ETV Bharat / state

ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଯନ୍ତ୍ରୀ ଗିରଫ - dhenkanal rape case

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅଞ୍ଚଳରେ ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

dhenkanal
ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
author img

By

Published : Sep 9, 2020, 5:05 PM IST

ଢେଙ୍କାନାଳ: ସହକାରୀ ଯନ୍ତ୍ରୀଙ୍କ ଜଘନ୍ୟକାଣ୍ଡ । ଜଣେ ଅଷ୍ଟମଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ଘଟଣାରେ ସଂପୃକ୍ତ ଥିବା ସହକାରୀ ଯନ୍ତ୍ରୀ ପଞ୍ଚାୟତରାଜ ବିଭାଗ ଅଧୀନରେ କାର୍ଯ୍ୟରତ ବୋଲି ଜଣାପଡିଛି ।

ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ହେଲେ କ୍ଷମା ସାଗର ସିଂ ଓ ସେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ କାର୍ଯ୍ୟରତ । ଏହି ସରକାରୀ ବାବୁ ଜଣଙ୍କ ତାଙ୍କ ବନ୍ଧୁଙ୍କ ସହ ମିଶି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ସଙ୍ଗୀନ ଅଭିଯୋଗ ହୋଇଛି ।

କଙ୍କଡାହାଡ ଥାନା କୀର୍ତ୍ତନପୁର ଅଞ୍ଚଳର ଛାତ୍ରୀଙ୍କ ଘରେ କେହି ନଥିବା ସମୟରେ ଏହି ସହକାରୀ ଯନ୍ତ୍ରୀ ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ଛାତ୍ରୀଙ୍କୁ ଟେକି ନେଇ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୀଡିତା ନାବାଳିକା ଛାତ୍ରୀଙ୍କ ପରିବାର ପକ୍ଷରୁ କଙ୍କଡାହାଡ଼ ଥାନାରେ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଗତ ୭ତାରିଖ ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ନାବାଳିକାଙ୍କ ଘରେ କେହି ନଥିଲେ । ଏହି ସମୟରେ ନାବାଳିକା ଜଣଙ୍କ ଘର ପାଖରେ ଛେଳି ଚରାଉ ଥିବାବେଳେ ଏହି ସହକାରୀ ଯନ୍ତ୍ରୀ କ୍ଷମା ସାଗର ସିଂ ଓ ତାଙ୍କ ବନ୍ଧୁ ଦିନେଶ ସିଂ ଛାତ୍ରୀଙ୍କୁ ଉଠାଇ ନେଇ ଜୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ ।

ତେବେ ଏବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ପୀଡିତାଙ୍କୁ ଧମକ ମଧ୍ୟ ଦେଇଥିଲେ। ମାତ୍ର ପୀଡିତା ଜଣକ ଆସି ପରେ ତାଙ୍କ ଘରେ ମାଆଙ୍କୁ ଏବିଷୟରେ ଜଣାଇବା ପରେ କଙ୍କଡାହାଡ ଥାନାରେ 8 ତାରିଖରେ ଲିଖିତ ଅଭିଯୋଗ ହୋଇଛି ।

ତେବେ ଅଭିଯୋଗ ପରେ କଙ୍କଡାହାଡ଼ ପୁଲିସ ତନାଘନା ତଦନ୍ତ ଅରମ୍ଭ କରିଛି । ଆଜି(ବୁଧବାର) ପୋଲିସ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ଜଣାପଡିଛି । ସେପଟେ ଏହି ଦୁଷ୍କର୍ମ ଅଭିଯୁକ୍ତ ସହକାରୀ ଯନ୍ତ୍ରୀ କ୍ଷମା ସାଗର ସିଂକୁ ଅନୁଗୁଳ ପୁଲିସ ଗିରଫ କରି କଙ୍କଡାହାଡ଼ ପୁଲିସ ଜିମା ଦେଇଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.