ETV Bharat / state

ଗଜପତିରେ ମାତିଛନ୍ତି ପଶ୍ଚିମବଙ୍ଗର ନକଲି ଡାକ୍ତର, ପୁଣି ଜଣେ ନକଲି ଡାକ୍ତର ଗିରଫ

author img

By

Published : Oct 29, 2022, 2:08 PM IST

ଦେବଗଡ଼ରୁ ପୁଣି ବନ୍ଧା ହେଲା ଆଉ ଜଣେ ନକଲି ଡାକ୍ତର । ନିଜକୁ ଡାକ୍ତର ପରିଚୟ ଦେଇ ରୋଗୀସେବା ଆଳରେ ଲୋକଙ୍କୁ ଠକି ବେପାର ଚଳାଇଥିବା ଜଣେ ନକଲି ଡାକ୍ତରକୁ ଗିରଫ କରିଛି ଦେବଗଡ଼ ପୋଲିସ । ଗିରଫ ନକଲି ଡାକ୍ତର ଜଣକ ପଶ୍ଚିମବଙ୍ଗର ହୋଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପାସ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

fake doctor arrested by deogarh police
ଗଜପତିରେ ମାତିଛନ୍ତି ପଶ୍ଚିମବଙ୍ଗର ନକଲି ଡାକ୍ତର, ପୁଣି ଜଣେ ନକଲି ଡାକ୍ତର ଗିରଫ

ଦେବଗଡ଼: ଜିଲ୍ଲାରେ ଥମୁନି ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ । ଦିନକ ପରେ ପୁଣି ଥରେ ପୋଲିସ ହାତରେ ବନ୍ଧା ହେଲା ଆଉ ଜଣେ ନକଲି ଡାକ୍ତର । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଟିପିରିସିଂଘା ଗାଁରେ ଚିକିତ୍ସା ଆଳରେ ବୋକା ବନାଇ ଲୋକଙ୍କ ଜୀବନ ସହିତ ଖେଳୁଥିବା ଏହି ନକଲି ଡାକ୍ତର ଜଣକ ହେଉଛି ପଶ୍ଚିମବଙ୍ଗର ଅର୍ଣ୍ଣବ ମଣ୍ଡଳ ।

ଗଜପତିରେ ମାତିଛନ୍ତି ପଶ୍ଚିମବଙ୍ଗର ନକଲି ଡାକ୍ତର

ଦେବଗଡ଼ ଜିଲ୍ଲାରେ ମାତିଛନ୍ତି ପଶ୍ଚିମବଙ୍ଗର ନକଲି ଡାକ୍ତର । ବେଆଇନ କ୍ଲିନକ ଖୋଲି ନୀରିହ ସରଳ ଲୋକମାନଙ୍କୁ ଠକୁଛନ୍ତି । ଗତ ୨୬ ତାରିଖ ଦିନ ଦେବଗଡ଼ ଥାନା ଅନ୍ତର୍ଗତ କଦମଦର ଗ୍ରାମରୁ ଜଣେ ନକଲି ଡାକ୍ତରକୁ ଗିରଫ କରିଥିଲା ଦେବଗଡ ଆଦର୍ଶ ଥାନା ପୋଲିସ । ପୁଣି ଦେବଗଡ ଥାନା ଅନ୍ତର୍ଗତ ଟିପିରିସିଂଘା ଗ୍ରାମରେ ଦେବଗଡ ପୋଲିସ ଚଢାଉ କରି ଆଉ ଜଣେ ନକଲି ଡାକ୍ତରକୁ ଗିରଫ କରାଯାଇଛି । ତା ନିକଟରୁ ଲକ୍ଷାଧିକ ଟଙ୍କାର ଔଷଧ ମଧ୍ୟ ଜବତ କରିଛି ପୋଲିସ । ନକଲି ଡାକ୍ତର ଜଣକ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଅର୍ଣ୍ଣବ ମଣ୍ଡଳ ହୋଇଥିବା ଜଣାପଡ଼ିଛି । ଯାହାର ଶିକ୍ଷାଗତ ଯୋଗ୍ୟତା କେବଳ ଯୁକ୍ତ ଦୁଇ ପାସ । ତେବେ ସେ ଦୀର୍ଘ ୨ ବର୍ଷ ହେଲା ଉପାନ୍ତ ଟିପିରିସିଂଘା ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କ ଚିକିତ୍ସା କରିବା‌ ସହିତ ଲୋକମାନଙ୍କୁ ଠକୁଥିବା‌ ଅଭିଯୋଗ ହୋଇଥିଲା ।

ଟିପିରିସିଂଘା ଗ୍ରାମରେ ବେଆଇନ କ୍ଲିନିକ ଚାଲିଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଦେବଗଡ ଥାନା ଆଇଆଇସି ସୁରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଯାଇ ଚଢାଉ କରାଯାଇଥିଲା । ଚଢଉ ସମୟରେ ଗିରଫ ହୋଇଥିବା ନକଲି ଡାକ୍ତର ଅର୍ଣ୍ଣବ କୌଣସି ସଠିକ କାଗଜପତ୍ର କିମ୍ବା ପରିଚୟ ପତ୍ର ଦେଖାଇ ପାରିନଥିଲା । ଯାହା ଫଳରେ ତାକୁ ଗିରଫ କରି ଦେବଗଡ ଥାନାକୁ ଆଣିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ସମ୍ବଲପୁର ଜିଲ୍ଲାର ବିଭିନ୍ନ ମେଡିସିନ ଦୋକାନରୁ ଭେଜାଲ ଔଷଧ ଆଣି ଲୋକଙ୍କ ଚିକିତ୍ସା କରୁଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଦେବଗଡରୁ ନକଲି ଡାକ୍ତର ଗିରଫ, ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌

ସୂଚନାଯୋଗ୍ୟ ଯେ, ଦେବଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେଉ କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ସବୁଠି ଡାକ୍ତର ଓ ବିଶେଷଜ୍ଞଙ୍କ ଅଭାବ ଯୋଗୁଁ ଲୋକେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର ସୁଯୋଗ ନେଇ ସୁଦୂର ପଶ୍ଚିମବଙ୍ଗ ରାଜ୍ୟରୁ ବହୁ ସଂଖ୍ୟାରେ ନକଲି ଡାକ୍ତର ଆସି ଏଠାରେ ଲୋକଙ୍କୁ ଭୁଆଁ ବୁଲାଇ ଚିକିତ୍ସା ଆଳରେ ଠକି ପ୍ରଚୁର ଅର୍ଥ ଉପାର୍ଜନ କରୁଛନ୍ତି । ଏଭଳି ନକଲି ଡାକ୍ତରଙ୍କ ଚିକିତ୍ସାରେ ବହୁ ଲୋକ ମୃତ୍ୟୁମୁଖରେ ପଡୁଥିବା ମଧ୍ୟ ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ଏଦିଗରେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଓ ସରକାର ଦୃଷ୍ଟି ନଦେଲେ ପରିସ୍ଥିତି ଆଗକୁ ଜଟିଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.