ETV Bharat / state

ରେଙ୍ଗାଲି ଭୂ-ଅର୍ଜନ ପୁନର୍ବାସ ଜୋନ କାର୍ଯ୍ୟାଳୟରେ ତାଲା, ହନ୍ତସନ୍ତ ଲୋକ - ରେଙ୍ଗାଲି ବିସ୍ଥାପିତଙ୍କ ସମସ୍ୟା

ଭୂତକୋଠି ପାଲଟିଛି ଦେବଗଡ ରେଙ୍ଗାଲି ବିସ୍ଥାପିତ ଭୂଅର୍ଜନ ପୁନର୍ବାସ ଓ ଥଇଥାନ ଜୋନ କାର୍ଯ୍ୟାଳୟ । ଅଧିକ ପଢନ୍ତୁ

resttlemrnt rehabititation office
କୋମାରେ ରେଙ୍ଗାଲି ଭୁଅର୍ଜନପୁନର୍ବାସ ଜୋନ କାର୍ଯ୍ୟାଳୟ
author img

By

Published : Jun 7, 2023, 1:58 PM IST

କୋମାରେ ରେଙ୍ଗାଲି ଭୁଅର୍ଜନପୁନର୍ବାସ ଜୋନ କାର୍ଯ୍ୟାଳୟ

ଦେବଗଡ: କୋମାରେ ପଡିଛି ରେଙ୍ଗାଲି ଭୂଅର୍ଜନ ପୁନର୍ବସତି ଓ ଥଇଥାନ ଜୋନ କାର୍ଯ୍ୟାଳୟ । କାର୍ଯ୍ୟାଳୟରେ ନା ଅଛନ୍ତି ଅଧିକାରୀ ନା ଅଛନ୍ତି କର୍ମଚାରୀ । ସରକାରୀ କାର୍ଯ୍ୟ ସବୁ କିଛି ଠପ ହୋଇପଡିଛି । ସେପଟେ ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ହୋଇଥିବା ଲୋକଙ୍କ ସମସ୍ୟାର ଏପର୍ଯ୍ୟନ୍ତ ସାମାଧାନ ହୋଇନାହିଁ ।

ରେଙ୍ଗାଲି ବହୁମୁଖୀ ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତଙ୍କୁ କ୍ଷତିପୂରଣ ଓ ଥଇଥାନ କରି ଜମିଜମା ସମସ୍ୟାର ସମାଧାନ କରିବା ଲକ୍ଷ୍ୟରେ ସରକାର 1980 ମସିହାରେ ରେଙ୍ଗାଲି ଭୂଅର୍ଜନ ପୁନର୍ବାସ ଓ ଥଇଥାନ ଜୋନ କାର୍ଯ୍ୟାଳୟ ଖୋଲିଥିଲେ । ଏହା ଦେବଗଡ଼ ସଦର ମହକୁମା ଠାରେ ରହିଛି । ବିସ୍ଥାପିତ ଲୋକେ ଏହି କାର୍ଯ୍ୟାଳୟ ଆସି ନିଜ ନିଜ କ୍ଷତିପୂରଣ ଓ ଥଇଥାନ ସମସ୍ୟାର ସମାଧାନ କରୁଥିଲେ । ଏହି ନଦୀବନ୍ଧ ଯୋଜନା ହେବାର ଆଜକୁ ଦୀର୍ଘ 40 ବର୍ଷ ବିତିଯାଇଥିଲେ ସୁଦ୍ଧା ବିସ୍ଥାପିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ଏହି ପରିପ୍ରେକ୍ଷୀରେ ସରକାର ଉକ୍ତ ଜୋନ କାର୍ଯ୍ୟାଳୟକୁ ଆଉ ଦୃଷ୍ଟି ଦେଉ ନାହାନ୍ତି ।

