ETV Bharat / state

10ଟି ଗାଁରେ ବ୍ୟାପୁଛି କିଡନୀ ରୋଗ, ସ୍ଥାଣୁ ପାଲଟିଛି ପ୍ରଶାସନ - ଡରାଉଛି କିଡନୀ ରୋଗ

ଡରାଉଛି କିଡନୀ ରୋଗ। ଏହି ରୋଗରେ ପିଡିତ ହୋଇ ଦେବଗଡର ସୁବର୍ଣ୍ଣପାଲି ଗାଁ ସମେତ 10ଟି ଗାଁରେ ଗଲାଣି ଶତାଧିକ ରୋଗୀଙ୍କ ଜୀବନ । ଅନ୍ୟପଟେ ସବୁ ଜାଣି ଚୁପ ବସିଛି ପ୍ରଶାସନ। ଅଧିକ ପଢନ୍ତୁ...

ବ୍ୟାପୁଛି କିଡନୀ ରୋଗ, ସ୍ଥାଣୁ ପାଲଟିଛି ପ୍ରଶାସନ

author img

By

Published : Jan 2, 2021, 7:38 AM IST

ଦେବଗଡ: ଜିଲ୍ଲାର ସୁବର୍ଣ୍ଣପାଲି ଗାଁରେ ଭୟଙ୍କର ଭାବେ ବ୍ୟାପିଛି କିଡନୀ ରୋଗ। ମହାମାରୀ ଭଳି ମାଡି ମାଡି ଚାଲିଛି କିଡନୀ ରୋଗ। ଏବେ ସୁଦ୍ଧା ଦେବଗଡ ତିଳେଇବଣି ବ୍ଲକ ସୁବର୍ଣ୍ଣପାଲି ଗାଁରେ ଗତ 3 ବର୍ଷରେ ଗଲାଣି 10 ଜୀବନ। ବର୍ତ୍ତମାନ ଗାଁର 15ରୁ ଅଧିକ ଲୋକ ଏଥିରେ ପୀଡିତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ରୋଗୀଙ୍କ ହାତ ଗୋଡ ଫୁଲିବ ସହ ଦେହରେ ଜ୍ବର ଭରି ରହୁଛି। ଚିକିତ୍ସା ପାଇଁ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ, ଏହାର ନିରୂପଣ କିମ୍ବା ଚିକିତ୍ସା ହୋଇପାରୁ ନାହିଁ। ଫଳରେ ଏଠାକାର ଲୋକେ ବାରମ୍ବାର ବୁର୍ଲା କିମ୍ବା ଏସସିବିକୁ ଯାଇ ଚିକିତ୍ସିତ ହେଉଛନ୍ତି।

ବ୍ୟାପୁଛି କିଡନୀ ରୋଗ, ସ୍ଥାଣୁ ପାଲଟିଛି ପ୍ରଶାସନ

ଅର୍ଥାଭାବରୁ ଅଧିକାଂଶ ରୋଗୀ ଅଧିକ ଦିନ ଚିକିତ୍ସିତ ହେବାକୁ ସକ୍ଷମ ହୋଇ ନପାରିବାରୁ ବାଧ୍ୟହୋଇ ଚେରମୂଳି ଓ ଦେଶୀ ଚିକିତ୍ସା ଉପରେ ନିର୍ଭର କରୁଛନ୍ତି। ଶେଷରେ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡୁଛି ରୋଗୀ । ଖାଲି ଏହି ଗାଁ ନୁହଁ, ଆଖପାଖ 10ଟି ଗାଁରେ କାୟା ବିସ୍ତାର କରୁଛି କିଡନୀ ରୋଗ।

ଅନ୍ୟପଟେ ଗତ 5 ବର୍ଷ ମଧ୍ୟରେ ବିଭିନ୍ନ ଗ୍ରାମାଞ୍ଚଳରେ ଏହି ରୋଗରେ ଆକ୍ରାନ୍ତ ହୋଇ ଶତାଧିକ ଜୀବନ ଯାଇଥିବାବେଳେ, ବର୍ତ୍ତମାନ ଅନେକ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ କୌଣସି ପଦକ୍ଷେପ ନେଇନଥିବା ସୂଚନା ରହିଛି। ନିରାକରଣ ତ ପଛକଥା, ଜିଲ୍ଲାରେ କିଡନୀ ରୋଗୀଙ୍କ ସଠିକ ଆକଳନ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ। ମୁଖ୍ୟ ଚିକିତ୍ସାଳୟରେ ଏକ ଡାଏଲାସିସ ସେଣ୍ଟର ଟିଏ ନାହିଁ। ଯାହାକୁ ନେଇ ସରକାରଙ୍କ ଆଗରେ ବାରମ୍ବାର ଦାବି କରିଆସୁଛନ୍ତି ସ୍ଥାନୀୟ ବିଧାୟକ । ହେଲେ ସରକାରଙ୍କ ପାଖରୁ ଏ ସମ୍ପର୍କରେ କୌଣସି ସନ୍ତୋଷ ଜନକ ଉତ୍ତର ପାଉନଥିବା କ୍ଷୋଭର ସହିତ ସେ ପ୍ରକାଶ କରିଛନ୍ତି। ଏଥିରୁ ଜିଲ୍ଲାରେ ବ୍ୟାପୁଥିବା କିଡନୀ ରୋଗ ର ନିରାକରଣ ନେଇ ସରକାର କେତେ ସଚେତନ ତାହା ସ୍ପଷ୍ଟ ବାରିହୋଇ ପଡୁଛି ।

ଦେବଗଡରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.