ETV Bharat / state

ଦେବଗଡ଼ ପୋୖରାଞ୍ଚଳରେ ବାଟବଣା ଆବାସ ଯୋଜନା, ଗରିବଙ୍କୁ ମିଳୁନି ବାସଗୃହ - ଦେବଗଡ଼ ପୋୖରାଞ୍ଚଳ ସମସ୍ୟା

ଦେବଗଡ଼ ପୌରାଞ୍ଚଳରେ ଦିଗହରା ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ସାହି ବସ୍ତିରେ ବସବାସ କରୁଥିବା ଗରିବ ବାସହୀନ ଲୋକେ ପକ୍କାଘର ଖଣ୍ଡିଏ ଲେଖାଏଁ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଅଧିକ ପଢନ୍ତୁ...

ଦେବଗଡ଼ ପୋୖରାଞ୍ଚଳରେ ବାଟବଣା ଆବାସ ଯୋଜନା
ଦେବଗଡ଼ ପୋୖରାଞ୍ଚଳରେ ବାଟବଣା ଆବାସ ଯୋଜନା
author img

By

Published : Jul 4, 2021, 9:54 AM IST

ଦେବଗଡ: ଦେବଗଡ଼ ପୌରାଞ୍ଚଳରେ ଦିଗହରା ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ସାହି ବସ୍ତିରେ ବସବାସ କରୁଥିବା ଗରିବ ବାସହୀନ ଲୋକେ ପକ୍କାଘର ଖଣ୍ଡିଏ ଲେଖାଏଁ ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି । ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ 10 ନମ୍ବର ୱାର୍ଡର ମୁଣ୍ଡା ସାହି । ବସ୍ତି ସାରା ଝାଟିମାଟି କୁଡ଼ିଆ । କେଉଁଠି ଚାଳ ନାହିଁ ତ କେଉଁଠି ଛପର ନାହିଁ । ସବୁଠି ଭଙ୍ଗା ଦଦରା କୁଡ଼ିଆ । ଏହି ବସ୍ତିରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି 60 ରୁ ଉର୍ଦ୍ଧ ମୁଣ୍ଡା ଆଦିବାସୀ ପରିବାର । ଆବାସ ଯୋଜନା ଚାଲିଛି ତା' ବାଟରେ । ହେଲେ ଏଠାରେ କାହାରି ପାଖରେ ବାସପଯୋଗୀ ଘର ଖଣ୍ଡିଏ ନାହିଁ ।

ଦେବଗଡ଼ ପୋୖରାଞ୍ଚଳରେ ବାଟବଣା ଆବାସ ଯୋଜନା

ସହରାଞ୍ଚଳ ରେ ବସବାସ କରୁଥିବା ଗରିବ ତଥା ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ବସ୍ତି ବାସିନ୍ଦାଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷରେ ସରକାର ଗତ 2015 ମସହା ଠାରୁ ଏଠାରେ କାର୍ଯ୍ୟକାରୀ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ମାତ୍ର ପରିତାପର ବିଷୟ ଏହା ଯେ , ବିଭାଗୀୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ତଥା ହିତାଧିକାରୀ ଚୟନରେ ପକ୍ଷପାତିତା ଯୋଗୁଁ ଏହି ବସ୍ତିର ରୂପରେଖ ଏଯାଏଁ ବଦଳି ପାରିନାହିଁ । ସରକାରୀ ଘର ଖଣ୍ଡିଏ ପାଇବାକୁ ବସ୍ତିବାସିନ୍ଦା ବାରମ୍ବାର ପୌର କାର୍ଯ୍ୟାଳୟକୁ ଧାଉଁଛନ୍ତି । ମିଳୁଛି କେବଳ ଗଦା ଗଦା ପ୍ରତିଶ୍ରୁତି । ହେଲେ ପକ୍କା ଘର ଖଣ୍ଡିଏ ପାଇବା ଏବେବି ବସ୍ତିବାସିନ୍ଦାଙ୍କ ପାଇଁ ସାତ ସ୍ବପ୍ନ ହୋଇ ରହିଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.