ETV Bharat / state

5 ବର୍ଷ ଶିଶୁ କନ୍ୟାର ବିଭତ୍ସ ହତ୍ୟା, ଦୁଷ୍କର୍ମ ଅଭିଯୋଗ - minor girl dead body found from Bush

ଶିଶୁଟି ଗୁରୁବାରରୁ ନିଖୋଜ ଥିଲା । ବହୁ ଖୋଜାଖୋଜି ପରେ ଆଜି ତାର ମୃତ ଦେହ ଏକ ବୁଦା ଭିତରୁ ଉଦ୍ଧାର କରାଯାଇଛି । ଶିଶୁଟିର ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଅଧିକ ପଢନ୍ତୁ...

5 ବର୍ଷ ଶିଶୁ କନ୍ୟାର ବିଭତ୍ସ ହତ୍ୟା
5 ବର୍ଷ ଶିଶୁ କନ୍ୟାର ବିଭତ୍ସ ହତ୍ୟା
author img

By

Published : Nov 13, 2020, 12:46 PM IST

ଢେଙ୍କାନାଳ: କଙ୍କଡାହାଡ ଥାନା ଖରଖରୀ ଗାଁରେ ଲୋମହର୍ଷକ ଘଟଣା । ବୁଦା ଭିତରୁ ଉଦ୍ଧାର ହେଲା ନିଖୋଜ 5 ବର୍ଷର ଶିଶୁ କନ୍ୟାର ମୃତ ଦେହ । ଉକ୍ତ ଶିଶୁଟିର ମୁଣ୍ଡକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ କିଛି ଦୂରରେ ତାର ପ୍ୟାଣ୍ଟ ଓ ଏକ ମାସ୍କ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ବିକ ସ୍ଥିତିକୁ ଅନୁସାର, ଶିଶୁକୁ ପ୍ରଥମେ ଅପହରଣ କରି ଦୁଷ୍କର୍ମ କରାଯିବା ପରେ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

5 ବର୍ଷ ଶିଶୁ କନ୍ୟାର ବିଭତ୍ସ ହତ୍ୟା

ଗୁରୁବାରରୁ ଶିଶୁ ଟି ନିଖୋଜ ରହିଥିଲା । ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ପାଇନଥିଲେ । ତେବେ ଆଜି ସକାଳେ ଗାଁ ପାଖ ଏକ ଜଙ୍ଗଲରୁ ଝିଅର ମୃତଦେହ ଦେଖିବାକୁ ପାଇଥିଲେ । ଖବର ପାଇ କଙ୍କଡାହାଡ ପୋଲିସ ଫରେନସିକ ଟିମ ସହ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାର ସଠିକ କାରଣ କଣ ଜଣା ପଡିନଥିଲେ ମଧ୍ୟ ଦୁଷ୍କର୍ମ ପରେ ଧରା ପଡିଯିବା ଭୟରେ ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ ଘେରକୁ ଆସିଛି ।

ସେପଟେ, ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ 3 ଜଣ ଯୁବକକୁ ଅଟକ ରଖି ପଚାର ଉଚରା କରୁଛି ପୋଲିସ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.