ETV Bharat / state

ସେନା ଦେଲା ବାହାଘର ଉପହାର ! ଘରେ ପହଞ୍ଚିଲେ ଓଡିଆ ଯବାନ, ପରିବାରରେ ଖୁସିର ମାହୋଲ

author img

By

Published : Apr 30, 2022, 6:12 PM IST

Updated : Apr 30, 2022, 8:35 PM IST

ବିବାହ ପାଇଁ ଏୟାରଲିଫ୍ଟରେ ଆସି ଢେଙ୍କାନାଳରେ ପହଞ୍ଚିଲେ ଓଡିଆ ଯବାନ । ପରିବାରରେ ଖୁସିର ମାହୋଲ ଖେଳିଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଘରେ ପହଞ୍ଚିଲେ ଏୟାରଲିଫ୍ଟରେ ଆସିଥିବା ଓଡ଼ିଆ ଯବାନ, ପରିବାରରେ ଖୁସିର ମାହୋଲ

ଢେଙ୍କାନାଳ: ବିବାହ ପାଇଁ ସରିଥିଲା ପ୍ରସ୍ତୁତି । ସରିଯାଇଥିଲା ନିମନ୍ତ୍ରଣ କାର୍ଡ ବଣ୍ଟା । ଆଉ ସାଜସଜ୍ଜା ମଧ୍ୟ ସରିଥିଲା । କିନ୍ତୁ ବିବାହ ବେଳକୁ ପୁଅ ଆସି ପାରିଲା ନାହିଁ । ତେଣୁ ଉଭୟ ପକ୍ଷଙ୍କ ନିଷ୍ପତ୍ତିରେ ବିବାହ ତାରିଖ ଘୁଞ୍ଚାଇ ଦିଆଗଲା । ପରିଶେଷରେ ଭାରତୀୟ ସୈନ୍ୟ ବାହିନୀର ସ୍ବତନ୍ତ୍ର ହେଲିକପ୍ଟର ଚିତା ଯୋଗେ ସୀମାନ୍ତ ନିୟନ୍ତ୍ରଣ ରେଖାରେ ତୁଷାରପାତରେ ଫସିରହିଥିବା ସୀମା ସୁରକ୍ଷା ବଳ ବାହିନୀର ଓଡ଼ିଆ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ଘରେ ପହଞ୍ଚାଯାଇଛି । ଯବାନ ଗ୍ରାମରେ ପହଞ୍ଚିବା ପରେ ପରିବାରରେ ଖେଳିଯାଇଛି ଖୁସିର ମାହୋଲ ।

ସେନା ଦେଲା ବାହାଘର ଉପହାର ! ଘରେ ପହଞ୍ଚିଲେ ଓଡିଆ ଯବାନ, ପରିବାରରେ ଖୁସିର ମାହୋଲ

ଓଡ଼ିଆ ଯବାନ ବିବାହ ପାଇଁ ଢେଙ୍କାନାଳ ଜିଲ୍ଲା ଆଦିପୁରା ତାଙ୍କ ଗ୍ରାମରେ ପହଞ୍ଚିବା ପରେ ଉଭୟ ବର ଓ କନ୍ୟା ପକ୍ଷ ପରିବାରର ଚିନ୍ତା ଦୂର ହୋଇଛି । ଉଭୟ ପରିବାରରେ ଖୁସିର ମାହୋଲ ରହିଥିବାବେଳେ ଏବେ ଏହି ଓଡ଼ିଆ ଯବାନଙ୍କ ବିବାହ ଉତ୍ସବକୁ ବେଶ ଧୁମଧାମରେ ପାଳିବା ପାଇଁ ପୁଣି ଚାଲିଛି ପ୍ରସ୍ତୁତି । ଏହି ଓଡ଼ିଆ ଯବାନ ହେଲେ ଢେଙ୍କାନାଳ ସଦର ମହକୁମା ଠାରୁ ୬୫କିଲୋମିଟର ଦୂର ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତର ଆଦିପୁରା ଗ୍ରାମର ନାରାୟଣ ବେହେରା ।

