ETV Bharat / state

ହାତୀ ଆକ୍ରମଣରେ ଜଣେ ମୃତ, ତଦନ୍ତ ଜାରି - ହାତୀ ଆକ୍ରମଣରେ ଜଣେ ମୃତ

ଦେବଗଡ଼ରେ ହାତୀ ଆକ୍ରମଣରେ ଜଣେ ମୃତ। ଘଟଣାର ତଦନ୍ତ ଜାରି । କୋଡିଏରୁ ଅଧିକ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା କହିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

one dead in elephant attack in deogarh
ହାତୀ ଆକ୍ରମଣରେ ଜଣେ ମୃତ, ତଦନ୍ତ ଜାରି
author img

By

Published : Dec 11, 2020, 7:51 PM IST

ଦେବଗଡ଼ : ଦେବଗଡ଼ରେ ଦିନକୁ ଦିନ ବଢିଚାଲିଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ (ଶୁକ୍ରବାର )ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ ବଡ଼ଛାପଲ ପଞ୍ଚାୟତ ଅନ୍ତର୍ଗତ ବାବରିକାନି ଗାଁର କମାର ବାଘ । ସୂଚନା ଅନୁଯାୟୀ , ବାବରିକାନି ଗାଁର କମାର ବାଘ ଘର ନିକଟସ୍ଥ ପଡିଆକୁ ଶୌଚ ପାଇଁ ଯାଇଥିଲେ । ହେଲେ ସେଠାରେ ଏକ ହାତୀ ଆସି ତାଙ୍କୁ ଦଳି ଦେଇଥିଲା । ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

one dead in elephant attack in deogarh
ହାତୀ ଆକ୍ରମଣରେ ଜଣେ ମୃତ, ତଦନ୍ତ ଜାରି

ଏ ସମ୍ପର୍କରେ ଗ୍ରାମବାସୀ ଦେବଗଡ଼ ବନବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜିକୁ କିଛିଦିନ ହେଲା ଗ୍ରାମାଞ୍ଚଳରେ କୋଡିଏରୁ ଅଧିକ ହାତୀପଲ ଆସି ବ୍ୟାପକ ଧାନ ଫସଲ ନଷ୍ଟ କରି ଆସୁଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.