ଢେଙ୍କାନାଳ: ଲଘୁଚାପ ବର୍ଷାରେ ବ୍ରାହ୍ମଣୀ ନଦୀ ଟାପୁରେ ଫସି ରହିଥିଲେ ୫୦ ଗାଈ । ଏହିସବୁ ଗାଈମାନଙ୍କୁ ଦମକଳ ବାହିନୀ ଓ ପରଜଙ୍ଗ ଥାନା ଅଧିକାରୀଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କମର ଗ୍ରାମରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତନକ ଗତକାଲି ଗ୍ରାମର ପ୍ରାୟ ୫୦ ଟି ଗାଈ ଚରିବାକୁ ଯାଇଥିବା ବେଳେ ଅଚାନକ ବ୍ରାହ୍ମଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ତେଣୁ ଗାଈମାନେ ନଦୀ ଭିତରେ ଥିବା ଏକ ଟାପୁରେ ରହିଯାଇଥିଲେ । ପରେ ଖବର ପାଇ ପରଜଙ୍ଗ ଥାନା ଅଧିକାରୀ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗାଈମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିଲେ ।
ହେଲେ ନଦୀରେ ଜଳସ୍ତର ବୃଦ୍ଧି ଓ ରାତି ହୋଇଯିବାରୁ ଗାଈ ଗୁଡିକୁ ଉଦ୍ଧାର କରା ଯାଇପାରିଲା ନାହିଁ । ଆଜି ବ୍ରାହ୍ମଣୀରେ ଜଳସ୍ତର କମିବାରୁ ଦମକଳ ବାହିନୀ ସହାୟତାରେ ଗାଈମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