ETV Bharat / state

ଏକା ଥରକେ ୪ ଟିକା: ଶିଶୁର ମୃତ୍ୟୁ

author img

By

Published : Jul 29, 2021, 8:06 PM IST

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମର ଜଣେ ଶିଶୁ ଟିକା ନେଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଏକା ଥରକେ ୪ ଟିକା: ଶିଶୁର ମୃତ୍ୟୁ
ଏକା ଥରକେ ୪ ଟିକା: ଶିଶୁର ମୃତ୍ୟୁ

ଢେଙ୍କାନାଳ: ଟିକା ନେଇ ଶିଶୁ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରୁ । ଗ୍ରାମର ମହେଶ୍ୱର ଦାସଙ୍କର ୨ ମାସର ଝିଅ ଗତକାଲି (ବୁଧବାର) ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ ଟିକା, ଦିନ ୧୧.୩୦ ବେଳକୁ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ, ପେଣ୍ଟାଭାଇରସ ଓ ନୂତନ ଭାବେ ଆସିଥିବା ପିସିବିର ପ୍ରଥମ ଡୋଜ୍ ଟିକା ନେଇଥିଲେ । ଟିକା ନେଇ ଘରକୁ ଫେରିବା ପରେ ଶିଶୁଟି ଶୋଇପଡିଥିଲା ।

ଏକା ଥରକେ ୪ ଟିକା: ଶିଶୁର ମୃତ୍ୟୁ

ସନ୍ଧ୍ୟା ବେଳେ ଶୋଇକି ଉଠାଇଲା ବେଳକୁ ତା’ର ସ୍ବାସ୍ଥ୍ୟ ଅବସ୍ଥା ଗୁରତର ହୋଇପଡିଥିଲା। ଆଶା ଦିଦିକୁ ଡାକି ରାତିରେ ପରିବାର ଲୋକେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ। ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଛନ୍ତି। ଏନେଇ ପରିବାର ତରଫରୁ ଟିକା ନେବା ପରେ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଦାବି କରୁଛନ୍ତି । ତେଣୁ ଡାକ୍ତର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ଡାକ୍ତର।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.