ETV Bharat / state

ଶୁକ୍ରବାର ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

author img

By

Published : Jul 20, 2022, 10:39 PM IST

ଅଧାରେ ଅଟକି ରହିଛି ୫୫ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ । ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନପାରିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଅଧିକ ପଢ଼ନ୍ତୁ

୨୨ ରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
୨୨ ରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଢେଙ୍କାନାଳ : ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ମନମାନି ନେଇ ୫୫ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଅଧାରେ ଅଟକି ରହିଛି । ଫଳରେ ଦୀର୍ଘ ମାସ ଧରି ଏହି ରାଜପଥ ମଙ୍ଗୁଳି ଠାରୁ ଅନୁଗୁଳ ଯାଏଁ ମରଣଯନ୍ତା ପାଲଟିଛି । ବାରମ୍ବାର ଦାବି ସତ୍ତ୍ୱେ କେହି ଶୁଣୁନାହାଁନ୍ତି ଲୋକଙ୍କ ସମସ୍ୟା । ଫଳରେ ଉଭୟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏହାର ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ଆହ୍ୱାନରେ ଜିଲ୍ଲାର ସାମ୍ବାଦିକ ସଂଘ ଠାରୁ ଆରମ୍ଭ କରି ସମସ୍ତ ସଂଗଠନ ମିଳିତ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ଆସନ୍ତା ୨୨ ତାରିଖ ଶୁକ୍ରବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି।

୨୨ ରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଏହାକୁ ସମର୍ଥନ କରି ଜିଲ୍ଲା ବ୍ୟବସାୟିକ ପ୍ରତିଷ୍ଠାନ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଢେଙ୍କାନାଳର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି । ଏହାସହ ଏନଏଚ-୫୫କୁ ସକାଳ ୬ଟାରୁ ଅଖଚକ ବନ୍ଦ ସ୍ୱରୂପ ଅବରୋଧ କରାଯାଇ ସମସ୍ତ ଗାଡି ମଟର ଚଳାଚଳ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ ।

ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ପୋଷ୍ଟ ଅଫିସ, ପେଟ୍ରୋଲ ପମ୍ପ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଆଦିକୁ ବନ୍ଦ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି । ଏହାସହ ରେଳ ଚଳାଚଳକୁ ସକାଳ ୭ଟାରୁ ୯ଟା ଦୁଇ ଘଣ୍ଟା ପାଇଁ ବନ୍ଦ କରାଯିବା ସହ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ଜବାବ ମଗାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.