ETV Bharat / state

ଢେଙ୍କାନାଳରୁ ପୁଣି ୮୭ ଆକ୍ରାନ୍ତ ଚିହ୍ନଟ, ମାମଲା ୨୩୯୮କୁ ବୃଦ୍ଧି - corona virus

ଢେଙ୍କାନାଳ ଜିଲ୍ଲାରେ ଶୁକ୍ରବାର ପୁଣି ୮୭ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି ଆକ୍ରାନ୍ତଙ୍କୁ ମିଶାଇ ପଜିଟିଭ ସଂଖ୍ୟା ୨୩୯୮କୁ ବୃଦ୍ଧି ପାଇଛି।

ଢେଙ୍କାନାଳରେ ପୁଣି ୮୭ ଆକ୍ରାନ୍ତ ଚିହ୍ନଟ, ମାମଲା ୨୩୯୮କୁ ବୃଦ୍ଧି
ଢେଙ୍କାନାଳରେ ପୁଣି ୮୭ ଆକ୍ରାନ୍ତ ଚିହ୍ନଟ, ମାମଲା ୨୩୯୮କୁ ବୃଦ୍ଧି
author img

By

Published : Sep 11, 2020, 3:55 PM IST

ଢେଙ୍କାନାଳ: ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ଶୁକ୍ରବାର ଢେଙ୍କାନାଳ ଜିଲ୍ଲାରେ ୮୭ କୋର ନା ପୋଜେଟିଭ ଚିହ୍ନଟ ହୋଇଥିବାବେଳ ମୋଟ ସଂକ୍ରମିତ ସଂଖ୍ୟା ୨୩୯୮ରେ ପହଞ୍ଚିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଂଗରୋଧ କେନ୍ଦ୍ରରୁ, ହୋମ କ୍ବାରେଣ୍ଟାଇନରୁ ୬୨ଜଣ, ସ୍ଥାନୀୟ ସଂକ୍ରମିତ ୨୦ , କଟକ ଓ ଭୁବନେଶ୍ବର ହସପିଟାଲରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡାପଡା ବ୍ଳକରୁ ଆଜି ସର୍ବାଧିକ ୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି କଙ୍କଡାହାଡରୁ ୪, କାମାକ୍ଷାନଗର ରୁ ୬, ସଦରରୁ ୫, ଭୁବନ ବ୍ଳକରୁ ୬, ଭୁବନ ଏନଏସିରୁ ଜଣେ, ଢେଙ୍କାନାଳ ପୌରାଞ୍ଚଳରୁ ୧୧ଜଣ, ଗଦିଁଆରୁ ୩ ଓ ହିନ୍ଦୋଳ ଏନଏସିରୁ ୨ଜଣ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ପାଇଁ ପଠାଯାଇଛି।

ଆକ୍ରାନ୍ତମାନେ ରହୁଥିବା ସଂଗରୋଧ କେନ୍ଦ୍ର, ଗୃହ ଓ ସଂଲଗ୍ନ ଅଞ୍ଚଳକୁ ସାନିଟାଜ କରାଯାଇଛି। ସେପଟେ ଜିଲ୍ଲାରେ ଚିକିତ୍ସା ପରେ ୬୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ସୁଧା ଜିଲ୍ଲାରେ ୨୩୯୮ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୮୯୬ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି।

ଜିଲ୍ଲାରେ ୨ ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଛି। ତେବେ ୫୦୦ ଅକ୍ରାନ୍ତ ବିଭିନ୍ନ କୋଭିଡ ହସପିଟାଲରେ ଚିକତ୍ସିତ ଅଛନ୍ତି। ଏ ପର୍ଯ୍ୟନ୍ତ ଜିଲ୍ଲାରେ ୪୬୪୮୬ଟି କୋରୋନା ଟେଷ୍ଟ ହୋଇସାରିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.