ETV Bharat / state

ପୋଖରୀ ଖୋଳୁ ଖୋଳୁ ମିଳିଲା ରତ୍ନ ପଥର ସନ୍ଧାନ ! - ରତ୍ନ ପଥର ସନ୍ଧାନ

Gemstone found in Deogarh: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଉଟୁଣିଆଁ ପଞ୍ଚାୟତରେ ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନପଥର । ପୋଲିସ, ବନବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ତନାଘନା ଜାରି । ଅଧିକ ପଢନ୍ତୁ

Gemstone found
ପୋଖରୀ ଖନନ ବେଳେ ମିଳିଲା ରତ୍ନ ପଥର ସନ୍ଧାନ
author img

By ETV Bharat Odisha Team

Published : Jan 10, 2024, 12:08 PM IST

ପୋଖରୀ ଖନନ ବେଳେ ମିଳିଲା ରତ୍ନ ପଥର ସନ୍ଧାନ

ଦେବଗଡ଼: ପୋଖରୀ ଖୋଳିଲା ବେଳେ ମିଳିଲା ରତ୍ନ ପଥର ! ରଙ୍ଗ ବେରଙ୍ଗର ମୂଲ୍ୟବାନ ପଥର ଦେଖି ଚକିତ ହୋଇଗଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ଉଟୁଣିଆଁ ପଞ୍ଚାୟତରେ । ଏନେଇ ସ୍ଥାନୀୟ ପୋଲିସ, ବନ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।

ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତର ହାଡ଼ିସଂହାର ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ଦିନ ପୂର୍ବରୁ ଜିଲ୍ଲା ଜଳ ବିଭାଜିକା ମିଶନ ତରଫରୁ ପୋଖରୀ ଖନନ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଏହାର ଗୋଟିଏ ପାର୍ଶ୍ଵରେ ମାଟିତଳୁ ନୀଳ ଓ ଲାଲ ରଙ୍ଗର କିଛି ପଥର ବାହାରୁଥିବା ଶ୍ରମିକମାନେ ଦେଖିବାକୁ ପାଇଥିଲେ । ଅଧିକ ଗଭୀର ପର୍ଯ୍ୟନ୍ତ ଖୋଳା ଯିବାରୁ ବହୁ ପରିମାଣରେ ଏଭଳି ପଥର ବାହାରୁଥିବା ଦେଖାଯାଇଥିଲା । ଏହି ଘଟଣା ସ୍ଥାନୀୟ ଲୋକେ ଜାଣିବା ପରେ ପୋଖରୀର ବିଭିନ୍ନ ପାର୍ଶ୍ୱକୁ ଖୋଳି କିଛି ମାତ୍ରାରେ ପଥର ସଂଗ୍ରହ କରିଥିଲେ । ତେବେ ଏହି ରଙ୍ଗ ବେରଙ୍ଗର ପଥର ମୂଲ୍ୟବାନ ରତ୍ନ ପଥର ହୋଇପାରେ ବୋଲି ଅନୁମାନ କରାଯାଇଛି ।

ତେବେ ଏହି ଘଟଣା ଚାରିଆଡେ ପ୍ରଘଟ ହେବା ପରେ ମଙ୍ଗଳବାର ଘଟଣାସ୍ଥଳରେ କୁଣ୍ଢେଇଗୋଳା ଥାନା ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ପରେ ଏ ସମ୍ପର୍କରେ ରିଆମାଳ ତହସିଲଦାର ଓ ବନ ବିଭାଗ କର୍ମଚାରୀମାନେ ପହଞ୍ଚି କିଛି ପଥର ନମୁନା ସଂଗ୍ରହ କରି ଏହାର ପରୀକ୍ଷା ନିରୀକ୍ଷା ପାଇଁ ଷ୍ଟିଲ ଏଣ୍ଡ ମାଇନିଂ ବିଭାଗକୁ ପଠାଇଥିବା ଜଣାଯାଇଛି । ଅନ୍ୟପଟେ ପଥର ଖନନ ବେଳେ ପୋଖରୀରେ ବଡ଼ ବଡ଼ ଗାଡ଼ ସୃଷ୍ଟି ହୋଇଥିବାରୁ ସମସ୍ତ ଗାଡକୁ ମାଟି ପକାଇ ସମତଳ କରାଯାଇ ସେଠାକୁ ଲୋକେ ନଯିବା ପାଇଁ ବାରଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଉପାନ୍ତ ଅଞ୍ଚଳରେ ମିଳିଲା ରତ୍ନ ପଥର ଖଣିର ସନ୍ଧାନ, ତଦନ୍ତ ଜାରି

ପ୍ରକାଶ ଥାଉକି, କିଛି ବର୍ଷ ପୂର୍ବରୁ ରିଆମାଳ ବ୍ଲକର ବୁଡିଦୋ ଏବଂ ଖଇରପାଲି ଅଞ୍ଚଳରେ ଏଭଳି ରତ୍ନ ପଥର ବାହାରୁଥିବା ଓ ଲୋକେ ସେସବୁ ସଂଗ୍ରହ କରୁଥିବା ଘଟଣା ସାମ୍ନାକୁ ଆସିଥିଲା । ଏଥିସହ ହିଲାଙ୍ଗ ସଂରକ୍ଷିତ ଜଙ୍ଗଲରୁ ବିପୁଳ ଲୁହା ପଥର ଚୋରା ଚାଲାଣ ହେଉଥିବା ଘଟଣାରେ ପୋଲିସ କିଛି ମାଫିଆଙ୍କୁ ଗିରଫ କରିଥିଲା । ସେହିପରି କିଛି ମାସ ପୂର୍ବରୁ ଆଡ଼ସ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ସୁନା ଗଚ୍ଛିତ ଥିବା ନେଇ ଏକ ସରକାରୀ ସର୍ଭେରୁ ଜଣାପଡିଥିଲା ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.