ETV Bharat / state

Zilla Parisad Election: ଦେବଗଡ଼ରେ ବିଜେଡି ପ୍ରାର୍ଥୀ ବିଜୟୀ - ଦେବଗଡ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ନିର୍ବାଚନ

ସବୁଠି ପୌର ଅବା ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ତେବେ ଦେବଗଡ ଜିଲ୍ଲାର ୭ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଥିବା ବେଳେ ରିଆମାଳ ଜୋନ ନଂ-୧ରୁ ବିଜେଡିର ପ୍ରାର୍ଥୀ କୌଶିକ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ଅଧିକ ପଢନ୍ତୁ

Zilla Parisad Election: ଦେବଗଡ଼ରେ ବିଜେଡି ପ୍ରାର୍ଥୀ ବିଜୟୀ

author img

By

Published : Mar 13, 2022, 7:05 PM IST

ଦେବଗଡ଼: ସବୁଠି ପୌର ଅବା ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି । ତେବେ ଦେବଗଡ ଜିଲ୍ଲାର ୭ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଥିବା ବେଳେ ରିଆମାଳ ଜୋନ ନଂ-୧ରୁ ବିଜେଡିର ପ୍ରାର୍ଥୀ କୌଶିକ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଉନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ନିର୍ବାଚନରେ ଏକ ମାତ୍ର ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦବୀ ପାଇଁ କୌଶିକ ନାମାଙ୍କନ ଦାଖଲ କରିଥିବା ବେଳେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟଙ୍କ ସର୍ବ ସମ୍ମତି କ୍ରମେ କୌଶିକ ନିର୍ଦ୍ୱନ୍ଦ୍ୱରେ ଦେବଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

କୌଶିକ ଜିଲ୍ଲା ପରିଷଦ ନିର୍ବାଚନରେ ମୋଟ ୨୨, ୯୯୧ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ବିରେନ ପ୍ରଧାନଙ୍କୁ ୧,୮୧୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। । ଏପଟେ ଅଧ୍ୟକ୍ଷ ପଦବୀ ଦାୟିତ୍ୱ ଗ୍ରହଣ ପରେ ନିଜ ପ୍ରତିକ୍ରିୟା ଦେଇ ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି କରିବା ସଙ୍ଗେ ସଙ୍ଗେ ସରକାରଙ୍କ ଲୋକ ହିତକର ଯୋଜନା ଗୁଡିକର ସୁଫଳ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବା ମୂଳ ଲକ୍ଷ ରହିବ ବୋଲି ସେ କହିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.