ୍ଚନା ପୁହାଣ ହେଲେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

author img

By

Published : Mar 13, 2022, 5:15 PM IST

ଢେଙ୍କାନାଳ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି(ରବିବାର) ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ଵାଚନ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସାଧାରଣ ଵର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଆଜି ଏହି ପଦବୀ ପାଇଁ ନିର୍ବାଚନ ହୋଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ବିଜେଡିର ଅର୍ଚ୍ଚନା ପୁହାଣ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି ।

ZP Election: ଅର୍ଚ୍ଚନା ପୁହାଣ ହେଲେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଅର୍ଚ୍ଚନା ଜିଲ୍ଲାପରିଷଦ ୧୨ନଂ ଜୋନରୁ ବିଜେଡି ପ୍ରାର୍ଥିନୀ ଭାବେ ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି । ଫଳରେ ଢେଙ୍କାନାଳ ଜିଲ୍ଲା ପରିଷଦକୁ ବିଜେଡି ଦଳ ଅକ୍ତିଆର କରିଥିବା ଜଣାପଡ଼ିଛି । ଚଳିତ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲାର ମୋଟ ୨୭ଟି ଜିଲ୍ଲା ପରିଷଦ ଜୋନରୁ ବିଜେପି ମାତ୍ର ଗୋଟିଏ ଆସନ ପାଇଁ ଥିବାବେଳେ ଅନ୍ୟ ସମସ୍ତ ୨୬ଟି ଆସନରେ ବିଜେଡି ଦଳୀୟ ପ୍ରାର୍ଥୀ ବିଜୟୀ ହୋଇ ଅଧ୍ୟକ୍ଷ ପଦବୀ ଦାଖଲ ପାଇଁ ପୂର୍ବରୁ ପକ୍କା ହୋଇଯାଇଥିଲା ।

ତେବେ ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ତଥା ଜିଲ୍ଲାର ବିଧାୟକ ଓ ସାଂସଦ ତଥା ଭୋଟରଙ୍କୁ କୃତଜ୍ଞତା ଜଣାଇ ଆଗାମୀ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ନିଜକୁ ସାମିଲ କରି ଜିଲ୍ଲାର ଉନ୍ନତି ଦିଗରେ ଚେଷ୍ଟିତ ରହିବେ ବୋଲି ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.