ଦେବଗଡ: ଜିଲ୍ଲାର ନୂଆ ଭାବେ ଦାୟିତ୍ବ ନେଲେ 1986 ବ୍ୟାଚର ବରିଷ୍ଠ ଅଧିକାରୀ ପ୍ରମୋଦ କୁମାର ରଥ । ଗତ ଜୁଲାଇ 31 ତାରିଖ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ଚାକିରିରୁ ଅବସର ନେବା ପରେ ଅତିରିକ୍ତ ଏସପି ଅଙ୍କୁର ମଲ୍ଲିକ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତେବେ ରବିବାର ନୂତନ ଏସପି ଭାବେ ପ୍ରମୋଦ କୁମାର ରଥ କାର୍ଯ୍ୟଭାର ଗ୍ରହଣ କରିବା ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଏହି ଅବସରରେ ଆୟୋଜିତ ଏକ ବୈଠକରେ ଏସପି ରଥ ଜିଲ୍ଲାର ଆଇନ ଶୃଙ୍ଖଳା ଦିଗରେ ବିଶେଷ ଧ୍ୟାନ ଦେବା ସହ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏଥିସହିତ ପୋଲିସ କିଭଳି ଜନସାଧାରଣଙ୍କ ଅଧିକ ବିଶ୍ୱାସ ଯୋଗୀ ହୋଇପାରିବ ସେଥିପ୍ରତି ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାପୂର୍ବରୁ ସେ କମିଶନରେଟ ପୋଲିସରେ ଦୀର୍ଘବର୍ଷ ଅବସ୍ଥାପିତ ଥିବାବେଳେ, କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଇଟିଭି ଭାରତ, ଦେବଗଡ଼