ETV Bharat / state

ଇଣ୍ଟରନେଟ ନଥିବାରୁ ମିଳୁନି ବ୍ୟାଙ୍କ ସେବା: ଜମାକାରୀ ହନ୍ତସନ୍ତ

ଇଣ୍ଟରନେଟ୍ ନଥିବାରୁ ଦେବଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ମିଳିପାରୁନି ବ୍ୟାଙ୍କ ସେବା । ଦୀର୍ଘ ଦିନ ହେଲାଣି ହନ୍ତସନ୍ତ ହେଉଛନ୍ତି ଜମାକାରୀ । ଅଧିକ ପଢନ୍ତୁ

ବ୍ୟାଙ୍କ ସେବା ସମସ୍ୟା
ବ୍ୟାଙ୍କ ସେବା ସମସ୍ୟା
author img

By ETV Bharat Odisha Team

Published : Aug 29, 2023, 7:34 AM IST

ବ୍ୟାଙ୍କ ସେବା ସମସ୍ୟା

ଦେବଗଡ଼: ଇଣ୍ଟରନେଟ ନଥିବାରୁ ଠପ୍ ହୋଇପଡିଛି ବ୍ୟାଙ୍କ ସେବା । ପ୍ରତିଦିନ ଶହଶହ ସଂଖ୍ୟାରେ ଜମାକାରୀ ବ୍ୟାଙ୍କକୁ ଆସି ସେବା ନପାଇ ନିରାଶ ହୋଇ ଫେରୁଛନ୍ତି । ଦୀର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଥିବା ବେଳେ ବ୍ୟାଙ୍କ କର୍ତ୍ତୃପକ୍ଷ କିନ୍ତୁ ଏହାର ସ୍ଥାୟୀ ସମାଧାନ ଦିଗରେ ତିଳେ ହେଲେ ବି ଆନ୍ତରିକତା ଦେଖାଉନାହାନ୍ତି । ଯାହାକୁ ନେଇ ଜମାକାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏଭଳି ସମସ୍ୟା ସାମ୍ନାକୁ ଆସିଛି ଦେବଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ।

ଦେବଗଡ଼ ଜିଲ୍ଲାର ଲଇମୁରା ଓ ଡିମିରିକୁଦା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରହିଛି ଦୁଇଟି ବ୍ୟାଙ୍କ । ଲଇମୁରା ଠାରେ ୟୁନିୟନ ବ୍ୟାଙ୍କର ଗୋଟିଏ ଶାଖା ସ୍ଥାପିତ ହୋଇଥିବା ବେଳେ ଡିମିରିକୁଦା ଠାରେ କାନାଡ଼ା ବ୍ୟାଙ୍କର ଗୋଟିଏ ଶାଖା ରହିଛି । ଉପାନ୍ତ ଅଞ୍ଚଳ ତିଳେଇବଣି ବ୍ଲକର ଲଇମୁରା, ପାରପୋଷି, ଝରାଗୋଗୁଆ, ଡିମିରିକୁଦା, ଗଣ୍ଡମ ଓ ଝାରମୁଣ୍ଡା ଆଦି ୬ ଗୋଟି ପଞ୍ଚାୟତରେ ବସବାସ କରୁଥିବା ଲୋକଙ୍କୁ ବ୍ୟାଙ୍କସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ଦୁଇଟି ବ୍ୟାଙ୍କ ଖୋଲାଯାଇଛି । ଏହା ଉପରେ ଆଦିବାସୀ ଅଧ୍ୟୁଷିତ ଏହି ୬ଟି ପଞ୍ଚାୟତର ୩୦ ହଜାରରୁ ଊର୍ଦ୍ଧ୍ବ ଲୋକେ ନିର୍ଭର କରିଥାନ୍ତି । ଗରିବ ଆଦିବାସୀ ତଥା ଖଟିଖିଆ ଶ୍ରେଣୀର ଲୋକେ ଭବିଷ୍ୟତ ପାଇଁ ନିଜ କଷ୍ଟ ଉପାର୍ଜିତ ଟଙ୍କା ଏଠାରେ ସଞ୍ଚୟ କରିଥାନ୍ତି । ଅନ୍ୟପକ୍ଷରେ ଗରିବ ଲୋକଙ୍କୁ ବିଭିନ୍ନ ସରକାରୀ ସହାୟତା ଏବଂ ଶ୍ରମିକ ପ୍ରାପ୍ୟ ମଧ୍ୟ ଏହି ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ ।

