ETV Bharat / state

ଢେଙ୍କାନାଳରେ ଯୁବକଙ୍କୁ ବିଚ ରାସ୍ତାରେ ଗୋଡେଇ ହାଣିଲେ ଦୁର୍ବୃତ୍ତ

author img

By

Published : Feb 19, 2020, 9:44 PM IST

ଯୁବକଙ୍କୁ ବିଚ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । ଅଧିକ ପଢନ୍ତୁ......

dhenkanal murder
ଢେଙ୍କାନାଳରେ ଯୁବକଙ୍କୁ ହତ୍ୟା

ଢେଙ୍କାନାଳ: ଯୁବକଙ୍କୁ ବିଚ ରାସ୍ତାରେ ଗୋଡେଇ ଗୋଡେଇ ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ମାଣ୍ଡପା ସାହିର ପୁର୍ଣ୍ଣଚନ୍ଦ୍ର ବେହେରା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଉଥିଲେ । ହେଲେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, କୌଣସି ଏକ ଘଟଣାକୁ ନେଇ 3 ଯୁବକଙ୍କ ସହ ପୁର୍ଣ୍ଣଚନ୍ଦ୍ରଙ୍କ ବୁଧବାର ପାଟିତୁଣ୍ଡରୁ ହାତାହାତି ହୋଇଥିଲା ।

ଢେଙ୍କାନାଳରେ ଯୁବକଙ୍କୁ ହତ୍ୟା

ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଅଞ୍ଚଳର ୩ ଯୁବକ ଏହି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.