ETV Bharat / state

ନାବାଳିକାକୁ ଦୁର୍ବବ୍ୟବହାର ପଡିଲା ମହଙ୍ଗା, ରୋଡରୋମିଓ ପିନ୍ଧିଲା ଜୋତାମାଳ - ରୋଡ୍‌ ରୋମିଓକୁ ଲୋକେ ଦେଲେ ଶାସ୍ତି

ରୋଡ୍‌ରୋମିଓକୁ ଲୋକେ ଦେଲେ ଶାସ୍ତି। ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିବା ସହ ପିନ୍ଧାଇଲେ ଚପଲ ମାଳ। ଢେଙ୍କାନାଳ ଜିଲ୍ଲା ରାସୋଳ ବେଡାପଡା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀକୁ ବାରମ୍ବାର ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକ ସହ ସ୍ଥାନୀୟ ଲୋକେ ଏପରି ବ୍ୟବହାର କରିଛନ୍ତି।

dhenkanal misbehave news
ନାବାଳିକାକୁ ଦୁର୍ବବ୍ୟବହାର ପଡିଲା ମହଙ୍ଗା, ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଜୋତାମାଳ ପିନ୍ଧାଇଲେ ଲୋକେ
author img

By

Published : Dec 1, 2019, 6:15 PM IST

ଢେଙ୍କାନାଳ: ରୋଡ୍‌ରୋମିଓକୁ ଲୋକେ ଦେଲେ ଶାସ୍ତି । ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିବା ସହ ପିନ୍ଧାଇଲେ ଚପଲ ମାଳ। ଢେଙ୍କାନାଳର ଜିଲ୍ଲାର ରାସୋଳ ବେଡାପଡା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀକୁ ବାରମ୍ବାର ଦୁର୍ବ୍ୟବହାର କରିବାରୁ ଯୁବକ ସହ ସ୍ଥାନୀୟ ଲୋକେ ଏପରି କରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ନାବାଳିକାକୁ ଦୁର୍ବବ୍ୟବହାର ପଡିଲା ମହଙ୍ଗା, ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଜୋତାମାଳ ପିନ୍ଧାଇଲେ ଲୋକେ

ଅଭିଯୁକ୍ତ ଯୁବକ ଜଣଙ୍କ ବାରମ୍ବାର ଉକ୍ତ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିଲା। ଯେଉଁଥିରେ ଅତିଷ୍ଠ ହୋଇ ଗାଁ ଲୋକେ ଯୁବକ ସହ ଏପରି ବ୍ୟବହାର କରିଛନ୍ତି। ତାକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିବା ସହ ଚପଲ ମାଳ ପିନ୍ଧାଇ ଡାଲା ଅଟୋରେ ଗାଁରେ ବୁଲାଇଥିଲେ। ପରେ ତାକୁ ପୋଲିସ ଜିମାରେ ଦେଇଥିଲେ। ଏ ଘଟଣାରେ ପୋଲିସ ଦଫାରଫା କରିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଢେଙ୍କାନାଳରେ ପୁଣି କଙ୍ଗାରୁ କୋର୍ଟ/ଯୁବକକୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିନ୍ଧାଇଲେ ଯୋତାମାଳ/ନାବାଳିକାକୁ ଅସଦାଚରଣ ପଡିଲା ମହଙ୍ଗା/ଭିଡିଓ କ୍ଲିପ୍ ଭାଇରାଲ
ଆଙ୍କର-ଢେଙ୍କାନାଳରେ ପୁଣି କଙ୍ଗାରୁ କୋର୍ଟ। ଗତ କିଛି ଦିନ ପୂର୍ବେ ପର୍ଜଙ୍ଗ ଅଞ୍ଚଳରେ ମଦ ବେପାରୀକୁ ଲଣ୍ଡାକରି ଯୋତାମାଳ ପିନ୍ଧାଇବା ପରି ସମ୍ବେଦନଶୀଳ ଘଟଣାର ଭିଡିଓ ଭାଇରାଲ ପରେ ପୁଣି ହିନ୍ଦୋଳ ଉପଖଣ୍ଡର ଏକ କଙ୍ଗାରୁ କୋର୍ଟ ଭିଡିଓ ଭାଇରାଲ ହେବାରେ ଲାଗିଛି। Body:ଏହି ଭିଡିଓ କ୍ଲିପରେ ଜଣେ ଯୁବକକୁ ଗାଁ ଦାଣ୍ଡରେ ଏକ ବିଦ୍ୟତ ଖୁଣ୍ଟରେ ବନ୍ଧା ଯାଇଥିବାବେଳେ ବେକରେ ଯୋତାମାଳ ପିନ୍ଧା ଯାଇଥିବାର ସମ୍ବେଦନଶୀଳ ଦୃର୍ଶ୍ୟ ଦେଖିବାକୁ ମିଳୁଛି। ତେବେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଆନ୍ତର୍ଗତ ବେଡ଼ାପଡ଼ା ଗ୍ରାମରେ ଗତ 2 ଦିନ ପୂର୍ବ ଘଟଣାର ଏହI ଅଭାବନୀୟ ଦୃଶ୍ୟ ବୋଲି ଜଣାପଡିଛି। ନବମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ଏହି ଯୁବକ ଜଣଙ୍କ କ୍ରମାଗତ ଦୁବ୍ୟବହାର କରିବା ଘଟଣାରେ ନାବାଳିକା ପରିବାର ତଥା ଗ୍ରାମବାସୀଙ୍କୁ ଅତିଷ୍ଠ କରିଥିଲା। ଫଳରେ ଗାଁ ଦାଣ୍ଡରେ ଏହି ରୋମିଓ ଯୁବକକୁ କଙ୍ଗାରୁ କୋର୍ଟରେ ଏପରି ହଟହଟା ହେବାକୁ ପଡ଼ିଛି । ବାରମ୍ବାର ଗ୍ରାମର ନାବାଳିକାକୁ ଏପରି ବ୍ୟବହାର କରିବା ନେଇ ଯୁବକକୁ ଗାଁ ଦାଣ୍ଡରେ ଲୋକେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଥିଲେ I ପରେ ନବାଳିକା ଜଣଙ୍କ ଫୁଲ ମାଳ ବଦଳ ରେ ଏହି ରୋମିଓକୁ ଜୋତାମାଳ ପିନ୍ଧାଇଥିଲେ । ଏପରି ସମ୍ବେଦନଶୀଳ ଘଟଣା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପରେ ଯୁବକକୁ ଏକ ଅଟୋ ରେ ବସାଇ ଗାଁ ପରିକ୍ରମା କରିବା ସହ ରାସୋଳ ଥାନାକୁ ନେଇଥିଲେ।Conclusion:ମାତ୍ର ଏହI ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ମଧ୍ୟ 6ପାଲିସ କାର୍ଯ୍ୟାନୁଷ୍ଠାନ ବଦଳରେ ଘଟଣାକୁ ଦଫା ରଫା କରି ଦେଇଛି । ତେବେ ଏପଟେ ଭିଡିଓ କ୍ଲିପ୍ ଭିଇରାଲ ହେବାରେ ଲାଗିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.