ETV Bharat / state

ଅସହାୟ ଯକ୍ଷ୍ମା ରୋଗୀ: ୭ ବର୍ଷ ହେଲାଣି ଆମ୍ବ ଗଛ ମୂଳେ ବିତୁଛି ଜୀବନ - ଆମ୍ବଗଛ ମୂଳେ ବିତୁଛି ଜୀବନ

ଦୀର୍ଘ ୭ ବର୍ଷ ହେବ ଆମ୍ବ ଗଛ ମୂଳ ଜୀବନ ବିତାଉଛନ୍ତି ଯକ୍ଷ୍ମା ରୋଗୀ । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ କି ଆହା ପଦେ କହିବାକୁ ପାଖରେ ପରିବାର ନାହିଁ । ଅଧିକ ପଢନ୍ତୁ

ଅସହାୟ ଜନ୍ମାଞ୍ଜୟ: ୭ ବର୍ଷ ହେଲାଣି ଆମ୍ବ ଗଛ ମୂଳେ ବିତୁଛି ଜୀବନ

author img

By

Published : Apr 27, 2022, 9:36 AM IST

ଦେବଗଡ: ଆମ୍ବଗଛ ମୂଳେ ଖଟିଆଟିଏ ପଡିଛି । ଖଟିଆରେ ଲାଗିଛି ଖଣ୍ଡିଏ ମସାରୀ । ମସାରୀ ଭିତରେ ଶୋଇ ରୁହନ୍ତି ଜଣେ ରୋଗାଗ୍ରସ୍ତ ଅସହାୟ ବ୍ୟକ୍ତି । ଆଜକୁ ୭ ବର୍ଷ ହେବ ଏପରି ଆମ୍ବ ଗଛ ମୂଳେ ଯକ୍ଷ୍ମା ରୋଗରେ ପୀଡିତ ଉକ୍ତ ବ୍ୟକ୍ତିଙ୍କର ଜୀବନ ବିତୁଛି । ନା ତାଙ୍କର ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ଅଛି ନା ଆହା ପଦେ କହିବାକୁ ପାଖରେ ପରିବାର ଅଛି । ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାର ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଥିବା ସମସ୍ତଙ୍କୁ ବିଚଳିତ କରିବା ପରି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଲଣ୍ଡା ଗ୍ରାମରୁ । ସମ୍ପୃକ୍ତ ଅସହାୟ ବ୍ୟକ୍ତି ଜଣକ ହେଉଛନ୍ତି ଗ୍ରାମର ୫୦ ବର୍ଷୀୟ ଜନ୍ମାଞ୍ଜୟ ପ୍ରଧାନ । ବର୍ଷେ ନୁହଁ କି ଦୁଇବର୍ଷ, ଆଜକୁ ଦୀର୍ଘ ସାତ ବର୍ଷ ହେଲା ଗଛମୂଳ ହିଁ ପାଲଟିଛି ଜନ୍ମାଞ୍ଜୟଙ୍କ ଆଶ୍ରୟସ୍ଥଳୀ ।

୭ ବର୍ଷ ହେଲାଣି ଆମ୍ବ ଗଛ ମୂଳେ ବିତୁଛି ଜୀବନ

ଜନ୍ମାଞ୍ଜୟ ନିଜ ସ୍ତ୍ରୀ ଓ ଦୁଇପୁଅଙ୍କୁ ନେଇ କଲଣ୍ଡା ଗ୍ରାମରେ ଏକ ଝାଟିମାଟି କୁଡ଼ିଆରେ ବସବାସ କରୁଥିଲେ ଜନ୍ମାଞ୍ଜୟ । ଆଜକୁ ସାତବର୍ଷ ପୂର୍ବରୁ ଅଦିନିଆ ଝଡତୋଫାନରେ ତାଙ୍କ କୁଡ଼ିଆ ଖଣ୍ଡିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ନଷ୍ଟ ହୋଇଗଲା । ସେହିଦିନ ଠାରୁ ଜନ୍ମାଞ୍ଜୟଙ୍କ ପରିବାରଟି ନିରାଶ୍ରୟ ହୋଇପଡିଲେ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନଥିବାରୁ ଜନ୍ମାଞ୍ଜୟଙ୍କ ସ୍ତ୍ରୀ ଅନ୍ୟତ୍ର ଚାଲିଯାଇଥିବା ବେଳେ ଦୁଇପୁଅ ମାଉସୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ବାସହୀନ ହୋଇପଡିଥିବା ଜନ୍ମାଞ୍ଜୟ କିଛିଦିନ ଗାଁ ପତ୍ରଫଡ଼ିରେ ଆଶ୍ରୟ ନେଇଥିଲେ । ମାତ୍ର ସେଠାରୁ ତାଙ୍କୁ ବାହାର କରିଦିଆ ଯିବାରୁ ଆଜକୁ ଦୀର୍ଘ ସାତବର୍ଷ ହେଲା ସେ ନିଜ ଭଙ୍ଗା କୁଡ଼ିଆ ପାଖରେ ଥିବା ଆମ୍ବଗଛ ମୂଳରେ ଆଶ୍ରୟ ନେଇଛନ୍ତି ।

ସେ ଯକ୍ଷ୍ମା ରୋଗରେ ପୀଡିତ ଥିବାରୁ କାମଧନ୍ଦା ବି କରିନପାରୁ ନାହାନ୍ତି । ଫଳରେ ଅସହାୟ ପରି ଜୀବନ ବିତାଉଛନ୍ତି । ସରକାରୀ ସହାୟତା ଟିକିଏ ପାଇବାକୁ ଆଜକୁ ସାତବର୍ଷ ହେଲା ଚାତକ ଭଳି ଚାହିଁ ରହିଛନ୍ତି ଜନ୍ମାଞ୍ଜୟ । ହେଲେ ଗରିବ ଅସହାୟଙ୍କ କଥା ଶୁଣୁଛି ବା କିଏ ? ଗରିବ ବାସହୀନ ଲୋକଙ୍କୁ ପକ୍କା ବାସଗୃହ ଯୋଗାଇଦେବା ଲକ୍ଷରେ ସରକାର ଇନ୍ଦିରା ଆବାସ ଯୋଜନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ କେତେକଣ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ହେଲେ ସାତବର୍ଷ ହେଲା ଆମ୍ବଗଛ ମୂଳେ ଆଶ୍ରୟ ନେଇଥିବା ଜନ୍ମାଞ୍ଜୟଙ୍କ ଅବସ୍ଥା ଦେଖିଲେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏ ସମସ୍ତ ଯୋଜନାରେ ସ୍ଵଚ୍ଛତା କେତେ ତାହା ଜଳ ଜଳ ହୋଇ ଦିଶୁଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.