ETV Bharat / state

ଶୁଣିଲାନି ପ୍ରଶାସନ, ବିଧାୟକ ଭାଙ୍ଗିଦେଲେ ପୌର ନିର୍ମାଣ କାର୍ଯ୍ୟ - ବିଧାୟକ ଭାଙ୍ଗିଦେଲେ ପୌର ନିର୍ମାଣ କାର୍ଯ୍ୟ

ପୌର କାର୍ଯ୍ୟାଳୟରେ ଚାଲିଥିବା ଏକଛାତ୍ରବାଦ ଶାସନ ତଥା ଦୁର୍ନୀତି ମୂଳକ କାର୍ଯ୍ୟକଳାପ କୁ ନେଇ ଉଭୟ ବିଜେପି ଓ ବିଜେଡ଼ି ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ଗତ କିଛିଦିନ ପୂର୍ବରୁ ପୌର କାଉଁସିଲ ମିଟିଂ ର ରିଜୋଲ୍ୟୁସନ କପିକୁ ନେଇ ଉପନଗରପାଳ ଓ ନିର୍ବାହୀ ଅଧିକାରୀ ମୁହାଁମୁହିଁ ହେବାର କିଛିଦିନ ନପୁରୁଣୁ ପୁଣିଥରେ ଦେଖାଦେଇଛି ଆଉଏକ ବିବାଦ । ଅଧିକ ପଢନ୍ତୁ

ବିଧାୟକ
ବିଧାୟକ
author img

By

Published : Jan 10, 2023, 10:45 PM IST

ଶୁଣିଲାନି ପ୍ରଶାସନ , ବିଧାୟକ ଭାଙ୍ଗିଦେଲେ ପୌର ନିର୍ମାଣ କାର୍ଯ୍ୟ

ଦେବଗଡ: ଦେବଗଡ ପୌର ପରିଷଦ ପକ୍ଷରୁ ପୌରାଞ୍ଚଳରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ରୋକିବା ଦିଗରେ ବାରମ୍ବାର ଦାବି ସତ୍ତ୍ୱେ ଶୁଣିଲାଣି ପ୍ରଶାସନ । ଦେବଗଡ ବିଧାୟକ ଓ ତାଙ୍କ ସମର୍ଥକ ଭାଙ୍ଗିଦେଲେ ପୌର ପରିଷଦ ପକ୍ଷରୁ ଚାଲିଥିବା ପାଚେରୀ ନିର୍ମାଣ କାର୍ଯ୍ୟ । ଏହାକୁ ନେଇ ପୁଣିଥରେ ତେଜିବାରେ ଲାଗିଛି ରାଜନୀତି ।

ନୂତନ କାଉଁସିଲ ଗଠନ ପରଠାରୁ ଦେବଗଡ ପୌର ପରିଷଦରେ ବିବାଦ ଥମିବାର ନାଁ ନେଉନାହିଁ । ପୌର କାର୍ଯ୍ୟାଳୟରେ ଚାଲିଥିବା ଏକଛାତ୍ରବାଦ ଶାସନ ତଥା ଦୁର୍ନୀତି ମୂଳକ କାର୍ଯ୍ୟକଳାପ କୁ ନେଇ ଉଭୟ ବିଜେପି ଓ ବିଜେଡ଼ି ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । ଗତ କିଛିଦିନ ପୂର୍ବରୁ ପୌର କାଉଁସିଲ ମିଟିଂ ର ରିଜୋଲ୍ୟୁସନ କପି କୁ ନେଇ ଉପନଗରପାଳ ଓ ନିର୍ବାହୀ ଅଧିକାରୀ ମୁହାଁମୁହିଁ ହେବାର କିଛିଦିନ ନପୁରୁଣୁ ପୁଣିଥରେ ଦେଖାଦେଇଛି ଆଉଏକ ବିବାଦ ।

ଏଥର ମୈଦାନ କୁ ଓହ୍ଲାଇଛନ୍ତି ଖୋଦ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ । ପୌର କର୍ତ୍ତୃପକ୍ଷ ଦେବଗଡ଼ ପୌରାଞ୍ଚଳ ସ୍ଥିତ ଟାଉନ ହଲ ଠାରେ ଥିବା ଦୁଇଟି ଫାଟକ ମଧ୍ୟରୁ ଗୋଟିଏ ଫାଟକ ବେଆଇନ ଭାବେ ବନ୍ଦ କରି ତା ସମ୍ମୁଖରେ ଫୁଡ଼ପାର୍କ ନିର୍ମାଣ କରୁଥିବା ବେଳେ ଗତକାଲି ( ସୋମବାର ) ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ଏହାକୁ ବିରୋଧ କରି ନିର୍ମାଣ କାର୍ଯ୍ୟକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

ବିଧାୟକଙ୍କ ଅଭିଯୋଗ କରିଛନ୍ତି, ‘‘ଟାଉନ ହଲ ଫାଟକ ବନ୍ଦ କରିଦିଆଯିବା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେଠାରୁ ବାହାରି ପାରିବେ ନାହିଁ । ତେଣୁ ଏହି ଫାଟକ ବନ୍ଦ କରାନଯିବାକୁ ବିଧାୟକ ପାଣିଗ୍ରାହୀ ବାରମ୍ବାର ପ୍ରଶାସନ କୁ ଅନୁରୋଧ କରିଥିଲେ । ତେବେ ସ୍ଥାନୀୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନନେଇ ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ଚାପରେ ଚୁପ ରହିବାରୁ ଏଥିରେ ଅସନ୍ତୋଷ ହୋଇ ବିଧାୟକ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ଫାଟକ ନିର୍ମାଣ କାର୍ଯ୍ୟ ଭାଙ୍ଗିଦେଇଛନ୍ତି ।’’ ଏପରିକି ଏହି ନିର୍ମାଣ କାର୍ଯ୍ୟ ଟି ପୌର ପରିଷଦର ଅନୁମୋଦନ ହୋଇନଥିବା ବେଳେ କିଭଳି ଓ କାହା ସ୍ୱାର୍ଥରେ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଉଛି ? ବୋଲି ବିଧାୟକ ପାଣିଗ୍ରାହୀ ପାଲଟା ପ୍ରଶ୍ନ କରିଛନ୍ତି ।

ଅପରପକ୍ଷରେ, ବିଧାୟକଙ୍କ ଏହି କାର୍ଯ୍ୟକୁ ଜିଲ୍ଲା ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ବିଧାୟକଙ୍କ ବିରୋଧରେ ଦେବଗଡ଼ ଆଦର୍ଶ ଥାନାରେ ଏନେଇ ଏତଲା ଦିଆଯାଇଛି । ଦେବଗଡ଼ ବିଧାୟକଙ୍କୁ ତୁରନ୍ତ ଗିରଫ କରାଯିବା ଦାବିରେ ଆଜି ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରାରେ ଶତାଧିକ ବିଜେଡି କର୍ମୀ ଓ ସମର୍ଥକ ସାମିଲ ହୋଇ ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣା ଜିଲ୍ଲାର ରାଜନୀତି କୁ ପୁଣିଥରେ ସରଗରମ କରିଥିବା ବେଳେ , ଏହାର ଆଶୁ ସମାଧାନ କରାନଗଲେ ଆଗକୁ ପରିସ୍ଥିତି ଅଣାୟତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.