ETV Bharat / state

ରାସ୍ତା କାମ ନସାରି ଚାଲିଛି ଟୋଲ ଟ୍ୟାକ୍ସ ଆଦାୟ, ତେଜୁଛି ଜନ ଅସନ୍ତୋଷ

ଦେବଗଡ ଜିଲ୍ଲା ଦେଇ ଯାଇଥିବା ମୁମ୍ବାଇ-କୋଲକତା ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ନସାରି ଚାଲିଛି ଟୋଲ ଟିକସ ଆଦାୟ । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ...

author img

By

Published : Jun 15, 2021, 7:23 PM IST

ରାସ୍ତା କାମ ନସାରି ଚାଲିଛି ଟୋଲ ଟ୍ୟାକ୍ସ ଆଦାୟ, ତେଜୁଛି ଜନ ଅସନ୍ତୋଷ
ରାସ୍ତା କାମ ନସାରି ଚାଲିଛି ଟୋଲ ଟ୍ୟାକ୍ସ ଆଦାୟ, ତେଜୁଛି ଜନ ଅସନ୍ତୋଷ

ଦେବଗଡ: ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ନ ହେଉଣୁ ରାସ୍ତା ଉପରେ ଲାଗିଛି ଟୋଲଗେଟ । ଯାନବାହନ ରୁ ଛାଲିଛି ଟ୍ୟାକ୍ସ ଆଦାୟ । ସେବା ନାଁରେ ସରକାରଙ୍କ ଏଭଳି ଟିକସ ଆଦାୟ ନୀତି ବିରୁଦ୍ଧରେ ବୃଦ୍ଧି ପାଇବାରେ ଲାଗିଛି ପ୍ରବଳ ଜନ ଅସନ୍ତୋଷ ।

ଦେବଗଡ ଜିଲ୍ଲା ଦେଇ ଅତିକ୍ରମ କରିଥିବା ମୁମ୍ବାଇ-କୋଲକତା 49 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇପାରିନାହିଁ । ଜିଲ୍ଲାର ତିଳେଇବଣି ଠାରୁ ଗୁଣ୍ଡେଇମରା ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣଧୀନ ଅବସ୍ଥାରେ ଥିବାରୁ ଏହା ଅତ୍ୟନ୍ତ ବିପଦ ସଂକୁଳ ଓ ଶୋଚନୀୟ ହୋଇପଡିଛି । ଏଠାରେ ଯାନବାହନ ଚଳାଚଳ କରିବା କଷ୍ଟସାଧ୍ୟ ହୋଇପଡୁଛି । କେତେକ ବ୍ରିଜ କାମ ମଧ୍ୟ ନିର୍ମାଣଧୀନ ଅବସ୍ଥାରେ ଅଛି । ଅତ୍ୟନ୍ତ କ୍ଷୋଭର ବିଷୟ ହେଲା, ଏହି ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇନଥିବା ବେଳେ, ଗତ କିଛିଦିନ ହେଲା ବିଭାଗୀୟ କତ୍ତୃପକ୍ଷ ତରବରିଆ ଭାବେ ଜିଲ୍ଲାର ବଡ଼କୁଦର ଠାରେ ଟୋଲ ଗେଟ ବସାଇ ଯାନବାହାନ ଠାରୁ ମୋଟାଅଙ୍କର ଟୋଲଟେକ୍ସ ଆଦାୟ କରୁଛନ୍ତି ।

ସ୍ଥାନୀୟ ଯାନବାହାନ ଗୁଡିକ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି । ଏନେଇ ସାରା ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ଟୋଲ ଗେଟକୁ ସ୍ଥଗିତ ରଖାଯିବା ତଥା ସ୍ଥାନୀୟ ଯାନବାହାନ ରୁ ଟୋଲ ଟ୍ୟାକ୍ସ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଏହି ଜନ ଅସନ୍ତୋଷ ଏକ ଉଗ୍ର ଜନ ଆନ୍ଦୋଳନର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.