ଢେଙ୍କାନାଳ: ଜିଲ୍ଲାରେ ପ୍ରତ୍ୟେକ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳରେ ୬୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୬୮୭ରେ ପହଞ୍ଚିଛି ।
ଚିହ୍ନଟ ୬୮ ଆକ୍ରାନ୍ତଙ୍କ ମଧ୍ୟରୁ ଢେଙ୍କାନାଳ ପୌରାଞ୍ଚଳ ଓ ହିନ୍ଦୋଳବ୍ଳକରୁ ୧୧ ଜଣ ଲେଖାଏଁ, ଗଦିଁଆ, କଙ୍କଡାହାଡ ଓ କାମାକ୍ଷାନଗରରୁ ୫ଜଣ ଲେଖାଏଁ ଚିହ୍ନଟ କରାଯାଇଛି । ସେହିପରି ଓଡାପଡାରୁ ୭ଜଣ, ସଦର ଓ ଭୁବନ ଏନଏସିରୁ ୨ ଜଣ ଲେଖାଏଁ, ଭୁବନ ବ୍ଳକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ହୋମକ୍ବାରେଣ୍ଟାଇନରୁ ୩୫, ସ୍ଥାନୀୟ ସଂକ୍ରମିତ ୧୭ ଓ ଅନ୍ୟ ୧୬ ଜଣ କଟକ ଓ ଭୁବନେଶ୍ବରର ହସପିଟାଲରୁ ଚିହ୍ନଟ ହୋଇଛନ୍ତି ।
ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।
ସେପଟେ ଚିକିତ୍ସା ପରେ ଜିଲ୍ଲାରେ ଗୋଟିଏ ଦିନରେ ସର୍ବାଧିକ ୧୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୨୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୧୮୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୯୯ ଜଣ ଆକ୍ରାନ୍ତ ଚିକତ୍ସାଧୀନ ଅଛନ୍ତି ।
ପ୍ରକାଶ ଥାଉ କି ଜିଲ୍ଲାରେ ଏଯାବତ୍ ୫୦୪୪୧ ଟି କୋରୋନା ଟେଷ୍ଟ ହୋଇସାରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