ETV Bharat / state

ଝାରସୁଗୁଡାରୁ ଅପହରଣ ଲୁହା ବୋଝେଇ ଟ୍ରକ ଭୁବନରୁ ଜବତ, ୪ ଗିରଫ - ଭୁବନରୁ ଲୁହା ବୋଝେଇ ଟ୍ରକ ଜବତ

ଝାରସୁଗୁଡା ବ୍ରଜରାଜନଗରରୁ ଜଗତସିଂହପୁର ଯାଉଥିବାବେଳେ ଅପହରଣ ହୋଇଥିବା ଏକ ଲୁହା ବୋଝେଇ ଟ୍ରକ ଜବତ । ୧୯ ଟନ୍ ଲୁହା ଜବତ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଝାରସୁଗୁଡାରୁ ଅପହରଣ ଲୁହା ବୋଝେଇ ଟ୍ରକ ଭୁବନରୁ ଜବତ, ୪ ଗିରଫ

author img

By

Published : Sep 30, 2021, 3:25 PM IST

ଢେଙ୍କାନାଳ: ଝାରସୁଗୁଡା ବ୍ରଜରାଜନଗରରୁ ଜଗତସିଂହପୁର ଯାଉଥିବାବେଳେ ଅପହରଣ ହୋଇଥିବା ଏକ ଲୁହା ବୋଝେଇ ଟ୍ରକକୁ ଜବତ କରିଛି ଭୁବନ ପୋଲିସ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କଂସରଗୋଡା ଜଙ୍ଗଲରୁ ଉକ୍ତ ଟ୍ରକକୁ ଜବତ ହୋଇଥିବା ଜଣାପଡିଛି । ତେବେ ଟ୍ରକରୁ ଲୁହା ସବୁକୁ ଜାଲ କାଗଜପତ୍ର ପ୍ରସ୍ତୁତ କରି ଅନ୍ୟ ଏକ ଟ୍ରକରେ ଲୋଡ୍ କରିଥିବାବେଳେ ପୋଲିସ ଏହି ଲୁହା ବୋଝେଇ ଟ୍ରକକୁ ମଧ୍ୟ ଜବତ କରିଛି ।

ଝାରସୁଗୁଡାରୁ ଅପହରଣ ଲୁହା ବୋଝେଇ ଟ୍ରକ ଭୁବନରୁ ଜବତ, ୪ ଗିରଫ

ଲୁଟ ହୋଇଥିବା ୨୫ ଟନରୁ ୧୯ ଟନ ଲୁହାକୁ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ଅନ୍ୟ ଲୁହାକୁ ଅଭିଯୁକ୍ତ ଅନ୍ୟତ୍ର ଚାଲାଣ କରିଦେଇଥିବା ସନ୍ଦେହ କରାଯାଇଛି । ଟ୍ରକ ଡ୍ରାଇଭର ସହ ଲୁଟେରାମାନେ ସଲାସୁତୁରା ହୋଇ ଜାଲ୍ କାଗଜପତ୍ର କରି ପଶ୍ଚିମବଙ୍ଗ ଚାଲାଣ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଏସଡିପିଓଙ୍କ ସୂଚନା ଅନୁସାରେ, ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଟ୍ରାନ୍ସପୋର୍ଟର ସମୀର ଶର୍ମା ଗତ ୨୧ ତାରିଖରେ ଏକ ଟ୍ରକରେ ୨୫ଟନ ଲୁହା ଆଙ୍ଗଲକୁ ଜଗତସିଂହପୁର ପଠାଇଥିଲେ । ମାତ୍ର ଟ୍ରକଟି ଜଗତସିଂପୁରରେ ନିର୍ଦ୍ଧାରିତ ସମୟରେ ପହଞ୍ଚିନଥିଲା । ଖୋଜା ଖୋଜି କରି ନପାଇବାରୁ ଲୁହା ବୋଝେଇ ଟ୍ରକ ଅପହରଣ ହୋଇଥିବା ସନ୍ଦେହ କରି ଉକ୍ତ ଟ୍ରାନ୍ସପୋର୍ଟର ପୋଲିସରେ ଅଭିଯୋଗ କରିଥିଲେ । ଝାରସୁଗୁଡା ପୋଲିସ ରାଜ୍ୟରେ ଅନ୍ୟ ଥାନାକୁ ଏବାବଦରେ ଜଣାଇଥିଲେ । ଭୁବନ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଂସରଗୋଡା ଜଙ୍ଗଲରେ ଚଢ଼ାଉ କରିଥିଲା ।

ଅପହରଣ ଟ୍ରକ ସହ ଲୁଟ୍ ଲୁହା ସବୁ ଅନ୍ୟ ଏକ ଟ୍ରକରେ ବୋଝେଇ ହେଉଥିବା ସମୟରେ ଧରିଛି ପୋଲିସ । ଘଟଣାସ୍ଥଳରୁ ପୋଲିସ ଟ୍ରକର ଡ୍ରାଇଭର ପ୍ରଦୀପ ସାହୁ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ପ୍ରଦୀପର ଘର ଗଁନ୍ଦିଆ ଥାନା ମନ୍ଦାର ଗ୍ରାମରେ । ଅନ୍ୟ ଗିରଫମାନେ ହେଲେ ଭୁବନ ଥାନା ବାରୁଆଁ ଗ୍ରାମର ଅଜିତ କୁମାର ପରିଡା, କଁସରଗୋଡା ଗ୍ରାମର ସୁବାସ ସାହୁ ଏବଂ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖଣ୍ଡିଆହତା ଗ୍ରାମର ଚନ୍ଦ୍ରମଣି ଜେନା ବୋଲି ଜଣାପଡିଛି । ତେବେ ଲୁଟ କରି ଚାଲାଣ କରୁଥିବା ଟ୍ରକଟି ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ଏହି ଲୁଟରେ ଅନ୍ୟ ଲୁଟେରାଙ୍କ ସମ୍ପୃକ୍ତି ଥିବା କହିଛନ୍ତି କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.