ETV Bharat / state

ଧାନ କିଣାରେ ଅବ୍ୟବସ୍ଥା, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀକୁଳ

author img

By

Published : Feb 20, 2021, 7:59 PM IST

ଧାନ କିଣାକୁ କେନ୍ଦ୍ର କରି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ଚାଷୀ ଆନ୍ଦୋଳନ । ଦେବଗଡ ଚାଷୀମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ...

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀକୁଳ
ରାଜରାସ୍ତାକୁ ଓହ୍ଲାଇଲେ ଚାଷୀକୁଳ

ଦେବଗଡ଼: ଧାନ କିଣାକୁ କେନ୍ଦ୍ର କରି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ଚାଷୀ ଆନ୍ଦୋଳନ । ଦେବଗଡ ଚାଷୀମାନେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନ ଆଗକୁ ବିସ୍ପୋରକ ରୂପ ନେବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏହାର ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ଚଳିତ ବର୍ଷ ଦେବଗଡ଼ ଜିଲ୍ଲାରେ ଧାନ ସଂଗ୍ରହରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା । ଜିଲ୍ଲାର ମୋଟ 37ଟି ସେବା ସମବାୟ ସମିତି ମାଧ୍ୟମରେ ସୁଚାରୁ ରୁପେ ଧାନ କିଣା ଚାଲିଥିବାବେଳେ ଗତ ଜାନୁଆରୀ ମାସ ଶେଷ ଠାରୁ ଜିଲ୍ଲାର ସମସ୍ତ ସେବା ସମବାୟ ସମିତିର ଧାନ କିଣା ସମ୍ପୂର୍ଣ୍ଣ ଭାବେ ଠପ ହୋଇପଡିଛି ।

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀକୁଳ

ଚଳିତ ବର୍ଷ ଟାର୍ଗେଟ ପୂରଣ ହୋଇ ସାରିଥିବା କହି ଜିଲ୍ଲା ଯୋଗାଣ ବିଭାଗ ତଥା ପ୍ରଶାସନ ପକ୍ଷରୁ ଫେବୃଆରୀ ମାସ ଠାରୁ ଧାନ କିଣାକୁ ବନ୍ଦ କରି ଦିଆଯାଇଛି । କୌଣସି ମଣ୍ଡିରେ ଆଉ ମିଲରର ଦେଖା ମିଳୁନାହିଁ । ଫଳରେ ଧାନ ବିକ୍ରି କରିବାକୁ ପଞ୍ଜିକୃତ ହୋଇ ଟୋକନ ପାଇ ସାରିଥିବା ଜିଲ୍ଲାର ଅଧିକାଂଶ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି ।

ତେଣୁ ଏହାକୁ ନେଇ ଜିଲ୍ଲାର ଚାଷୀଙ୍କ ମହଲରେ ଦେଖାଦେଇଛି ଅସନ୍ତୋଷ । ଟୋକନ ପାଇଥିବା ଚାଷୀଙ୍କ ଧାନ କିଣାଯିବାକୁ ଚାଷୀକୁଳ ବାରମ୍ବାର ପ୍ରଶାସନ ଓ ଯୋଗାଣ ବିଭାଗ କତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି । ଏନେଇ ବିଭିନ୍ନ ଚାଷୀ ସଂଗଠନ ମଧ୍ୟ ପ୍ରଶାସନ ଓ ଯୋଗାଣ ବିଭାଗ ସହିତ ବାରମ୍ବାର ଆଲୋଚନା କରି ଆସୁଛନ୍ତି । କିନ୍ତୁ ଏଯାଏଁ କୌଣସି ସମାଧାନ ରାସ୍ତା ବାହାରି ପାରିନାହିଁ ।

ଫଳରେ ଚାଷୀକୁଳ ଧୈର୍ଯ୍ୟ ହରାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗତ କିଛିଦିନ ପୂର୍ବରୁ କଣ୍ଟାପାଲି ସେବା ସମବାୟର ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ କରିଥିବାବେଳେ ଜିଲ୍ଲାର ବିଭିନ୍ନ ସମବାୟ ସମିତି କାର୍ଯ୍ୟାଳୟରେ ଚାଷୀକୁଳ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି ।

ଏହି କ୍ରମରେ ରିଆମାଳ ବ୍ଲକ ତାରଙ୍ଗ ସେବା ସମବାୟ ସମିତିର ଶତାଧିକ ଚାଷୀ ଧାନ ବିକ୍ରି କରିନପାରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଟୋକନ ପାଇଥିବା ଚାଷୀଙ୍କ ଧାନ କିଣାଯିବା ଦାବିରେ ଚାଷୀକୁଳ ତାରଙ୍ଗ ଗାଁ ଦେଇ ଯାଇଥିବା ରାଞ୍ଚି ବିଜୟୱାଡା ରାସ୍ତା ଉପରେ ଧାନବସ୍ତା ରଖି ଅବରୋଧ କରିଥିବା ଦେଖାଯାଇଛି । ଫଳରେ ଏଠାରେ ଯାତାୟତ ଠପ ହୋଇପଡିଥିଲା ।

ଅନ୍ୟପକ୍ଷରେ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଏହି ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହ ଏନେଇ ଚଳିତ ବିଧାନ ସଭାରେ ଦାବି ଉପସ୍ଥାପନ କରିଥିବା ଜଣାଯାଇଛି । ତେବେ ଜିଲ୍ଲାରେ ବୃଦ୍ଧି ପାଉଥିବା ଚାଷୀ ଆନ୍ଦୋଳନକୁ ରୋକିବା ଦିଗରେ ଜିଲ୍ଲା ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉଛି ? ସେ ଉପରେ ରହିଛି ଜିଲ୍ଲାବାସୀଙ୍କ ନଜର ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.