ETV Bharat / state

ବିକାଶର ବିକଳ ଚିତ୍ର: ନିର୍ମାଣ ହେଲାନି ସ୍ଥାୟୀପୋଲ, କାଠ ପୋଲ ଭରସାରେ କଟିଲାଣି 4 ବର୍ଷ

ଦୀର୍ଘ ଚାରି ବର୍ଷ ହେଲା ଗ୍ରାମରେ ଥିବା ସ୍ଥାୟୀ ପୋଲଟି ଭାଙ୍ଗିଗଲା । ବାରମ୍ବାର ପ୍ରଶାସନକୁ ଜଣାଇବା ସତ୍ତ୍ୱେ ଶୁଣିଲାନି ପ୍ରଶାସନ । ଯାତାୟତ ପାଇଁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗାଁଲୋକେ । ଅଧିକ ପଢନ୍ତୁ

କାଠ ପୋଲ ହିଁ ଭରସା
କାଠ ପୋଲ ହିଁ ଭରସା
author img

By ETV Bharat Odisha Team

Published : Aug 23, 2023, 10:27 AM IST

ନିର୍ମାଣ ହେଲାନି ସ୍ଥାୟୀପୋଲ

ଦେବଗଡ: ଯାତାୟତର ମାଧ୍ୟମ ପାଲଟିଛି କାଠ ପୋଲ । ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ 4 ବର୍ଷ ଧରି କାଠ ପୋଲକୁ ସାହାରା କରି ଯାତାୟତ କରୁଛନ୍ତି ଗାଁଲୋକେ । ପୋଲ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ ଗାଁଲୋକଙ୍କ ଅଭିଯୋଗ ସରକାରୀ ବାବୁଙ୍କ କାନରେ ପଡୁନଥିବା ଅଭିଯୋଗ ହୋଇଛି । ବିକାଶର ଅସଲ ଚିତ୍ର ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲାରେ ।

ଦୁର୍ଗମ ତଥା ଅପହଞ୍ଚ ଗ୍ରାମର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ବାର୍ଷିକ କୋଟିକୋଟି ଟଙ୍କା ବ୍ୟୟ ହେଉଛି । ଜିଲ୍ଲାର ଝରାଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ଦେସୀଙ୍କୁଳି ଗାଁ ମୁଖ୍ୟରାସ୍ତାରେ ନାଳର ପୋଲ ଦୀର୍ଘ ଚାରି ବର୍ଷ ହେବ ବର୍ଷାରେ ଧୋଇ ଯାଇ ଭୁଶୁଡି ପଡିଛି । ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଅଭିଯୋଗ କରିଛନ୍ତି ।

ଗ୍ରାମବାସୀ ଅଭିଯୋଗ କରିଛନ୍ତି, ‘‘ଚାରି ବର୍ଷ ତଳେ ପୋଲଟି ଭାଙ୍ଗି ପଡିଛି । ସାଧାରଣତଃ ବର୍ଷା ଋତୁରେ ଏହି ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ପଡୁଛି । ଲୋକେ ଏକପ୍ରକାର ଜଳବନ୍ଦୀ ହୋଇ ରହୁଛନ୍ତି । ନାଳ ଉପରେ ପୋଲଟିଏ ନିର୍ମାଣ କରିବାକୁ ଗ୍ରାମବାସୀ ସ୍ଥାନୀୟ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ବାରମ୍ବାର ଦାବି କରିଛନ୍ତି । ହେଲେ କେହି କର୍ଣ୍ଣପାତ କରୁ ନାହାନ୍ତି । ଯାହା ଫଳରେ ବତ୍ତର୍ମାନ ବର୍ଷା ଦିନ ଥିବା ହେତୁ ନାଳ ବଢିରେ ବଢି ପାଣି ଆସିଥିବାରୁ ଲୋକମାନଙ୍କ ଯାତାୟତରେ ନାହିଁନଥିବା ସମସ୍ୟା ଦେଖାଦେଇଛି ।’’

ଅଧିକ ପଢନ୍ତୁ: ସମସ୍ୟା ଘେରରେ ହରଭଙ୍ଗା ବ୍ଲକ, ପ୍ରଥମ ଜନଶୁଣାଣୀରେ ନୂତନ ଜିଲ୍ଲାପାଳ

ଗ୍ରାମବାସୀମାନେ ବାଧ୍ୟ ହୋଇ ସେହି ନାଳ ଉପରେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରି ଯିବା ଆସିବା କରୁଛନ୍ତି । କେବଳ ଏତିକି ନୁହଁ, ଦେସୀଙ୍କୁଳି ଗାଁରେ 40ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରି ଆସୁଥିବା ବେଳେ, ଏଠିକାର ରାସ୍ତା ଅବସ୍ଥା ନକହିବା ଭଲ । ଏହି ଗାଁକୁ ନାହିଁ ଖଣ୍ଡିଏ ନିତିଦିନିଆ ରାସ୍ତା । ଦୁର୍ଗମ ବଣ ପାହାଡ଼ିଆ ପାଦଚଲା ରାସ୍ତା ଅତିକ୍ରମ କରି ଓ କାଠ ନିର୍ମିତ ପୋଲ ଦେଇ ଲୋକେ ପ୍ରତିଦିନ ପଞ୍ଚାୟତ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନକୁ ଯାତାୟତ କରି ଆସୁଛନ୍ତି । ସରକାର ବାବୁଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି କେବଳ ପ୍ରତିଶୃତି ଦେଇ ଠକୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସୀ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.