ଆଜକୁ ୪ ବର୍ଷ ହେବ ନାରାୟଣ ସୀମା ସୁରକ୍ଷା ବଳରେ ଯୋଗଦେଇ ଜମ୍ମୁକାଶ୍ମୀର ନିୟନ୍ତ୍ରଣ ରେଖାରେ ନିୟୋଜିତ ଅଛନ୍ତି । ନାରାୟଣଙ୍କ ବାହାଘର ଏପ୍ରିଲ ମାସ ୨୮ ତାରିଖରେ ସ୍ଥିର କରାଯାଇଥିଲା । ସେଥିପାଇଁ ପରିବାର ପକ୍ଷରୁ ସୀମା ସୁରକ୍ଷା ବଳର କେନ୍ଦ୍ରୀୟ କାର୍ଯ୍ୟାଳୟକୁ ବାହାଘର ତାରିଖ ନେଇ ଅବଗତ କରାଇଥିଲେ । ମାତ୍ର ନିୟନ୍ତ୍ରଣ ରେଖାରେ ପ୍ରବଳ ତୁଷାରପାତ ଯୋଗୁଁ ନାରାୟଣ ନିର୍ଦ୍ଧାରିତ ବିବାହ କାର୍ଯ୍ୟ ପୂର୍ବରୁ ଘରକୁ ଆସିପାରିନଥିଲେ । ଏ ସଂପର୍କରେ ସୀମା ସୁରକ୍ଷା ବଳର କର୍ତ୍ତୃପକ୍ଷଙ୍କୁ ସହଯୋଗ ମଗାଯାଇଥିଲା ।

ଯବାନଙ୍କୁ ବିବାହ କରିବାକୁ ଯାଉଥିବା ଯୁବତୀ
ଯବାନଙ୍କୁ ବିବାହ କରିବାକୁ ଯାଉଥିବା ଯୁବତୀ

ଆଉ ବାଧ୍ୟ ହୋଇ ଉଭୟ ବର ଓ କନ୍ୟା ଘର ପରିବାର ପକ୍ଷରୁ ବିବାହକୁ ମେ ମାସ ୨ ତାରିଖ ଆଗାମୀ ସୋମବାରକୁ ଧାର୍ଯ୍ୟ କରାଯାଇଥିଲା । ତେବେ ଭାରତୀୟ ସୈନ୍ୟ ବାହିନୀର ସ୍ବତନ୍ତ୍ର ହେଲିକପ୍ଟର ଚିତା ଯୋଗେ ନାରାୟଣଙ୍କୁ ଶ୍ରୀନଗରକୁ ଏୟାରଲିଫ୍ଟ କରାଯାଇ ଘରକୁ ପଠାଇ ଦିଆଯାଇଥିଲା । ଫଳରେ ନାରାୟଣ ଏପ୍ରିଲ ୨୯ ତାରିଖରେ ଘରେ ପହଞ୍ଚିଥିବା ଜଣାପଡିଛି । ଯାହାକୁ ନେଇ ଉଭୟ ନାରାୟଣଙ୍କ ପଡୋଶୀଙ୍କଠୁ ଆରମ୍ଭ କରି କନ୍ୟା ଘର ପକ୍ଷ ଭୁବନ ଖୁରୁସିଆ ଗ୍ରାମରେ ମଧ୍ୟ ଖୁସିର ମାହୋଲ ଖେଳିଯାଇଛି ।

ଆଉ ଏହି ବିବାହକୁ ବେଶ ଧୁମଧାମରେ ପାଳିବାକୁ ଉଭୟ ଗ୍ରାମରେ ପୁଣି ପ୍ରସ୍ତୁତି ଚଳାଇଛନ୍ତି । ଘରେ ଯବାନ ପୁଅକୁ ପାଇ ପରିବାର ଲୋକେ ବହୁତ ଖୁସିରେ ଥିବାବେଳେ ଭାରତୀୟ ସୈନ୍ୟ ବିଭାଗକୁ ଧନ୍ୟବାଦ ଅର୍ପଣ କରିଛନ୍ତି ପରିବାର ଲୋକେ । ଆଉ ସେପଟେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିବା ଜଣେ ଯବାନଙ୍କୁ ଜ୍ବାଇଁ ଭାବରେ ପାଉଥିବାରୁ କନ୍ୟାଘର ପରିବାରର ଖୁସି କହିଲେ ନସରେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Apr 30, 2022, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.