ETV Bharat / state

ସରକାରୀ ଆବାସ ଯୋଜନା ସାତସପନ, ଝାଟିମାଟି କୁଡ଼ିଆରେ ବିତୁଛି ଜୀବନ

author img

By

Published : May 5, 2023, 10:03 PM IST

ଆବାସ ଯୋଜନାରୁ ବଞ୍ଚିତ ଗରିବ । ଦେବଗଡ଼ ଜିଲ୍ଲା ଟାଇଁସର ପଞ୍ଚାୟତ ଅନ୍ତର୍ଗତ ସୁଖାପଡ଼ନ ଗାଁରେ ସରକାରଙ୍କ ସବୁ ଯୋଜନା ଫେଲ୍‌ ମାରିଛି । ଅଧିକ ପଢ଼ନ୍ତୁ

ଆବାସ ଯୋଜନାରୁ ବଞ୍ଚିତ ଗରିବ
ଆବାସ ଯୋଜନାରୁ ବଞ୍ଚିତ ଗରିବ
ଆବାସ ଯୋଜନାରୁ ବଞ୍ଚିତ ଗରିବ

ଦେବଗଡ଼: ଗରିବମାନଙ୍କୁ ବାସ ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ସବୁ ଯୋଜନା ସଠିକ ଭାବେ କାର୍ଯ୍ଯକାରୀ ହୋଇ ପାରୁନି । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ଝାଟିମାଟି କୁଡ଼ିଆରେ ଏବେ ବି ବସବାସ କରୁଛନ୍ତି ଲୋକେ । କେଇ ଖଣ୍ଡ କାଠ ଓ ବାଉଁଶରେ ତିଆରି ହୋଇଛି କାନ୍ଥ । ଛାତ ବୋଲି ରହିଛି କିଛି ଡାଳପତ୍ର ଓ ନଡ଼ା । କେତେବେଳେ ଯେ ସାମାନ୍ୟ ବର୍ଷା କିମ୍ବା ପବନରେ ଘରଟି ମାଟିରେ ମିଶିଯିବ କିଛି କହିହେବନି । ତଥାପି ଏଭଳି ଅସୁରକ୍ଷିତ କୁଡ଼ିଆରେ ବର୍ଷବର୍ଷ ଧରି ବସବାସ କରୁଛନ୍ତି ଦେବଗଡ଼ ଜିଲ୍ଲା ଟାଇଁସର ପଞ୍ଚାୟତ ଅନ୍ତର୍ଗତ ସୁଖାପଡ଼ନ ଗାଁର ଲେବା ସୋଇଙ୍କ ୭ ପ୍ରାଣୀ କୁଟୁମ୍ବ ।

ସରକାରୀ ଆବାସ ଏମାନଙ୍କ ପାଇଁ ପାଲଟିଛି ସାତସପନ । ଏହା କେବଳ ଗୋଟିଏ ପରିବାରର ସମସ୍ୟା ନୁହେଁ । ସୁଖାପଡନ ଗାଁରେ ବସବାସ କରୁଥିବା 30ଟି ଆଦିବାସୀ ପରିବାରର ସେହି ଏକା ସମସ୍ୟା । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଟାଇଁସର ପଞ୍ଚାୟତର ଦୁର୍ଗମ ପାହାଡ଼ ଘେରା ମଧ୍ୟରେ ରହିଛି ସୁଖାପଡ଼ନ ଗ୍ରାମ । ଏହି ଛୋଟିଆ ଗ୍ରାମରେ ବସବାସ କରି ଆସୁଛନ୍ତି 30ଟି ଗରିବ ଆଦିବାସୀ ପରିବାର । ସମସ୍ତ ପରିବାର କୁଲିମଜୁରୀ କରି ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହକରି ପରିବାର ଚଳାଇଥାନ୍ତି । ଗାଁରେ ନାହିଁ ଗୋଟିଏ ବି ଆଖିଦୃଶିଆ ପକ୍କା ବାସଗୃହ । ଘର ବୋଲି ସମସ୍ତଙ୍କର ରହିଛି କେବଳ ଝାଟିମାଟି କୁଡ଼ିଆ

ସେପଟେ ଗ୍ରାମବାସୀ କହିଛନ୍ତି,"ଗରିବ ବାସହୀନ ଲୋକଙ୍କୁ ସରକାର ପକ୍କା ବାସଗୃହ ଡିଣ୍ଡିମ ପିଟୁଛନ୍ତି । ହେଲେ ପକ୍କା ବାସଗୃହ ଖଣ୍ଡିଏ ସାତସ୍ବପ୍ନ ପାଲଟିଛି ସୁଖାପଡ଼ନ ଗ୍ରାମବାସୀଙ୍କ ପାଇଁ । ସରକାରୀ ଆବାସ ଖଣ୍ଡିଏ ଲେଖାଏଁ ପାଇବା ପାଇଁ ପ୍ରତି ପରିବାର ଦୀର୍ଘବର୍ଷ ହେବ ଟାଇଁସର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ତିଳେଇବଣି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୈଡ଼ି ଦୈଡ଼ି ଗୁହାରି କରି ଆସୁଛନ୍ତି । ହେଲେ ଗରିବ ଲୋକଙ୍କ କଥା ଶୁଣୁଛି ବା କିଏ ? ଶେଷରେ ନିଜନିଜ ଭାଗ୍ୟକୁ ଆଦରି ଝାଟିମାଟି କୁଡ଼ିଆରେ ପଡିରହିଛୁ । ଏଥିପ୍ରତି ନା ଦୃଷ୍ଟି ଅଛି ପ୍ରଶାସନର ନା ଅଛି ସରକାରଙ୍କର ନିଘା ଅଛି ।"

ଦେବଗଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସଫଳତା ନେଇ ପ୍ରଶାସନିକ ସ୍ତରରେ ଯୋରସୋର ପ୍ରଚାର ଚାଲିଛି । ହେଲେ ସୁଖାପଡ଼ନ ଗାଁର ସ୍ଥିତି ଦେଖିଲେ ବାସ୍ତବ ଚିତ୍ର ସାମ୍ନାକୁ ଆସୁଛି ।

ଇଟିଭି ଭାରତ,ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.