ETV Bharat / state

ଆମ ପଞ୍ଚାୟତ ପ୍ରସଙ୍ଗ: ଦାବି ଶୁଣିଲାନି ପ୍ରଶାସନ, ଭୋଟ ବର୍ଜନ କଲେ 5 ପଞ୍ଚାୟତବାସୀ - Administration yet to Not fulfill theirs demands

ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ । ମୋବାଇଲ ଟାୱାର ପାଇଁ ଦଶନ୍ଧୀ ଦଶନ୍ଧୀ ଧରି ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି ଆପତ୍ତି କରି କରି ବିଫଳ ହେବାପରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(Panchayat Election) ବର୍ଜନ କରିଛନ୍ତି ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକ ପାଞ୍ଚଟି ପଞ୍ଚାୟତର ପ୍ରାୟ 20 ହଜାରରୁ ଅଧିକ ଲୋକ । ଅଧିକ ପଢନ୍ତୁ

ଆମ ପଞ୍ଚାୟତ ପ୍ରସଙ୍ଗ
ଆମ ପଞ୍ଚାୟତ ପ୍ରସଙ୍ଗ
author img

By

Published : Jan 25, 2022, 10:25 PM IST

ଦେବଗଡ: ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ । ମୋବାଇଲ ଟାୱାର ପାଇଁ ଦଶନ୍ଧୀ ଦଶନ୍ଧୀ ଧରି ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି ଆପତ୍ତି କରି କରି ବିଫଳ ହେବାପରେ ଏବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ(Panchayat Election) ବର୍ଜନ କରିଛନ୍ତି ଦେବଗଡ ଜିଲ୍ଲା(Deogarh District) ତିଳେଇବଣି ବ୍ଲକ ପାଞ୍ଚଟି ପଞ୍ଚାୟତର ପ୍ରାୟ 20 ହଜାରରୁ ଅଧିକ ଲୋକ ।

ଦାବି ଶୁଣିଲାନି ପ୍ରଶାସନ, ଭୋଟ ବର୍ଜନ କଲେ ପାଞ୍ଚଟି ପଞ୍ଚାୟତବାସୀ

ଘଟଣା ଅନୁସାରେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକର ଝରାଗୋଗୁଆ , ପାରପୋଷି , ଗଣ୍ଡମ , ଡିମିରିକୁଦା ଓ ଝାରମୁଣ୍ଡା ଆଦି ପାଞ୍ଚଟି ପଞ୍ଚାୟତରେ ପ୍ରାୟ 20 ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରୁଛନ୍ତି । ଏହି ଉପାନ୍ତ ଅଞ୍ଚଳରେ ଏପର୍ଯ୍ୟନ୍ତ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି । ଅଞ୍ଚଳବାସୀ ମୋବାଇଲ ସେବା ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମୋବାଇଲ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢି ପାରୁନଥିବା ବେଳେ , ଜନସାଧାରଣ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାସହ ଜରୁରୀ ସମୟରେ ଯୋଗଯୋଗ ମଧ୍ୟ କରିବା ଏହି ଅଞ୍ଚଳର ଲୋକଙ୍କ ପାଇଁ ସମ୍ଭବ ହୋଇପାରୁ ନାହିଁ । ବର୍ତ୍ତମାନ ଡିଜିଟାଲ ଇଣ୍ଡିଆ ଓ ଇଣ୍ଟରନେଟ ଯୁଗ ଯେମିତି ଏହି ଉପାନ୍ତ ଅଞ୍ଚଳବାସୀଙ୍କ ପାଇଁ ଉପହାସ ପାଲଟିଛି । ନାମଙ୍କୁ ମାତ୍ର ଏହି ଅଞ୍ଚଳରେ ରହିଛି କେତୋଟି ମୋବାଇଲ ଟାୱାର । ହେଲେ ତାହା ମଧ୍ୟ ବୈଷୟିକ ତ୍ରୁଟି ଯୋଗୁଁ ଅଚଳ । ଏହାସହ କିଛି ପଞ୍ଚାୟତରେ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଟାୱାର ସ୍ଥାପନ ପାଇଁ କେଉଁଠି ମାଟି ଖୋଳା ହୋଇଛି ତ କେଉଁଠି ଖୁଣ୍ଟି ଅଧା ନିର୍ମାଣରେ ପଡିଛି । ଉକ୍ତ ପାଞ୍ଚଟି ପଞ୍ଚାୟତରେ ମୋବାଇଲ ଟାୱାର ନିର୍ମାଣ କରି ଲୋକଙ୍କୁ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ଅଞ୍ଚଳବାସୀ ଆଜିକୁ ଦୀର୍ଘ ବର୍ଷ ହେଲା ସ୍ଥାନୀୟ ବିଧାୟକ ସାଂସଦଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏପରିକି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ହେଳେ ଫଳ ଶୂନ । ଏହି ଅଞ୍ଚଳବାସୀଙ୍କ ସ୍ବର କାହାକୁ ଭେଦୁ ନାହିଁ ।

ଟାୱାର ପାଇଁ ଗୁହାରୀ କରି କରି ବିଫଳ ହେବାପରେ ଏବେ ଏହି ପାଞ୍ଚଟି ଝରାଗୋଗୁଆ , ପାରପୋଷି , ଗଣ୍ଡମ , ଡିମିରିକୁଦା ଓ ଝାରମୁଣ୍ଡା ପଞ୍ଚାୟତବାସୀ ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏପରିକି ଏହି ତିଳେଇବଣି ବ୍ଲକର ଏହି ପାଞ୍ଚଟି ପଞ୍ଚାୟତର କୌଣସି ବି ଗୋଟିଏ ପଞ୍ଚାୟତରେ ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ ହୋଇନାହିଁ ।

ନିର୍ବାଚନ ପାଇଁ ସ୍ଥାନୀୟ ବିଡିଓ , ତହସିଲଦାରଙ୍କ ଠାରୁ ଆରମ୍ଭ କରି ଉପ-ଜିଲ୍ଲାପାଳ ଓ ଜିଲାପାଳ ପର୍ଯ୍ୟନ୍ତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏକାଧିକ ବାର ଲୋକଙ୍କ ସହିତ ଆଲୋଚନା କରି ବିଫଳ ହୋଇଥିବା ବେଳେ , କିଭଳି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ ? ତାହା ବର୍ତ୍ତମାନ ବଡ ପ୍ରଶ୍ନବାଚୀ । ତେବେ ପ୍ରଥମ ପର୍ଯ୍ୟାୟରେ ଏହି 5 ଟି ପଞ୍ଚାୟତରେ କୌଣସି ନାମାଙ୍କନ ଦାଖଲ ହୋଇନଥିଲେ ମଧ୍ୟ ନିର୍ବାଚନ କମିଶନ ଦ୍ବିତୀୟ ସୁଯୋଗ ଦେଇଥିବାରୁ ଏବେ ଜିଲ୍ଲା ପ୍ରଶାସନ ଉପରେ ନଜର । ତେବେ ଦେଖିବାର କଥା କେବେ ଅଞ୍ଚଳବାସୀଙ୍କ ଦାବି ପୂରଣ ହେଉଛି? କେବେ ଓ କିଭଳି ନିର୍ବାଚନ ହେଉଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.