ETV Bharat / state

ଦେବଗଡରେ ବର୍ତ୍ତମାନ ସୁଦ୍ଧା ଟିକା ନେଲେଣି 38,621 ଜଣ - ଦେବଗଡରେ ଟୀକାକରଣ ବ୍ୟବସ୍ଥା

ଏଯାବତ ଦେବଗଡ ଜିଲ୍ଲାରେ ଟିକା ନେଲେଣି 38 ହଜାରରୁ ଉର୍ଦ୍ଧ୍ବ ଲୋକେ । ଅଧିକ ପଢନ୍ତୁ...

ଦେବଗଡ ଜିଲ୍ଲାରେ ଆଗେଇ ଚାଲିଛି କୋରୋନା ଟୀକାକରଣ କାର୍ଯ୍ୟକ୍ରମ

author img

By

Published : May 7, 2021, 1:18 PM IST

ଦେବଗଡ:କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦେବଗଡ଼ ଜିଲ୍ଲାରେ ଗତ ଜାନୁଆରୀ 16 ତାରିଖ ଠାରୁ ଟୀକାକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ସମୁଦାୟ 38,621 ଜଣ କୋରୋନା ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାଯାଇଛି ।

ଦେବଗଡ ଜିଲ୍ଲାରେ ଆଗେଇ ଚାଲିଛି କୋରୋନା ଟୀକାକରଣ କାର୍ଯ୍ୟକ୍ରମ
ଦେବଗଡ ଜିଲ୍ଲାରେ ଆଗେଇ ଚାଲିଛି କୋରୋନା ଟୀକାକରଣ କାର୍ଯ୍ୟକ୍ରମ

ପ୍ରାପ୍ତ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 38,621ଜଣ କୋରୋନା ଟିକା ନେଇସାରିଥିବା ବେଳେ, ସେଥିମଧ୍ୟରୁ 60 ବର୍ଷରୁ ଉର୍ଦ୍ଧ୍ବ 18,137 ଜଣ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଛି । ସେହିପରି 45 ବର୍ଷରୁ 59 ବର୍ଷ ମଧ୍ୟରେ 11,966 ଜଣଙ୍କୁ ଟିକା ପ୍ରଦାନ କରାଯାଇଛି ।

ଏହା ବ୍ୟତୀତ ଜିଲ୍ଲାରେ 8518 ଜଣ ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମୀ ତଥା ଆଗଧାଡ଼ିର କୋରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଏହି ଟିକା ପ୍ରଦାନ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରାଯିବା ସଙ୍ଗେ ସଙ୍ଗେ ସମସ୍ତେ ଯେପରି ଏହାର ସୁଯୋଗ ପାଇପାରିବେ ସେଥିପ୍ରତି ପଦକ୍ଷେପ ନିଆଯାଉଥିବା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.