ETV Bharat / state

ହାତୀ ଆକ୍ରମଣରେ ମହିଳା ମୃତ, ଲୋକେ ଆତଙ୍କିତ - elephant attack

ଭକ୍ତବଡ଼କୁଦର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

elephant attack, Women dead
ହାତୀ ଆକ୍ରମଣରେ ମହିଳା ମୃତ, ଲୋକେ ଆତଙ୍କିତ
author img

By

Published : Jan 30, 2020, 11:45 AM IST

Updated : Jan 30, 2020, 12:57 PM IST

ଦେବଗଡ଼: ବାରକୋଟ ରେଞ୍ଜ ଅଧିନ ଭକ୍ତବଡ଼କୁଦର ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ରମ୍ଭା ନାୟକ(40) ବୋଲି ଜଣାପଡିଛି ।

ହାତୀ ଆକ୍ରମଣରେ ମହିଳା ମୃତ, ଲୋକେ ଆତଙ୍କିତ

ସୂଚନାଯୋଗ୍ୟ, ଭକ୍ତବଡ଼କୁଦର ଗାଁର ରମ୍ଭା ନାଏକ ଗୁରୁବାର(ଆଜି) ଭୋରରୁ ଶୌଚ ପାଇଁ ଜଙ୍ଗଲକୁ ଯାଇଥିବାବେଳେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାରକୋଟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବାରକୋଟ ରେଞ୍ଜ ଅଧିନ ଭକ୍ତବଡ଼କୁଦର ଗାଁ ଓ ଆଖପାଖ ଅଞ୍ଚଳରେ ଗତ କିଛିଦିନ ହେଲା ଏକ ଦନ୍ତାହାତୀ ଆସି ନାନା ଉପଦ୍ରବ କରିଚାଲିଛି । ଏହି ଦନ୍ତା ହାତୀକୁ ନିୟନ୍ତ୍ରଣ କରିବାରେ ଏପର୍ଯ୍ୟନ୍ତ ବନବିଭାଗ ସଫଳ ହୋଇପାରିନାହିଁ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

Intro:ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜ ଅଧିନ ଭକ୍ତବଡ଼କୁଦର ଗାଁରେ ହାତୀ ଆକ୍ରମଣ ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଯାଇଛି ।

Body:ଆଜି ସକାଳୁ ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜ ଅଧିନ ଭକ୍ତବଡ଼କୁଦର ଗାଁ ରେ ଦନ୍ତାହାତୀ ଆକ୍ରମଣ ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ମହିଳା ଜଣକ ହେଲେ ରମ୍ଭା ନାଏକ ( ବୟଷ ୪୦ ) ( ସ୍ୱାମୀ - କୁବେର ନାଏକ ) । ସେ ଆଜି ଭୋର ସକାଳୁ ଶୌଚ ପାଇଁ ଗାଁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବା ବେଳେ , ସେଠାରେ ସେ ଦନ୍ତାହାତୀ ଆକ୍ରମଣ ର ଶିକାର ହୋଇଥିଲେ । ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାରକୋଟ ଡାକ୍ତରଖାନା କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ଘଟଣା ସମଗ୍ର ଅଂଚଳରେ ଆତଙ୍କ ଖେଳାଇ ଦେଇଛି ।

Conclusion:ବାରକୋଟ ରେଞ୍ଜ ଅଧିନ ଭକ୍ତବଡ଼କୁଦର ଗାଁ ଓ ଆଖପାଖ ଅଞ୍ଚଳରେ ଗତ କିଛିଦିନ ହେଲା ଏକ ଦନ୍ତାହାତୀ ଆସି ନାନା ଉପଦ୍ରବ କରିଚାଲିଛି । ଏହି ଦନ୍ତା ହାତୀ କୁ ନିୟନ୍ତ୍ରଣ କରିବାରେ ଏପର୍ଯ୍ୟନ୍ତ ବନବିଭାଗ ସଫଳ ହୋଇପାରିନାହିଁ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଦେବଗଡ଼ ରୁ ସରୋଜ ଶତପଥି ଈଟିଭି ଭାରତ
Last Updated : Jan 30, 2020, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.