ETV Bharat / state

5ଟି ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳର ୪୧ ହାଇସ୍କୁଲର ରୂପାନ୍ତରିତ ଲୋକାର୍ପଣ - ନବୀନ ପଟ୍ଟନାୟକ 5 T ସ୍କୁଲ ରୂପାନ୍ତରିତ

ଆଜି 5ଟି  ପ୍ରଥମ ପର୍ଯ୍ୟାୟରେ  ଢେଙ୍କାନାଳ ଜିଲ୍ଲାର ୪୧ ହାଇସ୍କୁଲର ରୂପାନ୍ତରିତ ଲୋକାର୍ପଣ

author img

By

Published : Nov 29, 2021, 9:03 PM IST

Updated : Nov 29, 2021, 10:20 PM IST

21:45 November 29

ଯାଜପୁରରେ 64ଟି ରୂପାନ୍ତରିତ ବିଦ୍ୟାଳୟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର ଜିଲ୍ଲାରେ 64 ଟି ରୂପାନ୍ତରିତ ବିଦ୍ୟାଳୟକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯାଜପୁର: ଜିଲ୍ଲାରେ 64ଟି ରୂପାନ୍ତରିତ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ବିରଜା ହାଇସ୍କୁଲରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। 

ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ, ବରୀ ବିଧାୟକ ସୁନନ୍ଦା ଦାସ, ବିଂଝାରପୁର ବିଧାୟକ ପ୍ରମିଳା ମଲ୍ଲିକ, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ସମେତ ଜିଲାର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବିଦ୍ୟାଳୟର ପୁରାତନ ଛାତ୍ର ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ନିଜର ଅଭିଜ୍ଞତା ବର୍ଣ୍ଣନା କରି ବିଦ୍ୟାଳୟ ରୂପାନ୍ତରଣ ଫଳରେ ଛାତ୍ରଛାତ୍ରୀଙ୍କ ଅନେକ ବିକାଶ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ଆକର୍ଷଣୀୟ ଆତସବାଜିର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

20:17 November 29

5ଟି ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳର ୪୧ ହାଇସ୍କୁଲର ରୂପାନ୍ତରିତ ଲୋକାର୍ପଣ

ଢେଙ୍କାନାଳ: ଜିଲ୍ଲାର 5ଟି ପ୍ରଥମ ପର୍ଯ୍ୟାୟର ୪୧ ରୂପାନ୍ତରିତ ହାଇସ୍କୁଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢେଙ୍କାନାଳର ସର୍ବ ପୁରାତନ ବିବି ହାଇସ୍କୁଲ ସମେତ ୪୧ଟି ସ୍କୁଲର ନୂଆରୂପ ଦିଆଯାଇଛି ।

ହାଇସ୍କୁଲ ପିଲାଙ୍କୁ ଗୁଣାତ୍ମକ ତଥା ନୂତନ ଜ୍ଞାନକୌଶଳ ସାଙ୍ଗକୁ ଶିକ୍ଷାର ଉନ୍ନତିକରଣ ମାଧ୍ୟମରେ ଶିକ୍ଷା ଦାନ ପାଇଁ ଓଡିଶା ସରକାରଙ୍କ 5ଟି ଉପକ୍ରମରେ ସ୍କୁଲ ରୂପାନ୍ତରଣ ଆରମ୍ଭ ହୋଇଛି । ଆଜି ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲା ସମେତ ୬ଟି ଜିଲ୍ଲାର ୨୩୯ଟି ସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲ ମୋଡ଼ରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ରାଜ୍ୟର ୬ଟି ଜିଲ୍ଲାରେ ରୂପାନ୍ତରିତ ହେଉଥିବା ସ୍କୁଲ ଗୁଡିକ ନୂଆରୂପରେ ସଜେଇ ହୋଇଛି । ତେବେ ଢେଙ୍କାନାଳର ସର୍ବପୁରାତନ ସ୍କୁଲ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ସମେତ ୪୧ସ୍କୁଲ ରୂପାନ୍ତରିତ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭର୍ଚ୍ଚୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟା ୫ଟା ୩୦ମିନିଟ ସମୟରେ ଏହି ସ୍କୁଲ ଗୁଡିକ ରୂପାନ୍ତରଣର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 ଏଥିପାଇଁ ଢେଙ୍କାନାଳ ବିବି ହାଇସ୍କୁଲ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରାଯାଇଥିଲା । ଏଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ମିନତୀ ନାୟକ, ବ୍ଲକ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତିରେ ଜିଲ୍ଲାପାଳ ସରୋଜ ସେଠୀ ଉତ୍ସବର ସଭାପତିତ୍ୱ କରିଥିଲେ । ଏହି ଅବସରରେ ପିଡ଼ି ଡିଆରଡିଏ, ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ରୂପାନ୍ତରିତ ଲୋକାର୍ପଣ ହେବାକୁ ଥିବା ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ତେବେ ଏହି ଅବସରରେ ଦ୍ୱିତୀୟ ଦଫାରେ ଜିଲ୍ଲାର ୮୧ଟି ସ୍କୁଲକୁ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା 5ଟି ସଚିବ ଭିକେ ପଣ୍ଡିଆନ ସୂଚନା ଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Nov 29, 2021, 10:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.