ETV Bharat / state

ଦେବଗଡ଼ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ଅଭିଯୋଗ

author img

By

Published : Jul 7, 2022, 1:10 PM IST

ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଷରରେ ଅବସ୍ଥିତ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ଅଭିଯୋଗ । ସିନିୟର ଛାତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଶିକ୍ଷଣ କେନ୍ଦ୍ରର ଜଣେ ପ୍ରଥମ ବର୍ଷ ଛାତ୍ରୀ । ଅଧିକ ପଢନ୍ତୁ

ଦେବଗଡ଼ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ଅଭିଯୋଗ
ଦେବଗଡ଼ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ଅଭିଯୋଗ

ଦେବଗଡ଼: ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ରାଗିଂ ଘଟଣା ପ୍ରାୟତଃ ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । କିଛି ଦିନ ପୂର୍ବରୁ ରାଗିଂକୁ ନେଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ଏବେ ପୁଣି ଦେବଗଡ଼ ଜିଲ୍ଲାରୁ ରାଗିଂ ଅଭିଯୋଗ ଖବର ସାମ୍ନାକୁ ଆସିଛି । ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଷରରେ ଅବସ୍ଥିତ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ରାଗିଂ ଅଭିଯୋଗ । ସିନିୟର ଛାତ୍ରୀଙ୍କ ବିରେଧରେ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଶିକ୍ଷଣ କେନ୍ଦ୍ରର ଜଣେ ପ୍ରଥମ ବର୍ଷ ଛାତ୍ରୀ । ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଏହାର ତଦନ୍ତ ନେଇ ତତ୍ପର ହୋଇ ଉଠିଛି ଜିଲ୍ଲା ସ୍ବାସ୍ଥ୍ୟବିଭାଗ ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଖୁଣ୍ଟଲାବାହାଲ ଗ୍ରାମର କଳ୍ପନା କିଷାନ ତିନିମାସ ତଳେ ଦେବଗଡ଼ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଥମ ବର୍ଷ ଛାତ୍ରୀ ଭାବେ ନାମ ଲେଖାଇଥିଲେ । ନାମ ଲେଖାଇବା ଦିନ ଠାରୁ ପାଞ୍ଚଜଣ ସିନିୟର ଛାତ୍ରୀ ତାଙ୍କୁ ଆକ୍ଷେପ ମୂଳକ କଥାବାର୍ତ୍ତା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ପୂର୍ବରୁ ପରିବାର ଲୋକଙ୍କୁ ଜଣାଇ ଆସୁଥିବା ବେଳେ ମଙ୍ଗଳବାର ଦିନ ଏନେଇ ସିଡିଏମଓଙ୍କ ( CDMO ) ନିକଟରେ ଲଖିତ ଅଭିଯୋଗ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ସିଡିଏମଓ ଡାକ୍ତର ସାଧନା ଦାସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରାଗିଂ ଅଭିଯୋଗ ଆଣିଥିବା ପ୍ରଥମ ବର୍ଷ ଛାତ୍ରୀ ଜଣକ ବିବାହିତା ଓ ତାଙ୍କର ଗୋଟିଏ ସନ୍ତାନ ରହିଥିବା ବେଳେ ସେ ନିଜ ସନ୍ତାନକୁ ବାପ ଘରେ ଛାଡ଼ି ହଷ୍ଟେଲରେ ରହି ପାଠ ପଢ଼ୁଥିବା ସୂଚନା ରହିଛି ।ନିକଟ ଅତୀତରେ ଭୁବନେଶ୍ୱର ବିଜେବି କଲେଜରେ ଜଣେ ରାଗିଂ ପୀଡିତ ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଦେବଗଡ଼ ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ହୋଇଥିବା ଏହି ରାଗିଂ ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.