ETV Bharat / state

ଢେଙ୍କାନାଳରୁ ୮୪ କରୋନା ଆକ୍ରାନ୍ତ ଚିହ୍ନଟ, ଦିନକରେ ସୁସ୍ଥ ହେଲେ ୫୭

author img

By

Published : Sep 26, 2020, 5:19 PM IST

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନି । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାରେ ଶନିବାର ୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୮୪ କରୋନା ଆକ୍ରାନ୍ତ ଚିହ୍ନଟ, ଦିନକରେ ସୁସ୍ଥ ହେଲେ ୫୭
ଢେଙ୍କାନାଳରୁ ୮୪ କରୋନା ଆକ୍ରାନ୍ତ ଚିହ୍ନଟ, ଦିନକରେ ସୁସ୍ଥ ହେଲେ ୫୭

ଢେଙ୍କାନାଳ: ହୁ ହୁ ହୋଇ ମାଡୁଛି କୋରୋନା । ଦିନକୁ ଦିନ ଅଦୃଶ୍ୟ ଭାଇରସର ଚେର ଲମ୍ବି ଚାଲିଥିବାବେଳେ ପ୍ରତ୍ୟେକ ଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନି । ଏହି କ୍ରମରେ ଢେଙ୍କାନାଳ ଜିଲ୍ଲାରେ ଶନିବାର ୮୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୫୩କୁ ବୃଦ୍ଧି ପାଇଛି । ସେଥିରୁ ଓଡାପଡାରୁ ୨୨, ଢେଙ୍କାନାଳ ସହରରୁ ୭ ସଦର ଓ ଭୁବନରୁ ୫ ଜଣ ଲେଖାଏଁ ଚିହ୍ନଟ କରାଯାଇଛି ।

ସେହିପରି କାମାକ୍ଷାନଗର ଏନଏସି ଓ କଙ୍କଡାହାଡରୁ ଜଣେ ଲେଖାଏଁ, ହିନ୍ଦୋଳରୁ ୨୦, ଗଦିଁଆରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ ୫୭, ସ୍ଥାନୀୟ ସଂକ୍ରମିତ ୧୫ ଓ କଟକ ଭୁବନେଶ୍ବରର ବିଭିନ୍ନ ହସପିଟାଲରୁ ୧୨ଜଣ ଚିହ୍ନଟ ହୋଇଛନ୍ତି ।

ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳର ବିଭିନ୍ନ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଜିଲ୍ଲାରେ ଶନିବାର ୫୭ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଜିଲ୍ଲାରେ ମୋଟ ୩୪୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ସୁସ୍ଥ ହୋଇ ୨୮୨୫ଜଣ ଘରକୁ ଫେରିଛନ୍ତି । ତେବେ ୬୨୫ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.