ETV Bharat / state

ପୁଣି ଆଉ ଏକ ଦନ୍ତାର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - ପୁଣି ଆଉ ଏକ ଦନ୍ତାର ମୃତ୍ୟୁ

ଦେବଗଡ଼ ଜିଲ୍ଲା ବରଡାନାଳୀ ଗାଁ ନିକଟରେ ଦନ୍ତା ହାତୀର ମୃତଦେହ ଠାବ କରିଛି ବନବିଭାଗ । ଦନ୍ତାର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ପୁଣି ଆଉ ଏକ ଦନ୍ତାର ମୃତ୍ୟୁ
ପୁଣି ଆଉ ଏକ ଦନ୍ତାର ମୃତ୍ୟୁ
author img

By

Published : Dec 26, 2019, 2:29 PM IST

ଦେବଗଡ଼: ଜିଲ୍ଲାର ବନଖଣ୍ଡ ଅଧିନ ରିଆମାଳ ରେଞ୍ଜର ପଳସମା ସେକ୍ସନର ବରଡାନାଳୀ ଗାଁ ନିକଟରେ ଦନ୍ତା ହାତୀର ମୃତ୍ୟୁ । ଏକ ଅଳ୍ପ ବୟସ୍କ ଦନ୍ତା ହାତୀର ମୃତଦେହ ଠାବ କରିଛି ବନବିଭାଗ । ଗୁରୁବାର ଭୋରୁ ଗାଁ ନିକଟରେ ହାତୀଟି ପଡିଥିବାର ଗ୍ରାମବାସୀ ଦେଖି ଦେବଗଡ଼ ବନ ବିଭାଗକୁ ଖବର ଦେଇଥିଲେ ।

ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦନ୍ତାହାତୀକୁ ଉଦ୍ଧାର କରିଛନ୍ତି । ସେପଟେ ହାତୀର ମୃତ୍ୟୁ କାରଣ ଜଣାପଡିନଥିବା ବେଳେ ହାତୀର ବୟସ ପାଖାପାଖି ଚାରିରୁ ପାଞ୍ଚବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ କେଉଁ ପରିସ୍ଥିତିରେ ଓ କିଭଳି ଦନ୍ତାର ଜୀବନ ଗଲା, ତାହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ରୋଗାଗ୍ରସ୍ତ କାରଣରୁ ହାତୀଟି ମୃତ୍ୟୁ ଘଟିଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି । ଘଟଣାସ୍ଥଳରେ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଢଙ୍ଗୀଙ୍କ ସହିତ ସ୍ଥାନୀୟ ଫରେଷ୍ଟର ଓ ରେଞ୍ଜର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଦେବଗଡ଼ରୁ ସରୋଜ କୁମାର ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ବନଖଣ୍ଡ ଅଧିନ ରିଆମାଳ ରେଞ୍ଜ ର ବରଡାନାଳି ଗାଁ ନିକଟରେ ଦନ୍ତାହାତୀ ର ମୃତ୍ୟୁ । ଦନ୍ତା ମୃତ୍ୟୁ ର କାରଣ ଅସ୍ପଷ୍ଟ । ବନବିଭାଗ ପକ୍ଷରୁ ତଦନ୍ତ ଜାରି ।

Body:ଦେବଗଡ଼ ବନଖଣ୍ଡ ଅଧିନ ରିଆମାଳ ରେଞ୍ଜ ପଳସମା ସେକ୍ସନ ର ବରଡାନାଳି ଗାଁ ନିକଟରେ ଆଜି ଏକ ଅଳ୍ପ ବୟସ୍କ ଦନ୍ତା ହାତୀ ର ମୃତ ଦେହ ଠାବ କରାଯାଇଛି । ଆଜି ଭୋର ସକାଳୁ ଗାଁ ନିକଟରେ ଦନ୍ତା ହାତୀ ଟି ମରି ପଡିଥିବାର ଗ୍ରାମବାସୀ ଦେଖି ଦେବଗଡ଼ ବନଭିଭାଗ କୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳ କୁ ପହଂଚି ମୃତ ଦନ୍ତାହାତୀ ଶବକୁ ଉଦ୍ଧାର କରିଛନ୍ତି । ମୃତ୍ୟୁବରଣ କରିଥିବା ଦନ୍ତାହାତୀ ର ବୟସ ପାଖାପାଖି ଚାରି/ପାଞ୍ଚବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ କୋଉ ପରିସ୍ଥିତି ରେ ଓ କିଭଳି ଦନ୍ତାହାତୀ ଟି ମୃତ୍ୟୁବରଣ କଲା , ତାହାର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ରୋଗାଗ୍ରସ୍ତ କାରଣରୁ ହାତୀଟି ମୃତ୍ୟୁବରଣ କରିଥାଇପାରେ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି ।

Conclusion:ଦନ୍ତାହାତୀ ମୃତ୍ୟୁ ର ସଠିକ କାରଣ ଯଦିଓ ଜଣାପଡିନାହିଁ ତଥାପି ଘଟଣା ସ୍ଥଳରେ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ସଢଙ୍ଗୀ ଙ୍କ ସହିତ ସ୍ଥାନୀୟ ଫରେଷ୍ଟର ଓ ରେଞ୍ଜର ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.