ETV Bharat / state

ବର୍ଷା ଆଗମନର ସନ୍ଦେଶ ନେଇ ଗାଁକୁ ଆସୁଛନ୍ତି ବିଦେଶୀ ପକ୍ଷୀ, ଅତିଥିଙ୍କ ଆଗମନରେ ମୁଖରିତ ପରିବେଶ - ବିଦେଶୀ ପକ୍ଷୀଙ୍କ ଆଗମନରେ ମୁଖରିତ ପରିବେଶ

ମୌସୁମୀ ବର୍ଷା ଆଗମନର ସନ୍ଦେଶ ନେଇ ଆସୁଛନ୍ତି ବିଦେଶୀ ପକ୍ଷୀ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଗାଁରେ ବିରଳ ପକ୍ଷୀଙ୍କ ସୁଅ ଛୁଟିଛି । ଅଧିକ ପଢ଼ନ୍ତୁ

migratory birds arrives in kundheigola village
କୁଣ୍ଢେଇଗୋଳାରେ ବିଦେଶୀ ପକ୍ଷୀଙ୍କ ସମାଗମ
author img

By

Published : Jul 8, 2023, 7:42 PM IST

କୁଣ୍ଢେଇଗୋଳାରେ ବିଦେଶୀ ପକ୍ଷୀଙ୍କ ସମାଗମ

ଦେବଗଡ଼: ମୌସୁମୀ ବର୍ଷା ଆଗମନର ସନ୍ଦେଶ ନେଇ ଆସୁଛନ୍ତି ବିଦେଶୀ ପକ୍ଷୀ । ପକ୍ଷୀଙ୍କ ଆଗମନ ପରେ ଚାଷକାର୍ଯ୍ୟ ଆରମ୍ଭ କରିବା ପାଇଁ ଚାଷୀକୁଳ ସଜବାଜ ହେଉଛନ୍ତି । ଜଳବାୟୁ ପରିବର୍ତ୍ତନ ତଥା ମୌସୁମୀ ବର୍ଷା ଆଗମନର ପୂର୍ବ ସଂକେତ ଦେଇ ଆସୁଛି ଏହି ବିରଳ ପ୍ରଜାତିର ବିଦେଶୀ ପକ୍ଷୀ । ସେଥିପାଇଁ ପ୍ରତିବର୍ଷ ପକ୍ଷୀଙ୍କ ଆଗମନକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଗାଁର ଗ୍ରାମବାସୀ ।

ଜିଲ୍ଲାର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଗାଁ ଏବେ ବିରଳ ପ୍ରଜାତିର ପକ୍ଷୀଙ୍କ କୋଳାରବରେ ମୁଖରିତ ହୋଇଉଠିଛି । ଗାଁ ମୁଣ୍ଡ ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ଥିବା ଦୁଇଟି ତେନ୍ତୁଳି ଗଛ ଶହଶହ ସଂଖ୍ୟାରେ ବିରଳ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ ପାଲଟିଛି । ପକ୍ଷୀଙ୍କ ଆଗମନରେ ପକ୍ଷୀପ୍ରେମୀଙ୍କ ମନରେ ଅପୂର୍ବ ଆନନ୍ଦ ପରିଲକ୍ଷିତ ହୋଇଛି । ଏହି ପକ୍ଷୀ ଗେଣ୍ଡାଳିଆ ପ୍ରଜାତିର ହୋଇଥିବା କୁହାଯାଉଥିବା ବେଳେ ଏହାର ସଠିକ ନାମ ଜଣାପଡିନାହିଁ । ପ୍ରତିବର୍ଷ ଶହଶହ ସଂଖ୍ୟାରେ ପକ୍ଷୀମାନେ ଜୁଲାଇ ମାସରେ ଗାଁକୁ ଆସିବା ଆରମ୍ଭ କରିଥାନ୍ତି । ପକ୍ଷୀଙ୍କ ଆଗମନ ଦେଖିଲେ ଗ୍ରାମବାସୀ ମୌସୁମୀ ବର୍ଷା ଆଗମନର ସଂକେତ ପାଇଥାନ୍ତି । ସମସ୍ତଙ୍କ ମନରେ ଆନନ୍ଦ ଖେଳି ଯାଇଥାଏ । ପକ୍ଷୀଙ୍କ କୋଳାରବରେ ଗାଁ ଦାଣ୍ଡ ଚଳଚଞ୍ଚଳ ହୋଇଥାଏ । ଚାଷୀକୁଳ ପକ୍ଷୀଙ୍କ ଆଗମନ ଦେଖି ଚାଷକାର୍ଯ୍ୟ ପାଇଁ ସଜବାଜ ହୋଇଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମହାନଦୀର ସଙ୍ଗମ ସ୍ଥଳରେ ବିଦେଶାଗତ ପକ୍ଷୀଙ୍କ କଳରବ, ବଢିଛି ପର୍ଯ୍ୟଟକଙ୍କ ସଂଖ୍ୟା

ଯେଉଁବର୍ଷ ଅଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ରହିଥାଏ, ସେହିବର୍ଷ ସ୍ୱାଭାବିକ ବର୍ଷା ହେବାର ମଧ୍ୟ ଆକଳନ କରିଥାନ୍ତି ଗ୍ରାମବାସୀ । ବିରଳ ପ୍ରଜାତିର ପକ୍ଷୀ ମାନେ ଗାଁରେ ଛୁଆ ଜନ୍ମ କରି ଉଡା ଶିଖାଇଲା ପରେ ଫେବୃଆରୀ ଶେଷ ବେଳକୁ ଗାଁ ଛାଡି ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ଚାଲି ଯାଇଥାନ୍ତି । ଏନେଇ ବନପାଳ ସୂଚନା ଦେଇ କହିଛନ୍ତି, " ଏମାନଙ୍କୁ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କ ସହିତ ଗ୍ରାମବାସୀ ସହଯୋଗ ଦେଇ ସୁରକ୍ଷା ଦେଇଥାନ୍ତି । ଗାଁରେ ପକ୍ଷୀ ଶୀକାର ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗାଁ କମିଟି ତଥା ସ୍ଥାନୀୟ ଭିଏସଏସ ପକ୍ଷରୁ ପକ୍ଷୀ ଶିକାର ପାଇଁ ଆର୍ଥିକ ଦଣ୍ଡ ବ୍ୟବସ୍ଥା ସ୍ଥିର କରାଯାଇଛି । ପକ୍ଷୀମାନେ ଉକ୍ତ ଗାଁକୁ ନିରାପଦ ଆଶ୍ରୟ ସ୍ଥଳୀ ରୂପେ ମଣୁଥିବାରୁ ପ୍ରତିବର୍ଷ ଏମାନଙ୍କ ଆଗମନ ଲାଗି ରହିଥାଏ ।" ଏହି ବିରଳ ପକ୍ଷୀ ପାଇଁ କୁଣ୍ଢେଇଗୋଳା ଗାଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ତେବେ ପକ୍ଷୀଙ୍କ ସମ୍ୱନ୍ଧରେ ଅଧିକ ଗବେଷଣା କରାଗଲେ ଆହୁରି ଅନେକ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ପକ୍ଷୀପ୍ରେମୀ ଓ ପରିବେଶବିତ୍ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.