ଢେଙ୍କାନାଳ: ଗାତରେ ଫସିଲେ ଦୁଇ ହ।ତୀ । ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ କୁଲେଇ ଗ୍ରାମ ନିକଟ ବଅଁରପାଳ ଜଙ୍ଗଲ ମଧ୍ୟରେ ଏକ ଗାତରେ ଫସିରହିଛନ୍ତି ଦୁଇ ହାତୀ ।
ଦୁଇ ହାତୀ ଗାତରେ କୌଣସି କାରଣବସତଃ ଫସିଯାଇଥିଲେ । ଦାର୍ଘସମୟ ଧରି ହାତୀ ଦୁଇଟି ଖାତ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ଯେହେତୁ ଉକ୍ତ ଗାତରେ ଅଧିକ କାଦୁଅ ଥିବାରୁ ହାତୀ ଦୁଇଟି ଆଉ ବାହାରି ପାରିନଥିଲେ । ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀ ଦୁଇଟିକୁ JCB ସାହାଯ୍ୟରେ ସନ୍ଧ୍ୟା ସୁଦ୍ଧା ଉଦ୍ଧାର କରାଯାଇଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