ETV Bharat / state

ଆଇନ ଭାଙ୍ଗୁଛି କେନ୍ଦୁପତ୍ର ବିଭାଗ, ପ୍ରଚଣ୍ଡ ଖରାରେ ଖଟୁଛନ୍ତି ଶିଶୁ ଶ୍ରମିକ - kendu leaf

ଡହ ଡହ ତାତଲା ଖରାରେ ଖଟୁଛନ୍ତି କୋମଳମତି ଶିଶୁ । ସମସ୍ତ ସରକାରୀ ନିୟମକୁ ଫୁ କରି ଉଡେଇଛନ୍ତି କେନ୍ଦୁପତ୍ର ବିଭାଗ । ଅଧିକ ପଢନ୍ତୁ...

ଆଇନ ଭାଙ୍ଗୁଛି କେନ୍ଦୁପତ୍ର ବିଭାଗ, ପ୍ରଚଣ୍ଡ ଖରାରେ ଖଟୁଛନ୍ତି କୋମଳମତି ଶ୍ରମିକ

author img

By

Published : May 2, 2021, 9:19 AM IST

ଦେବଗଡ: ଶିଶୁ ଶ୍ରମିକ ପ୍ରଥାର ବିଲୋପ ପାଇଁ ସରକାର କଠୋର ଆଇନ ପ୍ରଣୟନ କରିଥିବା ବେଳେ, ଏହି ଆଇନ କୁ ଖୋଲାଖୋଲି ଉଲଂଘନ କରି ଚାଲିଛନ୍ତି ଖୋଦ ସରକାରୀ ବାବୁମାନେ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ଦେବଗଡ଼ ମହାଜନମୁଣ୍ଡା ଗାଁରେ। କେନ୍ଦୁପତ୍ର ବିଭାଗ ପକ୍ଷରୁ ସଂଗ୍ରହ କରାଯାଇଥିବା କେନ୍ଦୁପତ୍ର ସୁଖାଇବା ଓ ଶୁଖିଲା ପତ୍ର ଫଡ଼ିକୁ ବୋହିବା କାର୍ଯ୍ୟରେ ଏକାଧିକ ଶିଶୁ ଶ୍ରମିକ ନିୟୋଜିତ ଥିବା ଦେଖାଯାଇଛି।

ଆଇନ ଭାଙ୍ଗୁଛି କେନ୍ଦୁପତ୍ର ବିଭାଗ, ପ୍ରଚଣ୍ଡ ଖରାରେ ଖଟୁଛନ୍ତି କୋମଳମତି ଶ୍ରମିକ

ଏହି କୋମଳମତି ଶିଶୁ ମାନଙ୍କ ବୟସ 8 ରୁ 12 ବର୍ଷ ମଧ୍ୟରେ ହେବ ଓ ସମସ୍ତ ଶିଶୁ ଶିରୋଡ଼ିହି ପ୍ରାଥମିକ ବିଦ୍ୟାଳୟର ଛାତ୍ର ବୋଲି ଜଣାଯାଇଛି। ଏହି କାର୍ଯ୍ୟପାଇଁ ପ୍ରତି ଶିଶୁଙ୍କୁ 40 ଟଙ୍କା ଲେଖାଏଁ ଦୈନିକ ମଜୁରୀ ଏହି ବିଭାଗ ପକ୍ଷରୁ ପ୍ରଦାନ କରାଯାଉଛି। ତେବେ ଅଳ୍ପ ପାରିଶ୍ରମିକ ଦେଇ କାର୍ଯ୍ୟ ହାସଲ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀଙ୍କ ଇଙ୍ଗିତରେ ଏହା ଚାଲିଥିବା ବିଶେଷ ସୂତ୍ରରୁ ଜଣାଯାଇଛି।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.