ETV Bharat / state

ଚାଷୀ ମୁଣ୍ଡରେ ଚଡକ: ଧାନ ଗଛରେ ଲାଗିଛି ଗଣ୍ଠିପୋକ, ମିଳୁନି କୀଟନାଶକ - deogarh news

ଗୋଟିଏ ପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜିଲ୍ଲାରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ, ଏବେ ପୁଣି ଧାନ ଗଛରେ ଲାଗିଛି ଗଣ୍ଠିପୋକ । ଯାହାକି ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । ଅଧିକ ପଢନ୍ତୁ...

ଚାଷୀ ମୁଣ୍ଡରେ ଚଡକ: ଧାନ ଗଛରେ ଲାଗିଛି ଗଣ୍ଠିପୋକ, ମିଳୁନି କୀଟନାଶକ

author img

By

Published : Sep 1, 2020, 10:14 PM IST

ଦେବଗଡ: ଚାଷୀ ମୁଣ୍ଡରେ ପଡିଛି ଚଡକ । ଗୋଟିଏ ପଟେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଜିଲ୍ଲାରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ, ଏବେ ପୁଣି ଧାନ ଗଛରେ ଲାଗିଛି ଗଣ୍ଠିପୋକ । ଯାହାକି ଚାଷୀଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି ।

ଚାଷୀ ମୁଣ୍ଡରେ ଚଡକ: ଧାନ ଗଛରେ ଲାଗିଛି ଗଣ୍ଠିପୋକ, ମିଳୁନି କୀଟନାଶକ

ବିଗତ କିଛି ଦିନ ହେଲା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ନାଉଲିପଡା, ବୁଡିଦ ଓ ଟିଙ୍କିବିର ପଞ୍ଚାୟତର ଏକର ଏକର ପରିମିତ ଚାଷ ଜମିରେ ଲାଗିଛି ଗଣ୍ଠିପୋକ । ଏହି ପୋକ ଧାନଗଛର ମୂଳକୁ ଖାଇ ଯାଉଥିବାରୁ ଧାନଗଛ ଗୁଡିକ ବଢିବା ପରିବର୍ତ୍ତେ ଶୁଖିଯାଇ ନଷ୍ଟ ହୋଇଯାଉଛି । ଜିଲ୍ଲାରେ ଲଗାଣ ବର୍ଷା ସାଙ୍ଗକୁ କୋହଳା ପାଗ ଲାଗି ରହିଛି । ଯଦ୍ବାରା ଧାନଗଛରେ ଗଣ୍ଠିପୋକ ଧରିଥିବା କୁହାଯାଉଛି । ଏହି ପୋକ ପ୍ରଥମେ ନାଉଳିପଡା ପଞ୍ଚାୟତର କିଛି ଅଞ୍ଚଳରେ ଦେଖା ଦେବା ପରେ ବର୍ତ୍ତମାନ ଆଖପାଖ ବୁଡିଦ ଓ ଟିଙ୍କିବିର ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଫଳରେ ଏକର ଏକର ପରିମିତ ଚାଷ ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି ।

ସବୁଠାରୁ ଉଦବେଗର ବିଷୟ ହେଲା, ଗଣ୍ଠିପୋକ ଦାଉରୁ ଫସଲକୁ ରକ୍ଷା କରିବାର କୌଣସି ଉପାୟ ପାଉନାହାନ୍ତି ଚାଷୀକୂଳ । ସେପଟେ ଜିଲ୍ଲା କୃଷି ବିଭାଗର କୌଣସି ଅଧିକାରୀ ଆସି ଚାଷୀକୂଳଙ୍କୁ କୌଣସି ପରାମର୍ଶ କିମ୍ବା ସହାୟତା ଦେଉନଥିବାରୁ ଚାଷୀକୂଳ ଉପାୟଶୂନ୍ୟ ହୋଇପଡିଛନ୍ତି । ବାଧ୍ୟହୋଇ ଫସଲକୁ ରକ୍ଷା କରିବାକୁ ବିଲରେ କିରୋସିନ ସ୍ପ୍ରେ କରୁଛନ୍ତି । ତଥାପି କୌଣସି ସୁଫଳ ମିଳୁନାହିଁ । ଫଳରେ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ।

ତେବେ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଜିଲ୍ଲା କୃଷି ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.