ETV Bharat / state

ହୁତୁହୁତୁ ହୋଇ ଜଳୁଛି ଦେବଗଡ଼ ଜଙ୍ଗଲ, ନୀରବ ବନବିଭାଗ - ଜଳୁଛି ଜଙ୍ଗଲ

ଚିନ୍ତା ବଢ଼ାଇଛି ଜଙ୍ଗଲ। ନିମିଶକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଇଛି ମୂଲ୍ୟବାନ ବୃକ୍ଷରାଜି। ଯାହା ଫଳରେ ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢ଼ନ୍ତୁ

fire breaks out at deogarh forest
ହୁତୁହୁତୁ ଜଳୁଛି ଦେବଗଡ଼ ଜଙ୍ଗଲ, ନିରବ ବନବିଭାଗ
author img

By

Published : Apr 4, 2022, 8:20 AM IST

ଦେବଗଡ଼: ଚିନ୍ତା ବଢ଼ାଇଛି ଜଙ୍ଗଲ। ନିମିଶକ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଇଛି ମୂଲ୍ୟବାନ ବୃକ୍ଷରାଜି। ଯାହା ଫଳରେ ଅସ୍ବାଭାବିକ ଭାବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲ ନିଆଁରୁ ନିସ୍ତାର ପାଉନାହାଁନ୍ତି ବନ୍ୟଜନ୍ତୁ । ଦେବଗଡ ଜିଲ୍ଲାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ହୁତୁହୁତୁ ଜଳୁଛି ଦେବଗଡ଼ ଜଙ୍ଗଲ, ନିରବ ବନବିଭାଗ

ସବୁଜ ବଣ ପାହାଡ଼ ପରିବେଷ୍ଟିତ ଦେବଗଡ଼ ଜିଲ୍ଲାରେ ରହିଛି 2 ଲକ୍ଷ 21 ହଜାର 236 ହେକ୍ଟର ଜଙ୍ଗଲ । ଏହି ଜଙ୍ଗଲ ସମ୍ପଦ ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ଜଙ୍ଗଲ ଉପରେ ଜିଲ୍ଲାର ଅଧିକାଂଶ ଜନସାଧାରଣ ନିର୍ଭରଶୀଳ ଅଟନ୍ତି। ମାତ୍ର ଗତ ମାର୍ଚ୍ଚ ମାସ ଠାରୁ ଜିଲ୍ଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି। ଜଳି ପୋଡି ପାଉଁଶ ହୋଇଯାଉଛି ଲକ୍ଷ ଲକ୍ଷ ମୂଲ୍ୟବାନ ବୃକ୍ଷଲତା । ଯାହା ପରିବେଶ ସୁରକ୍ଷା ଓ ଜନସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଜଙ୍ଗଲରେ ନିଆଁ ଲାଗିବାରୁ ଜିଲ୍ଲାର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଚଣ୍ଡ ଖରା ଓ ଜଙ୍ଗଲ ନିଆଁ ସାଙ୍ଗକୁ ସବୁଠି ଧୂଆଁମୟ ପରିବେଶରେ ଅତିଷ୍ଠ ହୋଇପଡ଼ିଛନ୍ତି ଜିଲ୍ଲାବାସୀ । କେତେକ ଅଞ୍ଚଳରେ ମହୁଲଫୁଲ ଓ କେନ୍ଦୁପତ୍ର ସଂଗ୍ରହ କରିବାକୁ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ବେଳେ, ଆଉ କେତେକ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ଅଭିଯୋଗ ହେଉଛି ।

ଜିଲ୍ଲାର ବିଭିନ୍ନ ବନାଞ୍ଚଳରେ ନିଆଁ ଲାଗିବା ଘଟଣା ବନ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପ୍ରଧାନପାଟ, ରମ୍ଭାଦେବୀ, ଝାଡ଼େଶ୍ବର, ପାଙ୍ଗୁଲି, ଝିଲିପି, କଂସର, କଙ୍କରଖୋଲ, ଗୋଗୁଆ, ପ୍ରଭାସୁଣୀ, ହଦମୁଣ୍ଡା, ଚିଲାଣ୍ଟିଖୋଲ, ଲଇମୁରା , କନ୍ଦର୍ପ ଓ ଲମ୍ବଡୁରା ଆଦି ସଂରକ୍ଷିତ ଜଙ୍ଗଲରେ ଗତ ଏକ ମାସ ହେଲା ନିଆଁ ଲାଗିଥିବା ଦେଖାଯାଉଛି । ଜଙ୍ଗଲ ନିଆଁକୁ ରୋକିବା କ୍ଷେତ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଥିବା ସତ୍ତ୍ବେ ଦେବଗଡ଼ ବନବିଭାଗ ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛି । ଯାହାକି ଜିଲ୍ଲାର ପ୍ରକୃତି ପ୍ରେମୀ ଓ ପରିବେଶ ବିତ୍ଙ୍କୁ ବ୍ୟଥିତ କରିଛି । ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରାନଗଲେ ଆଗାମୀ ଦିନରେ ଜିଲ୍ଲାରୁ ଜଙ୍ଗଲ ସମ୍ପଦ ଯେ ସମ୍ପୂର୍ଣ୍ଣ ଲୋପ ପାଇଯିବ, ସେଥିରେ ତିଳେହେଲେ ବି ସନ୍ଦେହ ନାହିଁ ।ଦେବଗଡ଼ରୁ

ସରୋଜ କୁମାର ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.