ETV Bharat / state

ସରକାରୀ ଆବାସ ଯୋଜନାରୁ ବଞ୍ଚିତ ପାଉଡିଭୂୟାଁ ଆଦିମ ଜନଜାତି

author img

By

Published : Oct 22, 2020, 12:37 PM IST

Updated : Oct 22, 2020, 12:53 PM IST

ଦେବଗଡ ବାରକୋଟ ବ୍ଲକର ଔତଳ ଗାଁରେ ବସବାସ କରୁଥିବା ପାଉଡ଼ିଭୂୟାଁ ଆଦିମ ଆଦିବାସୀଙ୍କ ପାଖରେ ଅପହଞ୍ଚ ସରକାରୀ ଯୋଜନା। ଅଧିକ ପଢନ୍ତୁ...

ସରକାରୀ ଆବାସ ଯୋଜନାରୁ ବଞ୍ଚିତ ପାଉଡିଭୂୟାଁ ଆଦିମ ଆଦିବାସୀ

ଦେବଗଡ: ଜିଲ୍ଲା ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତର ଔତଳ ଗାଁରେ ବସବାସ କରନ୍ତି 80ଟି ପାଉଡିଭୂୟାଁ ଆଦିମ ଆଦିବାସୀ ପରିବାର। ଏହି ପରିବାରଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଖଣ୍ଡିଏ ପକ୍କା ଘର। କୋଉଠି ଝାଟିମାଟି ତ, ପୁଣି କୋଉଠି ଭଙ୍ଗା ଦଦରା କୁଡିଆରେ ଅତି ଦୟନୀୟ ଭାବେ ବର୍ଷ ବର୍ଷ ଧରି ଜୀବନ ବିତାଇ ଆସୁଛନ୍ତି ଏସମସ୍ତ ପରିବାର।

ସେପଟେ ଗରିବ ବାସହୀନ ପରିବାରଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷରେ ସରକାର ବିଜୁ ପକ୍କା ଘର ଯୋଜନା ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ କେତେକଣ ଯୋଜନା କାର୍ଯ୍ୟକାରୀ କରିଚାଲିଛନ୍ତି। ମାତ୍ର ପରିତାପର ବିଷୟଯେ, ସରକାରଙ୍କ ଏସମସ୍ତ ଯୋଜନା ଏହି ଆଦିମ ଜନଜାତି ଲୋକଙ୍କ ପାଖରେ ଅପହଞ୍ଚ ହୋଇ ରହିଛି। ପକ୍କା ବାସଗୃହ ଖଣ୍ଡିଏ ପାଇବା ଆଶାରେ ଏହି ଜନଜାତି ଲୋକେ ଦୀର୍ଘ ସମୟ ହେଲା ବାରମ୍ବାର ସରୁଆଳି ପଞ୍ଚାୟତକୁ ଯାଇ ପଞ୍ଚାୟତ ଅଧିକାରୀଙ୍କୁ ହାରିଗୁହାରି କରି ଆସୁଛନ୍ତି। ହେଲେ, ଏହି ଗରିବ ବାସହୀନ ଲୋକଙ୍କ ଗୁହାରି କାହା କାନରେ ପଡୁଥିବା ଭଳି ପରିଲକ୍ଷିତ ହେଉନାହିଁ।

ପକ୍କା ବାସଗୃହ ଖଣ୍ଡିଏ ପାଇବା ପାଇଁ ବର୍ଷ ବର୍ଷ ଧରି ଚାତକ ଭଳି ଚାହିଁ ବସିଥିବା ଏହି ଆଦିମ ଜନଜାତିଙ୍କ ଗୁହାରୀ କେବେ ପ୍ରଶାସନ ଶୁଣୁଛି, ତାହା ଦେଖିବାକୁ ବାକିରହିଲା।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

Last Updated : Oct 22, 2020, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.