ETV Bharat / state

କମୁଛି ପ୍ରପାତ ସୁନ୍ଦରୀର ଜଳ ଧାରଣ କ୍ଷମତା, ଜଳକଷ୍ଟ ଭୋଗୁଛନ୍ତି ଦେବଗଡବାସୀ - ପ୍ରପାତ ସୁନ୍ଦରୀ ପ୍ରଧାନପାଟ

ଘନଉଛି ଦେବଗଡବାସୀଙ୍କ ସଙ୍କଟ । ଶୁଖିବାରେ ଲାଗିଛି ପ୍ରପାତ ସୁନ୍ଦରୀ । ଫଳରେ ଜିଲ୍ଲାରେ ଦେଖାଦେଇଛି ପାନୀୟ ଜଳର ସମସ୍ୟା। ଅଧିକ ପଢନ୍ତୁ

water holding capacity of pradhanapat
water holding capacity of pradhanapat
author img

By

Published : Mar 14, 2023, 9:16 AM IST

water holding capacity of pradhanapat

ଦେବଗଡ: ପ୍ରପାତ ସୁନ୍ଦରୀ ପ୍ରଧାନପାଟ । ପ୍ରସିଦ୍ଧ ପର୍ଯ୍ୟଟନୀର ମାନ୍ୟତା ପାଇଥିବା ଏହି ଜଳପ୍ରପାତ କେବଳ ସୌନ୍ଦର୍ଯ୍ୟ ଓ ଶୋଭାରାଜିରେ ପୂର୍ଣ୍ଣ ନୁହେଁ । ବରଂ ଏହା ଦେବଗଡବାସୀଙ୍କ ଲାଇଫ ଲାଇନ । ରାଜା ରାଜୁଡା ସମୟରୁ ପ୍ରଧାନପାଟ ଜଳପ୍ରପାତର ଜଳ ଦେବଗଡ଼ ସହରବାସୀଙ୍କ ତୃଷା ନିବାରଣ କରି ଆସୁଛି । ପାନୀୟ ଜଳ ପାଇଁ ଏହି ଜଳପ୍ରପାତ ଉପରେ ସହରବାସୀ ବହୁ ଦଶନ୍ଧି ଧରି ନିର୍ଭର କରି ଆସୁଛନ୍ତି । ରାଜତନ୍ତ୍ର ବିଲୋପ ପରଠାରୁ ରାଜ୍ୟ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଜଳପ୍ରପାତର ଜଳକୁ ସଂଗ୍ରହ ଓ ବିଶୋଧନ କରି ପାଇପ ମାଧ୍ୟମରେ ସହରବାସୀଙ୍କୁ ଯୋଗାଇ ଦିଆଯାଉଛି ।

ମାତ୍ର ବିଗତ କିଛିବର୍ଷ ହେଲା ଶୁଖି ଆସୁଛି ଏହି ଜଳ ପ୍ରପାତ । ଉଦବେଗଜନକ ଭାବେ ହ୍ରାସ ପାଉଛି ଏହାର ଜଳ ଧାରଣ କ୍ଷମତା । ସଙ୍କୁଚିତ ହେବାରେ ଲାଗିଛି ଝରଣାର ଜଳଧାର । ଫଳରେ ଦେବଗଡ଼ ସହରବାସୀଙ୍କ ପାନୀୟ ଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ ଏହି ଜଳ ପ୍ରପାତ । ଗୋଟିଏ ପକ୍ଷରେ ଦ୍ରୁତଗତିରେ ଜଙ୍ଗଲ କ୍ଷୟ ଯୋଗୁଁ ଜଳପ୍ରପାତର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଥିବା ବେଳେ ଅନ୍ୟ ପକ୍ଷରେ ଦେବଗଡ଼ ସହରରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ତେଣୁ ଦେବଗଡ଼ ସହରରେ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦେବଗଡ଼ ସହରରେ 4800 ଘରକୁ ପାଇପ ସଂଯୋଗ ଦିଆଯାଇଛି । ଏହି ଅନୁଯାୟୀ, ଦୈନିକ 3.68 ( MLD ) ଏମଏଲଡି ଜଳର ଆବଶ୍ୟକତା ରହିଥିବା ବେଳେ, ମିଳୁଛି ମାତ୍ର 2.28 ( MLD ) ଏମଏଲଡି ଜଳ । ସେଥିମଧ୍ୟରୁ ପ୍ରଧାନପାଟ ଜଳପ୍ରପାତରୁ ମିଳୁଛି ମାତ୍ର 1.5 ( MLD ) ଏମଏଲଡି ଜଳ । ଯାହାକି ସହରବାସୀଙ୍କ ପାନୀୟଜଳ ଆବଶ୍ୟକତାକୁ ମେଣ୍ଟାଇ ପାରୁନି । ଫଳରେ ଦେବଗଡ଼ ସହରରେ ଦେଖାଦେଇଛି ଉତ୍କଟ ପାନୀୟଜଳ ସଙ୍କଟ ।

ଲୋକେ ପାନୀୟ ଜଳ ମୁନ୍ଦାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ଘରକୁ ଘର ପାଇପ ସଂଯୋଗ ଦିଆଯାଇଛି ସତ, ହେଲେ ପାଇପରେ ଆବଶ୍ୟକ ମୁତାବକ ପାଣି ଆସୁ ନଥିବା ସହରବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ମାର୍ଚ୍ଚ ପହିଲାରୁ ଦେବଗଡ଼ ପୌରାଞ୍ଚଳରେ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ, ଆଗକୁ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ରହିଛି । ଏ ସମସ୍ୟା ଦୂର କରିବାକୁ 2013ରେ ସରକାର ରେଙ୍ଗାଲି ଜଳଭଣ୍ଡାର ଗାଡପାଳରୁ ପାଇପ ଯୋଗେ ଜଳ ଯୋଗାଇବାକୁ ଏକ ପ୍ରକଳ୍ପ ଅନୁମୋଦନ କରିଥିଲେ । ଏଥିପାଇଁ 19କୋଟି 82ଲକ୍ଷ ଟଙ୍କା ବ୍ୟୟବରାଦ ବି ହେଲା । କିନ୍ତୁ ପରେ ପୁଣି ପ୍ରକଳ୍ପକୁ ସ୍ଥଗିତ ରଖି ବାରକୋଟ ଜଳଭଣ୍ଡାରରୁ ପାଣି ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଦେବଗଡ଼ ସହରାଞ୍ଚଳରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟାର ନିରାକରଣ ପାଇଁ ସ୍ଥାନୀୟ ପ୍ରଶାସନ ଓ ସରକାର ତୁରନ୍ତ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ । କାରଣ ପ୍ରକୃତିର ଉପହାର ପ୍ରଧାନପାଟ କେବଳ ଆକର୍ଷଣୀ ପର୍ଯ୍ୟଟନ ସ୍ଥଳୀ ନୁହେଁ ଏହା ଜିଲ୍ଲାବାସୀଙ୍କ ଲାଇଫ ଲାଇନ । ତେଣୁ ଆଗାମୀ ଦିନରେ ଏଥିପ୍ରତି ନଜର ନଦେଲେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେବେ ଦେବଗଡବାସୀ ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.