ETV Bharat / state

ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା, 12 ବର୍ଷ ହନ୍ତସନ୍ତ ଜମାକାରୀ - 12 ବର୍ଷ ହେବ ହନ୍ତସନ୍ତ ମିନିବ୍ୟାଙ୍କ ଜମାକାରୀ

ଦେବଗଡ଼ ଝରାଗୋଗୁଆ ପଞ୍ଚାୟତରେ ଥିବା ସମ୍ବଲପୁର ଜିଲ୍ଲା ସେଣ୍ଟ୍ରାଲ କୋ-ଅପରେଟିଭ ମିନି ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା । ନିଜ କଷ୍ଟ ଅର୍ଜିତ ଧନ ହରାଇ 12 ବର୍ଷ ହେବ ଚିନ୍ତାରେ ଜମାକାରୀ । ଅଧିକ ପଢନ୍ତୁ...

od_dgh_depositor harrasment by bank
ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା, 12 ବର୍ଷ ହେବ ହନ୍ତସନ୍ତ ଜମାକାରୀ
author img

By

Published : Feb 20, 2020, 6:49 PM IST

ଦେବଗଡ: ବାଡ଼ ହୋଇ ଫସଲ ଖାଇଯିବା ଭଳି ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଲକ୍ଷାଧିକ ଟଙ୍କା । ବର୍ଷ ବର୍ଷ ଧରି ନିଜ କଷ୍ଟ ଉପାର୍ଜିତ ଜମା ଟଙ୍କା ଆଉ ଫେରି ପାଇଲେନି ଶତାଧିକ ଜମାକାରୀ । ଏମିତି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଝରାଗୋଗୁଆ ପଞ୍ଚାୟତରେ ଥିବା ସମ୍ବଲପୁର ଜିଲ୍ଲା ସେଣ୍ଟ୍ରାଲ କୋ-ଅପରେଟିଭ ମିନି ବ୍ୟାଙ୍କରେ ।

ବ୍ୟାଙ୍କ ଖାଇଗଲା ଜମାକାରୀଙ୍କ ଟଙ୍କା, 12 ବର୍ଷ ହେବ ହନ୍ତସନ୍ତ ଜମାକାରୀ

ଆଜକୁ 35 ବର୍ଷ ପୂର୍ବରୁ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଦେବା ଲକ୍ଷ୍ୟରେ ଝରାଗୋଗୁଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରକାର ଖୋଲିଥିଲେ ଏହି ବ୍ୟାଙ୍କ । ଏହି ପଞ୍ଚାୟତର ଆଖପାଖ ଅଞ୍ଚଳରେ ବ୍ୟାଙ୍କ ସେବା ନଥିବାରୁ ପଞ୍ଚାୟତବାସୀ ଏହି ମିନି ବ୍ୟାଙ୍କ ଉପରେ ନିର୍ଭର କରି ସେମାନଙ୍କ କଷ୍ଟ ଉପାର୍ଜିତ ଟଙ୍କା ସଞ୍ଚୟ କରି ଆସୁଥିଲେ । ହେଲେ ଆଜକୁ ଦୀର୍ଘ 12 ବର୍ଷ ହେବ ଏହି ମିନିବ୍ୟାଙ୍କରେ ଝୁଲୁଛି ତାଲା । ନା ଅଛି ବ୍ୟାଙ୍କ, ନା ଅଛନ୍ତି କର୍ମଚାରୀ । ଗତ 2008 ମସିହାରେ ଏହି ବ୍ୟାଙ୍କରେ ଅବସ୍ଥାପିତ ଥିବା ତତ୍କାଳୀନ ସେକ୍ରେଟାରୀ 30 ଲକ୍ଷରୁ ଉର୍ଦ୍ଧ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ତଦନ୍ତ ଆଳରେ ବ୍ୟାଙ୍କଟିକୁ ବନ୍ଦ କରି ଦେଇଥିଲେ । ଫଳରେ ଉକ୍ତ ଅଞ୍ଚଳର ଶତାଧିକ ସଂଖ୍ୟାରେ ଥିବା ଚାଷୀ, ମୂଲିଆ ଓ ଗରିବ ଖଟିଖିଆ ଲୋକେ ମିନି ବ୍ୟାଙ୍କରେ ରଖିଥିବା ନିଜ କଷ୍ଟ ଉପାର୍ଜିତ ସଞ୍ଚୟ ଟଙ୍କାକୁ ଆଉ ଫେରସ୍ତ ପାଇପାରିଲେ ନାହିଁ । ଯାହାକୁ ନେଇ ଜମାକାରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ।

ଜମାଟଙ୍କା ଫେରସ୍ତ ପାଇବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର କାକୁତି ମିନତୀ କରି ଆସୁଛନ୍ତି । ଇତିମଧ୍ୟରେ କେତେକ ଜମାକାରୀ ଆଖିବୁଜି ସାରିଥିବାବେଳେ ତଥାପି ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । ଯାହାକୁ ନେଇ ଶହଶହ ଜମାକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ତେବେ ଏ ସମ୍ପର୍କରେ ଆମେ ଦେବଗଡ଼ ସମବାୟ ସମିତି ସହକାରୀ ନିବନ୍ଧକ ନିମାଇଁ ଚରଣ ନାୟକଙ୍କୁ ପଚାରିଥିଲୁ । ସେ ଘଟଣାକୁ ସ୍ବୀକାର କରିବା ସହିତ ତଦନ୍ତ ପ୍ରକ୍ରିୟା ସମାପ୍ତ ହୋଇଛି । ଜମାକାରୀ ଖୁବ ଶୀଘ୍ର ସେମାନଙ୍କ ଜମାଟଙ୍କା ଫେରିପାଇବେ ବୋଲି ପ୍ରକାଶ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା, ବର୍ଷବର୍ଷ ଧରି ନିଜ କଷ୍ଟ ଉପାର୍ଜିତ ଜମାଟଙ୍କା ଫେରି ପାଇବାକୁ ଚାତକ ଭଳି ଅନାଇ ରହିଥିବା ଏ ଅଞ୍ଚଳର ଶତାଧିକ ଜମାକାରୀ କେବେ ଫେରିପାଉଛନ୍ତି ସେମାନଙ୍କ ଜମାଟଙ୍କା ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.