ETV Bharat / state

ଢେଙ୍କାନାଳରେ ୧୦ ନୂଆ କୋରୋନା ପଜିଟିଭ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ - କୋରୋନା ସଂକ୍ରମଣ ବୃଦ୍ଧି

ଢେଙ୍କାନାଳ ଜିଲ୍ଲାରୁ ସୋମବାର ପୁଣି ୧୦ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି ।

corona positives identified
ଢେଙ୍କାନାଳରେ ୧୩୨ ଛୁଇଁଲା ଆକ୍ରାନ୍ତ
author img

By

Published : Jul 20, 2020, 6:38 PM IST

ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ସେହି କ୍ରମରେ ଢେଙ୍କାନାଳ ଜିଲ୍ଲାରୁ ଆଜି(ସୋମବାର) ପୁଣି ୧୦ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୯ଜଣ ବାହାର ରାଜ୍ୟରୁ ଆସିଥିବା ବେଳେ ଜଣେ ଭୁବନେଶ୍ବରରୁ ଆସିଥିଲେ ।

ଆକ୍ରାନ୍ତଙ୍କ ମଧ୍ୟରୁ କାମାକ୍ଷାନଗର ବ୍ଳକ କନ୍ତିଓ ପୁଟସାହି ସଙ୍ଗରୋଧ କେନ୍ଦ୍ରରୁ ୫ଜଣ, ମୋଟା ସଙ୍ଗରୋଧ କେନ୍ଦ୍ରରୁ ଜଣେ, କାମାକ୍ଷାନଗର ଏନଏସିର ହୋମ କ୍ବାରେଣ୍ଟାଇନରୁ ଜଣେ, ସେହିପରି ସଦର ବ୍ଳକ ସାଙ୍କୁଲେଇ ସଙ୍ଗରୋଧ କେନ୍ଦ୍ରରୁ ଜଣେ, ଓଡାପଡା ବ୍ଲକ ବଉଳପୁର ହୋମ କ୍ବାରେଣ୍ଟାଇନରୁ ଜଣେ ଓ ଢେଙ୍କାନାଳ ପୌରାଞ୍ଚଳ ଆନନ୍ଦନଗର ହୋମ କ୍ବାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତି କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ କର୍ଣ୍ଣାଟକରୁ ୨ଜଣ, ଗୁଜୁରାଟ,ଜାମ୍ମୁ,ଆନ୍ଧ୍ରପ୍ରଦେଶ,ଉତ୍ତର ପ୍ରଦେଶ,ତେଲେଙ୍ଗାନା, ଭୁବନେଶ୍ବରରୁ ଜଣେ ଲେଖାଏଁ ଓ ମହାରାଷ୍ଟ୍ରରୁ ୨ଜଣ ଆସି ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣାପଡିଛି । ଗତକାଲି(ରବିବାର) ଏମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।

ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜିସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତ ୧୩୨ ମଧ୍ୟରୁ ୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୨ଜଣ ଆକ୍ରାନ୍ତ ଚିକତ୍ସାଧୀନ ଅଛନ୍ତି । ସମସ୍ତ ଆକ୍ରାନ୍ତ କ୍ବାରେଣ୍ଟାଇନରେ ଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ନଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.