ETV Bharat / state

ଅଲୋଡା କନ୍ୟାରତ୍ନ, ପୋଖରୀରେ ଭାସୁଛି ନବଜାତକର ମୃତଦେହ - floating in the pool in dhenkanal

ପୁଣି ଅଲୋଡା ଶିଶୁକନ୍ୟା । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳରେ ପୋଖରୀରେ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଅଲୋଡା ଶିଶୁ କନ୍ୟା
ଅଲୋଡା ଶିଶୁ କନ୍ୟା
author img

By

Published : Nov 20, 2020, 1:56 PM IST

ଢେଙ୍କାନାଳ: ପୁଣି ଅଲୋଡା ଶିଶୁକନ୍ୟା । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ପରିଷଦ 1ନମ୍ବର ୱାର୍ଡ ଗୋଡିପୋଖରରୀରେ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି ।

ସୂଚନାଅନୁସାରେ, ଗୋଡିଆ ପୋଖରୀକୁ ଗାଧୋଇବାକୁ ଯାଇଥିବା କିଛି ଲୋକ ନବଜାତ ଶିଶୁକନ୍ୟାର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଶିଶୁକନ୍ୟାଟି କାହାର ଓ ସେହି ସ୍ଥାନକୁ କିପରି ଆସିଲା ସେ ବିଷୟରେ କିଛି ସୂଚନା ମିଳି ପାରିନାହିଁ । କେହି ଅବୈଧ୍ୟ ଗର୍ଭପାତ ହେଉ କିମ୍ବା ବେଆଇନ ଭାବେ ଲିଙ୍ଗ ନିରୂପଣରୁ କନ୍ୟା ସନ୍ତାନ ଜନ୍ମହେବା ଜାଣିପାରି ବେଆଇନ ଗର୍ଭପାତ ପରେ ପୋଖରୀରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଇଛି ।

ପୋଖରୀରେ ଭାସୁଛି ନବଜାତ ଶିଶୁକନ୍ୟା

ଘଟଣା ବିଷୟରେ ଲୋକମାନେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏପରି ଅଭାବନୀୟ କାର୍ଯ୍ୟରେ ଯେଉଁମାନେ ସଂପୃକ୍ତ ରହିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କାରାଯାଇଛି ।

କନ୍ୟାହତ୍ୟା ଏକ ଜଘନ୍ୟ ଅପରାଧ । ଏହା ଜାଣିବା ପରେ ବି ଅଲୋଡା ହୋଇଛନ୍ତି ଶିଶୁକନ୍ୟା। ଲୋକଙ୍କୁ ସେଚତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ଜାରି ରହିଥିଲେ ବି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଏହାର ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.