ETV Bharat / state

ନାଳ ସାଜିଛି ପ୍ରତିବନ୍ଧକ, ଯାତାୟତରେ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ - ଗାଁକୁ ନାହିଁ ନିତିଦିନିଆ ରାସ୍ତା

ଦେବଗଡ ସଦର ମହକୁମା ଠାରୁ ମାତ୍ର କିଲୋମିଟର ଦୂରରେ ଅବସ୍ଥିତ କଲଣ୍ଡା ପଞ୍ଚାୟତର ଗ୍ରାମବାସୀ ନାଳ ପାର ହୋଇ ପ୍ରତିଦିନ ଯାତାୟତ କରୁଛନ୍ତି ପଞ୍ଚାୟତ କାର୍ଯ୍ୟାଳୟ । ଅଧିକ ପଢନ୍ତୁ

road problem in rural area
road problem in rural area
author img

By

Published : Jun 1, 2023, 1:14 PM IST

road problem in rural area

ଦେବଗଡ: ଗାଁକୁ ନାହିଁ ନିତିଦିନିଆ ରାସ୍ତା । ନାଳ ପାର ହୋଇ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ କରୁଛନ୍ତି ତିନୋଟି ଗ୍ରାମର ଲୋକେ । ଦୀର୍ଘ ବର୍ଷ ଧରି ଗ୍ରାମବାସୀ ଯାତାୟତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ସୁଧା ସମସ୍ୟା ସମାଧାନ ଦିଗରେ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ପଡିନାହିଁ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ ସଦର ମହକୁମା ଠାରୁ ମାତ୍ର କିଲୋମିଟର ଦୂରରେ ଅବସ୍ଥିତ କଲଣ୍ଡା ପଞ୍ଚାୟତର କାଳିଆକଟା, ଚଡକମରା ଓ ଆମ୍ବୁଲପାଣି ଗାଁରେ ।

ସୂଚନା ମୁତାବକ, ତିନୋଟି ଗାଁରେ ପ୍ରାୟ 100ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ଜିଲ୍ଲା ମୁଖ୍ୟାଳୟ ଠାରୁ ଏହା ଗାଁର ଦୂରତା ମାତ୍ର 6 କିଲୋମିଟର । ହେଲେ ଏଠାକାର ମୁଖ୍ୟ ସମସ୍ୟା ହେଲା ରାସ୍ତା । ଗାଁକୁ ଏଯାଏ ହୋଇପାରିନି ନିତିଦିନିଆ ରାସ୍ତା । ଦୁର୍ଗମ ପାହାଡିଆ ପାଦଚଲା ରାସ୍ତା ଅତିକ୍ରମ କରି ଓ ଗାଁ ନିକଟରେ ପ୍ରବାହିତ ହେଉଥିବା ବାଳିଆପିଟା ନାଳ ପାରି ହୋଇ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟ ଓ ଦେବଗଡ଼ ସହରକୁ ଯାତାୟତ କରିଥାନ୍ତି ଲୋକେ । ସ୍ଥାୟୀ ରାସ୍ତା ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ନାଳ ପାରିହୋଇ ଗାଁକୁ ଆମ୍ବୁଲାନ୍ସ ଆସିବା ମଧ୍ୟ ସମ୍ଭବ ହୋଇନଥାଏ । ତେଣୁ ରୋଗୀମାନେ ଠିକ ସମୟରେ ଡାକ୍ତରଖାନା ପହଞ୍ଚି ନପାରି ନାହିଁ ନଥିବା ଅସୁବିଧା ଭୋଗ କରିଥାନ୍ତି ।

ଗାଁ ଠାରୁ ଅନ୍ୟ ଗାଁ ସ୍କୁଲକୁ ପାଠ ପଢିବାକୁ ଯିବାକୁ ହେଲେ ପିଲାଙ୍କୁ ୮ କିଲୋମିଟର ଦୁର୍ଗମ ରାସ୍ତା ଅତିକ୍ରମ କରିବାକୁ ପଡିଥାଏ । ମୁଖ୍ୟତଃ ବର୍ଷା ଋତୁରେ ବାଳିଆପିଟା ନାଳରେ ବନ୍ୟା ଆସିବା ଫଳରେ ନାଳ ପାରିହୋଇ ଯାତାୟତ କରିବା ଲୋକଙ୍କ ପକ୍ଷରେ ସମ୍ଭବ ହୋଇ ନଥାଏ । ଫଳରେ ବର୍ଷା ଋତୁରେ ଏହି ତିନୋଟି ଗାଁ ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥାଏ ଏନେଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଗ୍ରାମବାସୀ ।

ତେବେ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ତିନୋଟି ଗ୍ରାମର ଗ୍ରାମବାସୀ ବାଳିଆପିଟା ନାଳ ଉପରେ ଗୋଟିଏ ପୋଲ ଓ ଏହି ଅଞ୍ଚଳକୁ ଖଣ୍ଡିଏ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଆଜକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଦାବି ଜଣାଇ ଆସୁଛନ୍ତି । ମାତ୍ର କ୍ଷୋଭର ବିଷୟ ଯେ ଏହି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପୂର୍ବକ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । କେବଳ ପ୍ରତିଶୃତି ମଧ୍ୟରେ ହିଁ ସୀମିତ ରହିଯାଇଛି ଲୋକଙ୍କ ସମସ୍ୟା । ଫଳରେ ଏନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ବିଭିନ୍ନ ଗ୍ରାମାଞ୍ଚଳ ରାସ୍ତାକୁ ସହର ମୁଖ୍ୟରାସ୍ତା ସହିତ ସଂଯୋଗ କରିବା ଲକ୍ଷ୍ୟରେ ସରକାର ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରି ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମାତ୍ର ଦେବଗଡ଼ ଜିଲ୍ଲାର କାଳିଆ କଟା, ଚଡକମରା ଓ ଆମ୍ବୁଲପାଣି ଆଦି ତିନୋଟି ଗାଁର ଯାତାୟତ ଅବସ୍ଥା ଦେଖିଲେ ସରକାରଙ୍କ ଏହି ଯୋଜନାର ଯେ ଗତି କୁଆଡେ, ତାହା ସ୍ପଷ୍ଟ ବାରିହୋଇ ପଡୁଛି ।

ଇଟିଭି ଭାରତ , ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.