କାର୍ଯ୍ୟାଳୟରେ ଜଣେ ଜୋନ ଅଫିସର, ଜଣେ କିରାଣୀ, ଜଣେ ଆରଆଇ 5ଜଣ ଅମିନ ଓ ପିଅନ ପଦବୀ ରହିଥିବା ବେଳେ, ଆଜକୁ ଦୀର୍ଘବର୍ଷ ହେଲା କାର୍ଯ୍ୟାଳୟରେ ନା ଅଛନ୍ତି ଅଧିକାରୀ ନା ଅଛନ୍ତି କର୍ମଚାରୀ । ସମସ୍ତଙ୍କୁ ସରକାର ଅନ୍ୟତ୍ର ସ୍ଥାନାନ୍ତରିତ କରି ଦେଇଥିବାବେଳେ ଏହି ସବୁ ପଦବୀ ଖୋଲା ପଡିଛି । କାର୍ଯ୍ୟାଳୟକୁ ଜଗି ରହିଛନ୍ତି ଜଣେ ଅମିନ ଓ ଜଣେ ରାତ୍ର ଜଗୁଆଳି । ଫଳରେ ଏହି କାର୍ଯ୍ୟାଳୟକୁ ବିଭିନ୍ନ ସମସ୍ୟା ନେଇ ଆସୁଥିବା ବିସ୍ଥାପିତ ଲୋକେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏହା ବି ପଢନ୍ତୁ...ସମସ୍ୟା ଘେରରେ ରେଙ୍ଗାଲି ବିସ୍ଥାପିତ, 40 ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା

ସୂଚନା ଅନୁଯାୟୀ, ବହୁ ବିସ୍ଥାପିତ ପରିବାର ଏଯାଏଁ ଉପଯୁକ୍ତ କ୍ଷତିପୂରଣ ପାଇପାରି ନାହାନ୍ତି । କ୍ଷତିପୂରଣରୁ ବଞ୍ଚିତ ଥିବା ବହୁ ସଂଖ୍ୟାରେ ବିସ୍ଥାପିତ ଲୋକେ କୋର୍ଟର ଆଶ୍ରୟ ନେଇ ମାମଲା ପଞ୍ଜିକୃତ କରାଇଛନ୍ତି । ଏ ସଂକ୍ରାନ୍ତରେ LA 18 (1) ଓ 28 (A)ରେ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ମାମଲା ପଞ୍ଜିକୃତ ହୋଇ ଥିବାବେଳେ, ସେସବୁ ବର୍ଷ ବର୍ଷ ଧରି ଫଇସଲା ହୋଇନପାରି ସରକାରୀ ନାଲିଫିତା ତଳେ ଧୂଳି ଖାଇଛି । ଏପର୍ଯ୍ୟନ୍ତ ଅନେକ ଆଂଶିକ ବୁଡି ଗ୍ରାମକୁ ସମ୍ପୂର୍ଣ୍ଣ ବୁଡ଼ି ଘୋଷଣା କରାଯାଇନାହିଁ । ବହୁ ସଂଖ୍ୟାରେ ବିସ୍ଥାପିତ ପରିବାର ଲିଜ ଜମି ପାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସ୍ଥାୟୀ ଜମିପଟ୍ଟା ପାଇପାରିନାହାନ୍ତି । ଏକାଧିକ ପୁନର୍ବାସତି ଗ୍ରାମ ରାଜସ୍ୱ ଗ୍ରାମର ମାନ୍ୟତା ପାଇପାରିନାହିଁ ।

ଅନେକ ସମସ୍ୟାରେ ଛନ୍ଦି ହୋଇ ବିସ୍ଥାପିତ ପରିବାର ହନ୍ତସନ୍ତ ହେଉଛନ୍ତି । ଏଭଳି ସ୍ଥିତିରେ ସରକାର ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଦେବଗଡ଼ ଠାରେ ଥିବା ଭୂଅର୍ଜନ ପୁନର୍ବସତି ଓ ଥଇଥାନ ଜୋନ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରି କାର୍ଯ୍ୟାଳୟକୁ ଜାଣିଶୁଣି ଅଚଳ କରିଦେଇଥିବା ଅଭିଯୋଗ ହେଉଛି । କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରାଇବାକୁ ବିସ୍ଥାପିତ ଲୋକେ ବାରମ୍ବାର ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ଫଳରେ ଏନେଇ ବିସ୍ଥାପିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଇଛନ୍ତି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.