ETV Bharat / state

ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର - ବିବାହିତ ମହିଳାଙ୍କ ଘରୁ ପ୍ରେମିକ ମୃତେଦେହ ଉଦ୍ଧାର

ମହଙ୍ଗା ପଡିଲା ବିବାହିତା ମହିଳାଙ୍କ ସହ ପ୍ରେମ । ପ୍ରେମିକାର ଘରୁ ଠାବ ହେଲା ଯୁବକଙ୍କ ମୃତଦେହ । ଢେଙ୍କାନାଳ ତରଭା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଅଧିକ ପଢ଼ନ୍ତୁ...

ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର
ପ୍ରେମିକା ଘରୁ ପ୍ରେମିକର ମୃତଦେହ ଉଦ୍ଧାର
author img

By

Published : Jul 28, 2021, 7:01 AM IST

ଢେଙ୍କାନାଳ: ମହଙ୍ଗା ପଡିଲା ବିବାହିତା ମହିଳାଙ୍କ ସହ ପ୍ରେମ । ପ୍ରେମିକାର ଘରୁ ଠାବ ହେଲା ଯୁବକଙ୍କ ମୃତଦେହ । ଢେଙ୍କାନାଳ ତରଭା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଦୁଇଟି ପିଲାର ଜନନଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଜଣେ ଯୁବକ । ସ୍ୱାମୀ ଓ ପିଲାଛୁଆଙ୍କୁ ଛାଡି ବାପ ଘରକୁ ଆସିଥିବା ଜଣେ ମହିଳାଙ୍କ ପ୍ରେମ ଜାଲରେ ପଡ଼ି ଏକାଠି ରହୁଥିଲେ ୨୧ ବର୍ଷୀୟ ଯୁବକ । ମଙ୍ଗଳବାର ଅପରାହ୍ନରେ ସମ୍ପୃକ୍ତ ମହିଳାଙ୍କ ଘରୁ ଯୁବକଙ୍କ ମୃତଦେହ ଠାବ ହେବାରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ଜଂଖିରା ଗ୍ରାମର ବଳିଆ ନାୟକ ବୋଲି ଜଣାପଡିଛି । ବଳିଆ ତାଙ୍କ ଗ୍ରାମର ଏହି ବିବାହିତା ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ମହିଳାଙ୍କର ଦୁଇଟି ସନ୍ତାନ ରହିଥିବା ବେଳେ ସେ ସ୍ୱାମୀ ଓ ସନ୍ତାନମାନଙ୍କୁ ଛାଡି ଗତ କିଛି ଦିନ ବାପଘର ତରଭା ଗ୍ରାମରେ ରହୁଥିଲେ ।

ମାତ୍ର ମଙ୍ଗଳବାର ଅପରାହ୍ନରେ ଯୁବକଙ୍କୁ ଅଚେତ ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମହିଳା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ମଧ୍ୟରେ ଝଗଡାରୁ ବଳିଆ ତାଙ୍କ ଘରେ ରସିଲଗାଇ ଆତ୍ମହତ୍ୟା କରିଥିବା ନେଇ ମହିଳା ଜଣକ କହିଛନ୍ତି । ସେପଟେ ଯୁବକଙ୍କ ମା ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଢେଙ୍କାନାଳ ଡାକ୍ତରଖାନାରୁ ମୃତଦେହକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.