ETV Bharat / state

ପୋଲିସ କବଜାରୁ ଖସି ଦୁର୍ଘଟଣାର ଶିକାର ତିନି ଅମାନିଆ - ଅମାନିଆଙ୍କୁ ସାବାଡ

ଢେଙ୍କାନାଳ ଜିଲ୍ଲା ଭୁବନ ପୋଲିସ ପକ୍ଷରୁ ଚେକିଙ୍ଗ ବେଳେ ଖସି ପଳାଇବାକୁ ଉଦ୍ୟମ କରୁଥିବା ତିନି ଅମାନିଆ ଦୁର୍ଘଟଣାର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

ଭୁବନ ପୋଲିସ ପକ୍ଷରୁ ଚେକିଙ୍ଗ
ଭୁବନ ପୋଲିସ ପକ୍ଷରୁ ଚେକିଙ୍ଗ
author img

By

Published : Apr 30, 2021, 1:31 PM IST

ଢେଙ୍କାନାଳ: ଜିଲ୍ଲା ଭୁବନ ପୋଲିସ ଗାଡି ଚେକିଂ ବେଳେ ଦୁର୍ଘଟଣା । ପୋଲିସ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରୁଥିବାବେଳେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ତିନିଜଣ ଗୁରୁତର ହୋଇଛନ୍ତି ।

ଦୁର୍ଘଟଣାର ଶିକାର ତିନି ଅମାନିଆ

କୋରୋନା ମହାମାରୀର ଦ୍ବିତୀୟ ଲହର ଚାଲିଥିବା ବେଳେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ଥାନୀୟ ପୋଲିସ ପକ୍ଷରୁ କଡା ଚେକିଙ୍ଗ ଚାଲିଛି । ଅମାନିଆଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ତରଫରୁ ଜୋରିମାନା ସହ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଢେଙ୍କାନାଳ ଜିଲ୍ଲା ଭୁବନ ପୋଲିସ ଚେକିଙ୍କ ସମୟରେ ଖସି ପଲାଇଯିବାକୁ ଉଦ୍ୟମ କରୁଥିବା ଅମାନିଆ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।

ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ପୋଲିସ ଭୁବନ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ସେମାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । କଟକ ସ୍ଥାନାନ୍ତରିତ ହୋଇଥିବା ଗୁରୁତରମାନେ ହେଲେ ଟିପିଳେଇ ଗ୍ରାମର ବଳଭଦ୍ର ପ୍ରଧାନ ଓ ଦିବ୍ୟଙ୍ଗା ଗ୍ରାମର ମନୋଜ ସାହୁ । ଭୁବନରୁ ଢେଙ୍କାନାଳ ଦେଇ ଯାଇଥିବା ପୁର୍ତ୍ତ ବିଭାଗ ରଗଡି ରାସ୍ତାରେ ଭୁବନ ପୋଲିସ ପକ୍ଷରୁ କଡାକଡି ଚେକିଂ ଚାଲିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.