ETV Bharat / state

ଆରମ୍ଭ ହେଲା ୧୪ ଦିନିଆ ଲକଡାଉନ, ଚେକିଂ କଡା କଡ଼ି

author img

By

Published : May 5, 2021, 7:04 PM IST

କୋରୋନାର ଦ୍ୱିତୀୟ ଲହରର ଆଜି ଠାରୁ ପ୍ରଥମ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଅପରପକ୍ଷରେ ଅମାନିଆଙ୍କୁ ଜବତ କରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଛକ ଜାଗାମାନଙ୍କରେ ଚେକିଂକୁ କଡାକଡ଼ି କରୁଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

14-day lockdown started in Dhenkanal
ଆରମ୍ଭ ହେଲା ୧୪ ଦିନିଆ ଲକଡାଉନ, ଚେକିଂ କଡା କଡ଼ି

ଢେଙ୍କାନାଳ : କୋରୋନାର ଦ୍ୱିତୀୟ ଲହରର ଆଜି(ବୁଧବାର) ଠାରୁ ପ୍ରଥମ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଏହି ୧୪ଦିନିଆ ଲକଡାଉନ ରହିବ । ତେବେ ଢେଙ୍କାନାଳରେ ଏଥିପାଇଁ ଆଜି ସକାଳେ ପରିବା ଓ ମାଛ ମାଂସ ଦୋକାନରେ ଟିକିଏ ଗହଳି ଲାଗିଥିଲା ।

ସରକାରଙ୍କ ଘୋଷଣା ମୁତାବକ, ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ପନିପରିବା ଆଦି ଦୋକାନ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିଥିଲା । ଦିନ ୧୨ଟା ପରେ କାଁ ଭାଁ ଅମାନିଆଁଙ୍କୁ ଛାଡିଦେଲେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖାଯାଇଛି । ଏପରିକି ବସ ଚଳାଚଳ ବନ୍ଦ ରହିଥିବାରୁ ଢେଙ୍କାନାଳ ବସ ଷ୍ଟାଣ୍ଡ ପୁରା ଖାଁ ଖାଁ ରହିଥିଲା ।

ଅପରପକ୍ଷରେ ଅମାନିଆଙ୍କୁ ଜବତ କରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ଛକ ଜାଗା ମାନଙ୍କରେ ଚେକିଂକୁ କଡା କଡ଼ି କରୁଥିବା ଦେଖାଯାଇଛି । ସେପଟେ ପୌରସଂସ୍ଥା ପକ୍ଷରୁ କିପରି ଜଣ ସଚେତନତା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇଥିବା ଜଣାପଡିଛି ।

ସହରର ରଠାଗଡ଼ା ଦୈନିକ ପରିବା ବଜାରରେ ଭିଡ଼ କମାଇବାକୁ ସ୍ଥାନୀୟ ବିବି ହାଇସ୍କୁଲ ପଡ଼ିଆକୁ ଅସ୍ଥାୟୀ ଭାବେ ପରିବା ଦୋକାନୀଙ୍କୁ ସ୍ଥାନତରିତ କରାଯାଇଛି । ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଗାଇଡ଼ ଲାଇନକୁ କିପରି ଜନସାଧାରଣ ଗ୍ରହଣ କରି ସୁରକ୍ଷିତ ରହିବେ, ସେଥିପାଇଁ ପୌରସଂସ୍ଥା ପକ୍ଷରୁ ବେଶ ତତ୍ପରତା ପ୍ରକାଶ ପାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.