ମାତ୍ର ଅତ୍ୟନ୍ତ ପରିତାପର ବିଷୟ ହେଲା, ଆଜକୁ ଦୀର୍ଘ ଦିନ ହେବ ଏହି ଦୁଇଟି ବ୍ୟାଙ୍କରେ ଦେଖାଦେଇଛି ଅଚଳାବସ୍ଥା । ଇଣ୍ଟରନେଟ୍‌ ଉପଲବ୍ଧ ରହୁ ନଥିବାରୁ ବ୍ୟାଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଦୁରଦୁରାନ୍ତ ଅଞ୍ଚଳରୁ ବ୍ୟାଙ୍କକୁ ନିୟମିତ ଆସୁଥିବା ଶହ ଶହ ସଂଖ୍ୟାରେ ଜମାକାରୀମାନେ ସେମାନଙ୍କ ଅର୍ଥ ଉଠାଇ ପାରୁନାହାନ୍ତି କିମ୍ବା ଜମା କରି ପାରୁନାହାନ୍ତି । ରୋଗବ୍ୟାଧି ହେଲେ ଚିକିତ୍ସା ପାଇଁ ଟଙ୍କା ଉଠାଇ ନପାରି ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସମସ୍ତ ସରକାରୀ ସହାୟତା ରାଶି ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ ହେଉଥିବାରୁ ବହୁସଂଖ୍ୟାରେ ଲୋକେ ବାଧ୍ୟ ହୋଇ ଏଠାରେ ଜମାଖାତା ଖୋଲିଛନ୍ତି । ହେଲେ ଏହି ବ୍ୟାଙ୍କ୍‌ ଦୁଇଟି ଗ୍ରାହକଙ୍କୁ ସେବା ଯୋଗାଇବାରେ ଅସମର୍ଥ ହୋଇଛି ।

ଏହାମଧ୍ୟ ପଢନ୍ତୁ: ବଦଳି ପାରୁନି ଟ୍ରାନ୍ସଫର୍ମର, ୩ ମାସ ହେଲାଣି ଅନ୍ଧାରରେ ଗ୍ରାମବାସୀ

ଏ ସମ୍ପର୍କରେ ଇଟିଭି ଭାରତ ପ୍ରତିନିଧି ୟୁନିଅନ ବ୍ୟାଙ୍କ୍‌ ଲଇମୁରା ଶାଖା ପରିଚାଳକ ମାଇକେଲ କୁଜୁରଙ୍କୁ ପଚାରି ବୁଝିଥିଲେ । ସେ ଘଟଣାକୁ ସ୍ବୀକାର କରିବା ସହ ଲଇମୁରା ଅଞ୍ଚଳରେ ଏୟାରଟେଲ ଇଣ୍ଟରନେଟ ସେବା ଉପଲବ୍ଧ ନଥିବାରୁ ଓ କେବଳ ଏୟାରଟେଲ କମ୍ପାନୀ ସହିତ ୟୁନିଅନ ବ୍ୟାଙ୍କର ଅନୁବନ୍ଧିତ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ପ୍ରକାଶ କରିଥିଲେ । ସେହିପରି ଡିମିରିକୁଡା ସ୍ଥିତ କାନାଡ଼ା ବ୍ୟାଙ୍କ କର୍ତ୍ତୃପକ୍ଷ ଏଠାରୁ ୪୦ କିଲୋମିଟର ଦୂର କୁଚିଣ୍ଡା କାନାଡ଼ା ବ୍ୟାଙ୍କ ସହିତ ଯୋଗାଯୋଗ କରି ଜମାକାରୀଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଥିବା ଜଣାଯାଇଛି । ତେବେ ଏଥିପାଇଁ ଜମାକାରୀଙ୍କୁ କୌଣସି କାର୍ଯ୍ୟ ପାଇଁ ଦୁଇରୁ ତିନି ଦିନ ଅପେକ୍ଷା କରିବାକୁ ପଡୁଛି । ଏଠାରେ ମଧ୍ୟ ମୋବାଇଲ ନେଟୱାର୍କ କିମ୍ବା ଇଣ୍ଟରନେଟ ସୁବିଧା ଉପଲବ୍ଧ ନଥିବାରୁ ସମାନ ସମସ୍ୟା ଦେଖାଦେଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସରକାର ଡିଜିଟାଲ ଇଣ୍ଡିଆର ପରିକଳ୍ପନା କରି ମୋବାଇଲ ଓ ବ୍ୟାଙ୍କ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦେଉଥିବା ବାହ୍ୟସ୍ପଟ ମାରୁଥିବା ବେଳେ ଏବେ ସୁଦ୍ଧା ଜିଲ୍ଲାର ଏହି ଉପାନ୍ତ ଅଞ୍ଚଳରେ ମୋବାଇଲ ଓ ଇଣ୍ଟରନେଟ ଉପଲବ୍ଧ ହୋଇ ପାରିନାହିଁ । ଫଳରେ ଅଞ୍ଚଳବାସୀ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ନାହିଁ । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ ୭୦ଟି ପଞ୍ଚାୟତ ମଧ୍ୟରୁ ଏବେସୁଦ୍ଧା ୫୨ଟି ପଞ୍ଚାୟତରେ ଆଦୌ ବ୍ୟାଙ୍କିଂ ସୁବିଧା ନାହିଁ । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସନ୍ତା ବର୍ଷ ସୁଦ୍ଧା ଜିଲ୍ଲାର ସମସ୍ତ ପଞ୍ଚାୟତକୁ ବ୍ୟାଙ୍କିଂ ସୁବିଧା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ମୋବାଇଲ ଓ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ନଥିବା ଅଞ୍ଚଳରେ ଲୋକେ କିଭଳି ବ୍ୟାଙ୍କ ସେବା ପାଉଛନ୍ତି ତାହା ଏଥିରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.